ମୁମ୍ବାଇ : 80 କୋଟି ଟଙ୍କାର ବିଦ୍ୟୁତ ବିଲ ! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ । ଜଣେ ଚାଉଳ ମିଲ ମାଲିକଙ୍କ ପାଖକୁ ଆସିଥିଲା 80 କୋଟି 13 ଲକ୍ଷ 89 ହଜାର 600 ଟଙ୍କାର ବିଲ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ମହାରାଷ୍ଟ୍ରର ନାଲସେପୁରାରେ ରହୁଥିବା ଗଣପଥ ନାୟକଙ୍କର ଏକ ଚାଉଳ ମିଲ ରହିଛି । ଏହି ମିଲଟି ତାଙ୍କ ନାଁରେ ଥିବାବେଳେ ବିଦ୍ୟୁତ ବିଲ କିନ୍ତୁ ପୁଅ ସତୀଶଙ୍କ ନାଁରେ ଆସେ । କିନ୍ତୁ ଗତ 2021 ଜାନୁଆରୀ ମାସରେ ତାଙ୍କ ମିଲର ବିଦ୍ୟୁତ ବିଲ 80 କୋଟି 13 ଲକ୍ଷ 89 ହଜାର 600 ଟଙ୍କା ଆସିଥିଲା । ଏନେଇ ସେ ମହାବିତରଣ କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ସେଠାରେ ବିଭାଗୀୟ କର୍ମଚାରୀଙ୍କ ଭୁଲ ଯୋଗୁଁ ବିଦ୍ୟୁତ ବିଲରେ ଅଧିକ ପରିମାଣର ଟଙ୍କା ଆସିଥିବା କର୍ମଚାରୀ କହିଥିଲେ । ଏନେଇ ବିଭାଗୀୟ କର୍ମଚାରୀମାନେ ସେମାନଙ୍କ ଭୁଲ ସଂଶୋଧନ କରିଛନ୍ତି । ପରେ ବିଭାଗୀୟ କର୍ମଚାରୀମାନେ ମିଲକୁ ଯାଇ ବିଦ୍ୟୁତ ମିଟରକୁ ଦେଖିଥିଲେ । ପରେ ତାଙ୍କ 80 ହଜାର ଟଙ୍କା ବିଲ୍ ପ୍ରଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ