ETV Bharat / bharat

'Revealing a secret today': NDA ରେ ମିଶିବାକୁ ଚାହୁଁଥିଲେ KCR, ମନା କରିଦେଇଥିଲେ ମୋଦି !

ନିର୍ବାଚନୀ ସଭାମଞ୍ଚରେ ଗୁପ୍ତ ଆଲୋଚନା ଖୁଲାସା କଲେ ପ୍ରଧାନମନ୍ତ୍ରୀ । କହିଲେ ମହାନଗର ନିର୍ବାଚନ ଫଳାଫଳ ପରେ ଦିଲ୍ଲୀ ଆସି ଏନଡିଏରେ ମିଶିବାକୁ ଆଗ୍ରହ ପ୍ରକାଶ କରିଥିଲେ କେସିଆର । ମନା କରିଥିଲେ ମୋଦି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 3, 2023, 7:39 PM IST

'Revealing a secret today': NDA ରେ ମିଶିବାକୁ ଚାହୁଁଥିଲେ କେସିଆର, ମନା କରିଦେଇଥିଲେ ମୋଦି !

ହାଇଦ୍ରାବାଦ: ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ରେ ସାମିଲ ହେବାକୁ ଚାହୁଁଥିଲା ତେଲେଙ୍ଗାନାରେ ଶାସନରେ ଥିବା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) । ଏଥିପାଇଁ କେସିଆର ନିଜେ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ହେଲେ କେସିଆରଙ୍କୁ ଏନଡିଏରେ ସାମିଲ କରିବା ପାଇଁ ନିଜେ ମନା କରିଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ତେଲେଙ୍ଗାନାର ଏକ ନିର୍ବାଚନୀ ସଭାମଞ୍ଚରେ ଏକଥା ନିଜେ ଖୁଲାସା କରିଛନ୍ତି । ସେ କହୁଥିବା କଥା କେତେ ସତ୍ୟ ତାହା ସାମ୍ବାଦିକମାନେ ଚାହିଁଲେ ପରଖି ପାରନ୍ତି ବୋଲି ମଧ୍ୟ ମୋଦି କହିଛନ୍ତି ।

ଆଜି ନିର୍ବାଚନ ହେବାକୁ ଯାଉଥିବା ତେଲେଙ୍ଗାନାର ନିଜାମାବାଦରେ ଏକ ସଧାରଣ ସଭାକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଏହି ରାଜନୈତିକ ଗୁପ୍ତ ବ୍ୟାପାରକୁ ମଧ୍ୟ ନିର୍ବାଚନୀ ସଭାମଞ୍ଚରେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ପ୍ରଥମ ଥର ମୁଁ ଏହି ଗୋପନୀୟ କଥା ଆପଣମାନଙ୍କ ସାମ୍ନାରେ ରଖିବାକୁ ଯାଉଛି । ଯେତେବେଳେ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ ହୋଇଥିଲା, ସେତେବେଳେ ଭାରତୀୟ ଜନତା ପାର୍ଟି ପ୍ରାୟ ୪୫ ଆସନରେ ବିଜୟ ଲାଭ କରିଥିଲା । କୌଣସି ଦଳକୁ ପରିଷଦ ଗଠନ କରିବା ପାଇଁ ସଂଖ୍ୟା ବହୁମତ ମିଳିନଥିଲା । ସେତେବେଳେ କେସିଆରଙ୍କ ଦଳ ସମର୍ଥନ ଅନ୍ୟ ଦଳର ସମର୍ଥନ ଚାହୁଁଥିଲା । ଏହି ସମୟରେ କେସିଆର ନିଜେ ଦିଲ୍ଲୀ ଆସି ମତେ ଭେଟିଥିଲେ ।’’

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କ ଆବାଦି ମନ୍ତବ୍ୟକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ, କହିଲେ କଂଗ୍ରେସ ମୁସଲମାନଙ୍କ ଅଧିକାର ଛିନ୍ନ କରିବାକୁ ଚାହୁଁଛି

"କେସିଆର ମତେ ଏକ ଚାଦର ଉପହାର ଦେବା ସହ ଅହେତୁକ ସମ୍ମାନ ପ୍ରଦାନ କରିଥିଲେ । ଯାହା କେସିଆରଙ୍କ ବ୍ୟକ୍ତିତ୍ବର ସ୍ବଭାବ ନୁହେଁ । ଏହାପରେ ସେ ପ୍ରକୃତ ପ୍ରସଙ୍ଗକୁ ଆସିଥିଲେ । କହିଥିଲେ, ଦେଶ ଆପଣଙ୍କ ନେତୃତ୍ବରେ ଆଗକୁ ବଢୁଛି, ପ୍ରଗତି କରୁଛି । ଆମେ (ବିଆରଏସ) ଏନଡିଏ ମେଣ୍ଟ ସହ ସାମିଲ ହେବାକୁ ଚାହୁଁଛୁ । ଏହା ପରେ ପ୍ରତିଉତ୍ତରରେ ମୁଁ କହିଥିଲି, ଆପଣଙ୍କ କର୍ମ ଏମିତି ଯେ, ମୋଦି ଆପଣଙ୍କ ସହ ହାତ ମିଳାଇ ପାରିବନାହିଁ ।"

ଏହି ବିସ୍ଫୋରକ ମନ୍ତବ୍ୟ ଦେବା ସହ ସେ ୧୦୦ ପ୍ରତିଶତ ସତ କହୁଥିବା ଦାବି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ସାମ୍ବାଦିକ ବନ୍ଧୁମାନେ ଚାହିଁଲେ ଏହାକୁ ପରଖି ପାରନ୍ତି । କେନ୍ଦ୍ରରେ ଶାସନରେ ଥିବା ଭାରଜତୀୟ ଜନତା ପାର୍ଟିର ସବୁଠୁ ବଡ଼ ନେତା ନରେନ୍ଦ୍ର ମୋଦିଙ୍କ ଏପରି ବିସ୍ଫୋରକ ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ କେସିଆର କିମ୍ବା ତାଙ୍କ ଦଳର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ତେବେ ମୋଦି ବିରୋଧୀ ଓ ଭାରତୀୟ ଜନତା ପାର୍ଟି ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ନିଜ ପାର୍ଟିର ଜାତୀୟ କରଣ କରିଥିବା କେସିଆର ହଠାତ୍‌ ବିଜେପି ବିରୋଧୀ ଆଭିମୁଖ୍ୟକୁ ମଧ୍ୟ ଶିଥିଳ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.