ETV Bharat / bharat

ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ଜାମିନ

author img

By

Published : Apr 17, 2021, 1:19 PM IST

Updated : Apr 17, 2021, 2:12 PM IST

ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁ ଥିବା ଆରଜେଡି ନେତା ଲାଲୁ ଯାଦବଙ୍କୁ ରାଞ୍ଚି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ତିନୋଟି ମାମଲାରେ ଜାମିନ ମିଳିଥିବାବେଳେ ଆଜି ଶେଷ ମାମଲାରେ ଜାମିନ ମିଳିଛି । ଅଧିକ ପଢନ୍ତୁ...

RJD leader Lalu yadav get bail on Fodder scam case
ଚାରା ଘୋଟାଲା ମାମଲାରେ ଆରଜେଡି ନେତା ଲାଲୁ ଯାଦବକୁ ମିଳିଲା ଜାମିନ

ପାଟନା: ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କୁ ମିଳିଲା ଜାମିନ । ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜାକାଟୁ ଥିବା ଆରଜେଡି ନେତା ଲାଲୁ ଯାଦବଙ୍କୁ ରାଞ୍ଚି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ଯାଦବଙ୍କୁ ଜେଲଦଣ୍ଡ ଶୁଣାଣୀ ହୋଇଥିଲା ।

ବିହାରର ବହୁ ଚର୍ଚ୍ଚିତ ଚାରା ଘୋଟଲା ମାମଲାରେ ଆରଜେଡି ନେତା ଲାଲୁ ଯାଦବଙ୍କୁ ମିଳିଛି ଜାମିନ । ବିହାରର ଦୁମକା ଟ୍ରେଜେରୀରେ ଠକେଇ ମାମଲାରେ ରାଞ୍ଚି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । 1990 ଦଶକରେ ଡୁମକା ଟ୍ରେଜେରୀରୁ 3.13 କୋଟି ଟଙ୍କା ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲାଲୁ । ସିବିଆଇ ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ 60 ଲକ୍ଷ ଟଙ୍କା ଜୋରିମାନା ସହ ଜେଲଦଣ୍ଡ ଶୁଣାଇଥିଲେ ।

ସୂଚନାଥାଉକି ଲାଲୁପ୍ରସାଦ ଯାଦବଙ୍କ ବିରୋଧରେ ଚାରା ଘୋଟାଲାରେ ଚାରୋଟି ମାମଲା ରହିଥିଲା । ପୂର୍ବରୁ ତିନୋଟି ମାମଲାରେ ଜାମିନ ମିଳିଥିବାବେଳେ ଆଜି ଶେଷ ମାମଲାରେ ଜାମିନ ମିଳିଛି । ଏହି ମାମଲାରୁ ଜାମିନ ମିଳିବା ପରେ ସେ ଏବେ ଜେଲରୁ ମୁକ୍ତ ହେବା ପାଇଁ ସମସ୍ତ ବାଟ ଫିଟିଛି । ଲାଲୁ ପୂର୍ବରୁ ଚାଇବାସା ଏବଂ ଦେଓଗର ଟ୍ରେଜେରୀ ମାମଲାରେ ଜାମିନ ପାଇଛନ୍ତି ।

ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାଞ୍ଚି ଜେଲରେ ବାନ୍ଦୀ ଜୀବନ କାଟୁଥିଲେ । ଦୀର୍ଘ ଦିନ ହେଲା ରାଞ୍ଚି ଜେଲରେ ରହିଛନ୍ତି । ଜେଲରେ ରହିଥିବାବେଳେ ସେ ଅସୁସ୍ଥ ହୋଇଥିଲେ । ଅସୁସ୍ଥତା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମସରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Last Updated : Apr 17, 2021, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.