ETV Bharat / bharat

G20 Summit: ଆଣ୍ଠୁମାଡି ହୃଦୟ ଜିତିଲେ ସୁନକ, ବାଂଲାଦେଶ ପିଏମଙ୍କ ସହ କଥା ହେବା ଫଟୋ ଭାଇରାଲ

author img

By ETV Bharat Odisha Team

Published : Sep 11, 2023, 10:44 AM IST

ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ଜି20 ସମ୍ମିଳନୀ ଶେଷ ହୋଇଛି । ସମ୍ମିଳନୀରୁ କିଛି ଏମିତି ଝଲକ ଦେଖିବାକୁ ମିଳିଛି ଯାହା ଅନେକଙ୍କ ହୃଦୟ ଜିତିଛି । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Rishi sunak heart touching phota in g20 meet
Rishi sunak heart touching pic with bangladesh pm

ନୂଆଦିଲ୍ଲୀ: ଜି 20 ଶିଖର ସମ୍ମିଳନୀ ବିଶ୍ବମଞ୍ଚ ଶେଷ ହୋଇଛି । ମହାଶକ୍ତିର ମହାସମ୍ମିଳନୀ ଦେଖିଲା ଦୁନିଆ । ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ବ କୂଟନୀତିର ମହାକୁମ୍ଭ ଜି 20 ଶିଖର ସମ୍ମିଳନୀର ଅର୍ଭୂତପୂର୍ବ ସଫଳତାପୂର୍ବକ ଆୟୋଜନ ନେଇ ସଫଳତା ସାଉଁଟିଛି ଭାରତ । ଏହି ସମ୍ମିଳନୀରେ କିଛି ଏମିତି ଫଟୋ ସାମ୍ନାକୁ ଆସିଛି ତାହା ଲୋକଙ୍କ ହୃଦୟକୁ ଛୁଇଁଛି । ଆମେ କହୁଛୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଥା । ଏକ ଫଟୋରେ ଋଷି ସୁନକ ଆଣ୍ଠୁମାଡି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ଋଷି ସୁନକଙ୍କର ସୌଜନ୍ୟତାର ଝଲକ ଦେଖିବାକୁ ମିଳିଛି ।

ରବିବାର ଜି20 ଶିଖର ସମ୍ମିଳନୀରେ ଅନ୍ତିମ ଦିନ ଥିଲା । ଏହି ଦିନ ପ୍ରଥମେ ସମ୍ମିଳନୀରେ ସାମିଲ ହୋଇଥିବା ବିଶ୍ବନେତା ପ୍ରଥମେ ରାଜଘାଟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଦୀର ଉପଢୌକନ ଦେଇ ସ୍ବାଗତ କରିଥିଲେ । ଏହା ସହିତ ସାବରମତୀ ଆଶ୍ରମ ବିଷୟରେ ବୁଝାଇଥିଲେ । ପରେ ବିଶ୍ବ ନେତ ରାଜଘାଟରେ ଜାତିର ପିତା ମହାତ୍ନା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଏହାପରେ ସମାଧିସ୍ଥଳ ବୁଲି ଦେଖିଥିଲେ ବିଶ୍ବ ନେତା । ପରେ ପରେ ଜି 20 ସମ୍ମିଳନୀରେ ଦ୍ବିତୀୟ ଦିନର ଆଲୋଚନାରେ ସାମିଲ ହୋଇଥିଲେ । ସମ୍ମିଳନୀରେ ଶେଷ ଦିନରେ ଋଷି ସୁନକଙ୍କର ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିଲେ ସେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ତଳେ ଆଣ୍ଠୁମାଡି କଥା ହେଉଥିବା ଦେଖିବାକୁ ମିଳିଛି । ଏହି ଫଟୋଟି ସମସ୍ତଙ୍କ ହୃଦୟଙ୍କ ଛୁଇଁଛି । କିଛି ୟୁଜର୍ସମାନେ ଫଟୋଟିକୁ ପ୍ରଶଂସା କରି କହିଛନ୍ତି, ''ପ୍ରକୃତ ବଡ ଲୋକଙ୍କ ପାଖରେ ଅହଂକାର ନଥାଏ ତାଙ୍କ ପରିବାରର ସଂସ୍କାର ।''

ଏହା ବି ପଢନ୍ତୁ...G20 Meet: ଗ୍ରୀନ କ୍ଲାଇମେଟ ଫଣ୍ଡକୁ 2 ମିଲିୟନ ଡଲାର ଅନୁଦାନ ଦେବ ବ୍ରିଟେନ, ଘୋଷଣା କଲେ ସୁନକ

ଏହା ବି ପଢନ୍ତୁ...UK PM At Akshardham: ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ଋଷି ସୁନକ

ଏହା ବି ପଢନ୍ତୁ...G20 Summit in India: ବ୍ରିଟେନ ଫେରିଗଲେ ସୁନକ

ଜି20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପତ୍ନୀ ଅକ୍ଷତାଙ୍କ ସହ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ । ଗସ୍ତର ପ୍ରଥମ ଦିନ ପରେ ପତ୍ନୀଙ୍କ ସହ ନୂଆଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରେ ପୂଜାର୍ଚ୍ଚନା କରିଥିଲେ ସୁନକ ଦମ୍ପତି । ସବୁଜ ଜଳବାୟୁ ପାଣ୍ଠି ପାଇଁ ବଡ ଘୋଷଣା କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସବୁଜ ଜଳବାୟୁ ପାଣ୍ଠି (Green Climate Fund)କୁ 2 ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବ୍ରିଟେନ୍‌ । ସମ୍ମିଳନୀ ସମାପ୍ତ ହେବା ପରେ ବ୍ରିଟେନ ଫେରିଛନ୍ତି ସୁନକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.