ETV Bharat / bharat

ପୁଅ ବିବାହ ଖୁସିରେ ମେଧାବୀ ଛାତ୍ରଙ୍କୁ ୧୦ହଜାର ଲେଖାଏଁ ବାଣ୍ଟିଲେ ଶିକ୍ଷକ

author img

By

Published : Dec 10, 2022, 10:56 PM IST

ଉଦାହରଣ ସାଜିଲେ ଶିକ୍ଷକ । ନିଜ ପୁଅର ବିବାହ ଉତ୍ସବକୁ ଯାକଜକମ କରିବା ଅପେକ୍ଷା ମେଧାବୀ ଛାତ୍ରଛାତ୍ରୀଙ୍କୁ ଯୋଗାଇଲେ ୧୦ ହଜାର ଆର୍ଥିକ ସହାୟତା । ଅଧିକ ପଢନ୍ତୁ

ଶିକ୍ଷକଙ୍କ ବଦାନ୍ୟତା, ପୁଅ ବିବାହରେ ମେଧାବୀ ଛାତ୍ରଙ୍କୁ ପ୍ରଦାନ କଲେ ୧୦୦୦୦

ପାଟନା: ବିହାରର ମଧେପୁରାରେ ଜଣେ ପିତା ନିଜ ପୁଅର ବିବାହ ଅବସରରେ ଏକ ନିଆରା ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାର ପସିରକୁ ଆସିଛନ୍ତି । ବୃତ୍ତିରେ ଶିକ୍ଷକ ଥିବା ଡ. ନିରଞ୍ଜନ କୁମାର ପୁଅର ବିବାହ ଅବସରରେ ମେଧାବୀ ବାଳିକା ଛାତ୍ରଙ୍କୁ ୧୦ ହଜାର ଲେଖାଏଁ ଅର୍ଥ ପ୍ରଦାନ କରିଛନ୍ତି (Teacher Begins unique initiative in Madhepura)। ଆଜିର ଯୁଗରେ ଲୋକ ଦେଖାଣିଆ ଭାବେ ବିବାହ ଉତ୍ସବରେ ଲୋକେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ ଶିକ୍ଷକ ଜଣକ ମେଧାବୀ ଛାତ୍ରଙ୍କୁ ଏଭଳି ଅର୍ଥ ଯୋଗାଇ ଆହୁରି ସଫଳତା ହାସଲ ଲାଗି ପ୍ରୋତ୍ସାହିତ କରିଛନ୍ତି । ବିବାହ ଖର୍ଚ୍ଚରୁ କିଛି ପରିମାଣ ସଞ୍ଚୟ କରି ଅଭାବୀ ପିଲାମାନଙ୍କୁ ଦେଇଛନ୍ତି ।

ମେଡିକାଲ, ଇଞ୍ଜିନିୟର ଛାତ୍ରଛାତ୍ରୀ ହେଲେ ଉପକୃତ:-

ଅବସରପ୍ରାପ୍ତ ପ୍ରିନ୍ସିପାଲ୍ ଡକ୍ଟର ନିରଞ୍ଜନ କୁମାର ଏହି ନିଆରା ପଦକ୍ଷେପ ଆରମ୍ଭ କରିଛନ୍ତି । ସେ ତାଙ୍କ ପୁଅର ବିବାହ ଅବସରରେ ମେଡିକାଲ ଏବଂ ଇଞ୍ଜିନିୟରିଂ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ସେ ମଧେପୁରା ଜନ ନାୟକ କର୍ପୁରୀ ଠାକରୁ ମେଡିକାଲ କଲେଜ ଓ ବିପି ମଣ୍ଡଳ ଇଞ୍ଜିନିୟରିଂ କଲେଜର ୫-୫ ମେଧାବୀ ଛାତ୍ରଛାତ୍ରୀଙ୍କ ତାଲିକା ମାଗିଥିଲେ ଏବଂ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଚେକ୍ ପ୍ରଦାନ କରିଥିଲେ।

ଶୁକ୍ରବାର ମଧେପୁରାର ମେଡିକାଲ କଲେଜ ନିକଟ ବରକନ୍ୟାକୁ ସ୍ବାଗତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଠାରେ ୧୦ଟି ମେଡିକାଲ ଏବଂ ଇଞ୍ଜିନିୟରିଂ ବାଳିକା ଛାତ୍ରଙ୍କ ମଧ୍ୟରେ ୧ ଲକ୍ଷ ଟଙ୍କା ବଣ୍ଟନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଡକ୍ଟର ନିରଞ୍ଜନ କୁମାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ବିପି ମଣ୍ଡଳ ଇଞ୍ଜିନିୟରିଂ କଲେଜର ଅଞ୍ଚଳ କୁମାରୀଙ୍କ ବ୍ୟତୀତ କଲପାନା କୁମାରି, ଖୁସବୁ କୁମାରୀ ଗୁପ୍ତା, ଭାରତ କୁମାରୀ ଏବଂ ବିପି ମଣ୍ଡଳ ଇଞ୍ଜିନିୟର କଲେଜର ସ୍ତୁତି ଅଞ୍ଚଳ, ଶେହଜାଦୀ ସମର, ସାକ୍ଷୀ କୁମାରୀ, ପ୍ରିୟଙ୍କା କୁମାରୀ, ଶ୍ରେୟା ରାନୀ, ଜେଏନକେ ମେଡିକାଲ କଲେଜର କୁସୁମ ରାଜକଙ୍କୁ ୧୦ ହଜାର ଚେକ୍ ପ୍ରଦାନ କରାଯାଇଥିଲା । ଚେକ୍ ପାଇବା ପରେ କୃତଜ୍ଞତା ଜଣାଇଛନ୍ତି ଛାତ୍ରଛାତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.