ETV Bharat / bharat

Rishabh Pant accident: ଏୟାର ଲିଫ୍ଟ ହୋଇପାରନ୍ତି ଋଷଭ ପନ୍ତ

ପ୍ଲାଷ୍ଟିକ ସର୍ଜରୀ ପାଇଁ ଦିଲ୍ଲୀକୁ ଏୟାର ଲିଫ୍ଟ ହୋଇପାରନ୍ତି କ୍ରିକେଟର ଋଷଭ ପନ୍ତ । ଏପରି ସୂଚନା ଦେଲେ ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା । ଅଧିକ ପଢନ୍ତୁ

Rishabh Pant may be airlifted to Delhi
Rishabh Pant may be airlifted to Delhi
author img

By

Published : Dec 31, 2022, 10:08 AM IST

Updated : Dec 31, 2022, 10:29 AM IST

ଡେରାଡୁନ: ଋଷଭ ପନ୍ତ କାର ଦୁର୍ଘଟଣା ଘଟଣା । ଏୟାର ଲିଫ୍ଟ ହୋଇ ପାରନ୍ତି ଋଷଭ । ପ୍ଲାଷ୍ଟିକ ସର୍ଜରୀ ପାଇଁ ଋଷଭଙ୍କୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇପାରେ ବୋଲି କହିଛନ୍ତି ଏକ ଡାକ୍ତରୀ ଟିମ । ଆଜି ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (DDCA)ର ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଡେରାଡୁନ୍ ମ୍ୟାକ୍ସ ହସ୍ପିଟାଲକୁ ଯାଉଥିବା ବେଳେ ଗଣମାଧ୍ୟମକୁ ଏପରି ସୂଚନା ଦେଇଛନ୍ତି ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା ।

ସୂଚନା ଅନୁସାରେ, ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ BMW କାର ଧରି ଆସୁଥିବା ବେଳେ ଗତକାଲି ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ପନ୍ତ । କାରର କାଚ ଭାଙ୍ଗି ବାହାରକୁ ଆସିବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ସମୟରେ ଜଣେ ବସ ଚାଳକ ଓ କଣ୍ଡକ୍ଟର ତାଙ୍କୁ କାରରୁ ବାହାର କରି ପୋଲିସକୁ ଘଟଣା ବାବଦରେ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଆହତ ଅବସ୍ଥାରେ ପନ୍ତଙ୍କୁ ଡେରାଡୁନ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ପ୍ଲାଷ୍ଟିକ ସର୍ଜରି ପାଇଁ ତାଙ୍କୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇ ପାରେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-Rishabh Pant Road Accident: ପନ୍ତଙ୍କୁ ଦୁର୍ଘଟଣାସ୍ଥଳରୁ ପ୍ରଥମେ ଉଦ୍ଧାର କରିଥିବା ବ୍ୟକ୍ତି ସମ୍ମାନିତ

ତେବେ ଗତକାଲି ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ପନ୍ତଙ୍କ ମାଙ୍କ ସହିତ କଥା ହୋଇ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ ମୋଦି । ଏଥି ସହ ପନ୍ତ ଆଶୁ ଆରୋଗ୍ୟ କାମନା କରିଥିଲେ । ଋଷଭ ପନ୍ତଙ୍କ କାର ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ଟ୍ବିଟ କରି କହିଥିଲେ ମୋଦି ।

Last Updated : Dec 31, 2022, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.