ETV Bharat / bharat

ନୀତିଶ କୁମାରଙ୍କ ଶପଥ ପାଠ ସମାରୋହକୁ ଆରଜେଡିର ବଏକଟ୍‌

author img

By

Published : Nov 16, 2020, 12:53 PM IST

ନୀତିଶ କୁମାରଙ୍କ ଶପଥ ଗ୍ରହଣ ସମାରୋହକୁ ଯିବେନି ଆରଜେଡି ନେତା । ସମାରୋହକୁ ବଏକଟ କଲା ଦଳ । ଅଧିକ ପଢନ୍ତୁ...

ନୀତିଶ କୁମାର
ନୀତିଶ କୁମାର

ପାଟନା: ଆଜି ଅପରାହ୍ନରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ଗ୍ରହଣ କରିବେ । ତେବେ ଏହି ସମାରୋହକୁ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ବୀ ଯାଦବ ଯିବେ ନାହିଁ । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଦଳ ଏହି ସମାରୋହକୁ ବଏକଟ କରୁଥିବା ଟ୍ବିଟ୍‌ କରି କୁହାଯାଇଛି । ଆରଜେଡି ଶପଥ ସମାରୋହକୁ ବଏକଟ କରୁଛି । ଏନଡିଏ ବିରୋଧରେ ଜନମତ ଆସିଛି । ଏହା ରାଜ୍ୟକୁ ଅନ୍ୟ ଏକ ଦିଗକୁ ନେଇଛି । ଏନଡିଏ ଉପରେ ଜନତାଙ୍କ ଆକ୍ରୋଶ ରହିଛି । ଆମେ ଜନତାଙ୍କ ପ୍ରତିନିଧି, ଜନତାଙ୍କ ସହିତ ରହିଛୁ ବୋଲି ଟ୍ବିଟ୍‌ କରିଛି ଆରଜେଡି ।

କିଛି ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତିରେ ଅନିୟମିତତା ହୋଇଥିବା ଦର୍ଶାଇ ଆରଜେଡି ନେତା ତେଜସ୍ବୀ ଯାଦବ ପୁଣି ଥରେ ଗଣତି କରିବାକୁ ଦାବି କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସୂଚନାଥାଉକି, ବିହାର ବିଧାନସଭାର 243 ଆସନରୁ ଏନଡିଏକୁ 125 ଆସନ ମିଳିଛି । ଯେଉଁଥିରେ ବିଜେପିକୁ 74 ଆସନ, ଜେଡିୟୁକୁ 43 ଓ ଅନ୍ୟ ଦୁଇ ଦଳକୁ 8ଟି ଆସନ ମିଳିଛି । ସେପଟେ ଆରଜେଡି ସର୍ବାଧିକ 75 ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ 19 ଆସନରେ ଜିତିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.