ETV Bharat / bharat

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କୁ ନିଯୁକ୍ତ କଲେ ରାଜା ଚାର୍ଲ୍ସ ତୃତୀୟ - ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କଲେ ୟୁକେ ରାଜା

ଋଷି ସୁନକଙ୍କୁ ବିଧିବଦ୍ଧ ଭାବେ ଗ୍ରେଟ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ । ରାଜା ଚାର୍ଲ୍ସ ତୃତୀୟ ଦେଲେ ବିଧିବଦ୍ଧ ନିଯୁକ୍ତି (Rishi Sunak appointed new British PM )। ଗତକାଲି ପ୍ରଧାନମନ୍ତ୍ରୀ ମନୋନୀତ ହୋଇଥିଲେ ସୁନକ । ଅଧିକ ପଢନ୍ତୁ

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କୁ ନିଯୁକ୍ତ କଲେ ରାଜା ଚାର୍ଲ୍ସ ତୃତୀୟ

author img

By

Published : Oct 25, 2022, 4:33 PM IST

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ବିଧିବଦ୍ଧ ଭାବେ ଗ୍ରେଟ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବ୍ରିଟେନର ମହାରାଜା ଚାର୍ଲ୍ସ- ତୃତୀୟ (Rishi Sunak appointed new British PM )। ଆଜି ଅପରାହ୍ନରେ ଋଷି ସୁନକ ବଙ୍କିମହାମ ପ୍ୟାଲେସରେ ରାଜା ଚାର୍ଲ୍ସଙ୍କୁ ସାକ୍ଷାତ କରି ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ।

ଋଷି ସୁନକ ବ୍ରିଟେନର ନୂତନ ତଥା ୫୭ତମ ତଥା ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ (Rishi Sunak new UK PM) ଭାବେ ରେକର୍ଡ କରିଛନ୍ତି । ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବାବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ହେଲେ ଟ୍ରସଙ୍କ ଇସ୍ତଫା ପରେ ପୁଣିଥରେ ପ୍ରତିଦ୍ବନ୍ଦିତା କରି ବ୍ରିଟେନର ଶାସନର ଶୀର୍ଷ ପଦରେ ଅଧିଷ୍ଠିତ ହୋଇଛନ୍ତି । ଗତକାଲି ସେ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ ।

ଋଷି ସୁନକଙ୍କ ପରିବାର ପଞ୍ଜାବର ମୂଳ ବାସିନ୍ଦା । ତିନି ପିଢି ଧରି ସେମାନେ ବ୍ରିଟେନରେ ରହି ଆସୁଛନ୍ତି । ୧୯୮୦ ମସିହାରେ ସାଉଥମ୍ପଟନରେ (Southampton) ସୁନକଙ୍କ ଜନ୍ମ । ସେ ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସୋଫୋର୍ଡ ବିଶ୍ବବିଦ୍ୟାଳଯରୁ ଦର୍ଶନଶାସ୍ତ୍ର ଓ ଅର୍ଥନୀତି ଶିକ୍ଷା ଓ ଷ୍ଟାଣ୍ଡଫର୍ଡ ବିଶ୍ବବିଦ୍ୟାଳୟରୁ MBA କରିଛନ୍ତି । ଭାରତୀୟ ବଂଶୋଦ୍ଭବ ସୁନକ ଇନଫୋସିସ୍ ପ୍ରତିଷ୍ଠାନ ଏନ.ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.