ETV Bharat / bharat

Land For Job Scam: ଲାଲୁଙ୍କ ସମ୍ପତ୍ତି ଜବତ କଲା ED

author img

By

Published : Jul 31, 2023, 6:46 PM IST

ଲ୍ୟାଣ୍ଡ ଫର ଜବ ଘୋଟାଲାରେ ଜବତ ହେଲା ଲାଲୁ ଯାଦବଙ୍କ ସମ୍ପତ୍ତି । ବିହାର, ଗାଜିଆବାଦ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ପ୍ରାୟ 6 କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଲାଲୁଙ୍କ ସମ୍ପତ୍ତି ଜବତ କଲା ED
ଲାଲୁଙ୍କ ସମ୍ପତ୍ତି ଜବତ କଲା ED

ପାଟନା: ରେଳବାଇରେ ନିଯୁକ୍ତି ପାଇଁ ହୋଇଥିବା ମହାଘୋଟାଲା ‘ଲ୍ୟାଣ୍ଡ ଫର ଜବ’ ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଲାଲୁ ଓ ତାଙ୍କର କିଛି ସମ୍ପର୍କୀୟଙ୍କ ସମ୍ପତ୍ତିକୁ କେନ୍ଦ୍ରୀୟ ସଂସ୍ଥା ଜବତ କରିଛି । ଲାଲୁଙ୍କ ଗାଜିଆବାଦ ଓ ବିହାରରେ ଥିବା ବିଭିନ୍ନ ସମ୍ପତ୍ତି ଜବତ କରିଛି । ଆଜି ଏହି ମାମଲାରେ ତୃତୀୟ ଥର ପାଇଁ ଯାଦବ ପରିବାରର ସମ୍ପତ୍ତି ଜବତ କରିଛି କେନ୍ଦ୍ରୀୟ ସଂସ୍ଥା । ଆଜି ଜବତ ହୋଇଥିବା ସମ୍ପତ୍ତିର ପରିମାଣ ପ୍ରାୟ 6 କୋଟି ହେବା ନେଇ ସୂତ୍ରରୁ ସୂଚନା ମିଳିଛି । ଆଜିର କାର୍ଯ୍ୟାନୁଷ୍ଠାନରେ ଲାଲୁଙ୍କ ନାମରେ ବିହାର ଓ ଗାଜିଆବାଦରେ ଥିବା ସମ୍ପତ୍ତି ସହ ତାଙ୍କ ଝିଅ ହେମା ଯାଦବଙ୍କ ନାମରେ ଉତ୍ତର ପ୍ରଦେଶରେ ଓ ପୁଅ ତେଜସ୍ବୀ ଯାଦବଙ୍କ ନାମରେ ଦିଲ୍ଲୀ ସ୍ଥିତ ଡି-ବ୍ଲକରେ ଥିବା ସମ୍ପତ୍ତି ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।

ଏହି ମାମଲାରେ ଦୀର୍ଘ ବର୍ଷ ହେବ କାର୍ଯ୍ୟାନୁଷ୍ଠାନ ପରିସରରେ ରହିଛି ଲାଲୁଙ୍କ ପରିବାର । ଉଭୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ଜାରି ରଖିଛନ୍ତି । ପୂର୍ବରୁ ଲାଲୁ ଯାଦବ, ପତ୍ନୀ ରାବିଡି ଦେବୀ, ପୁଅ ତଥା ବର୍ତ୍ତମାନର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ସାଂସଦ ଝିଅ ମିଶା ଭାରତୀ, ଅନ୍ୟଜଣେ ଝିଅ ରୋହିଣୀ ଯାଦବଙ୍କୁ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଜେରା କରିସାରିଛି । ପୂର୍ବରୁ 2ଥର ଲାଲୁଙ୍କ କିଛି ସମ୍ପତ୍ତି ଜବତ ହୋଇଥିବା ବେଳେ ଆଜି ତୃତୀୟ ଥର ପାଇଁ ଏକାଧିକ ସ୍ଥାନରେ ସମ୍ପତ୍ତି ଜବତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-Land For Job Scam: ଲାଲୁ, ରାବ୍ରୀ ଦେବୀ ଓ ତେଜସ୍ବୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ଏହି ମହାଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ପରେ ଏହାର ତଦନ୍ତ ଭାର କେନ୍ଦ୍ରୀୟ ସଂସ୍ଥାକୁ ଯାଇଥିଲା । ରେଳ ବିଭାଗରେ ନିଯୁକ୍ତି ପାଇଁ ଆଶାୟୀଙ୍କଠାରୁ ଲାଞ୍ଚ ଭାବରେ ଜମି ଗ୍ରହଣ କରାଯାଇଥିଲା । ତତ୍କାଳୀନ ବରିଷ୍ଠ ରେଳ ଅଧିକାରୀମାନେ ମଧ୍ୟ ଏହି ଘୋଟାଲାରେ ସମ୍ପୃକ୍ତ ଥିଲେ । ଦେଶର ଏକାଧିକ ରାଜ୍ୟର ଅଧିକାଂଶ ରାଜ୍ୟର ଆଶାୟୀମାନେ ଲାଞ୍ଚ ଆକାରରେ ଜମି ଦେଇ ରେଳ ବିଭାଗରେ ଚାକିରି ପାଇଥିଲେ । ଏହି ଘୋଟାଲାରେ ଲାଲୁ ପରିବାର ଓ ସମ୍ପର୍କୀୟମାନେ ବିପୁଳ ପରିମାଣର ଜମି ହାତାଇଥିଲେ । ଏହି ଘୋଟାଲାରେ ପ୍ରାୟ 6ଶହ କୋଟିର ଲାଞ୍ଚ ସଂଗ୍ରହ ହୋଇଥିବା ଅଭିଯୋଗ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.