ଗାନ୍ଧୀନଗର: ପାଠ ପଢ଼ିବା ପାଇଁ କହିବାକୁ ବାପାକୁ ୱାଇପର୍ରେ ଆକ୍ରମଣ କଲା ନାବାଳକ ପୁଅ (son attacked on Father) । କ୍ରୋଧରେ ପୁଅ ଉପରୁ ଗୁଳି ଚଳାଇଲେ ଅବସରପ୍ରାପ୍ତ ସେନା କର୍ମଚାରୀ ବାପା (Retired army man Fired on his son) । ଗୁଜୁରାଟର କାମରେଜ୍ ଥାନା ଭାୱ ଗ୍ରାମରେ ଏଭଳି ଘଟଣା ଘଟିଛି । ଏହାକୁ ନେଇ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।
ଧର୍ମେନ୍ଦ୍ର ଓମ୍ ପ୍ରକାଶ ସାଇକିୟା କାମରେଜ୍ ଥାନା ଭାୱ ଗ୍ରାମରେ ବସବାସ କରୁଛନ୍ତି । ତାଙ୍କ ପୁଅ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପଢ଼ା ପ୍ରତି ଦେଉନଥିଲା । ପଢ଼ା ବଦଳରେ ମୋବାଇଲ୍ରେ ପୁଅ ଅଧିକ ସମୟ ବ୍ୟତୀତ କରୁଥିଲା । ଏହାକୁ ନେଇ ପୁଅ ପ୍ରିନ୍ସ୍କୁ ତାଗିଦ କରିବାରୁ, ପ୍ରିନ୍ସ କ୍ରୋଧରେ ଏକ ୱାଇପର୍ରେ ବାପାଙ୍କ ଉପରକୁ ଆକ୍ରମଣ କରିଥିଲା । ଏଥିରେ ଲୋହୁଲୁହାଣ ହୋଇଥିଲେ ଧର୍ମେନ୍ଦ୍ର ଓମ୍ ପ୍ରକାଶ । ପରେ କ୍ରୋଧରେ ସେ ପାଖରେ ରଖିଥିବା ପିସ୍ତଲରେ ପୁଅ ଉପରକୁ ଦୁଇ ରାଉଣ୍ଡ ଫାୟରିଂ କରିଥିଲେ ।
ଗୁଳିଚାଳଣା ଯୋଗୁଁ ପ୍ରିନ୍ସର ବାମ ହାତରେ ଗୁଳି ବାଜିଥିଲା । ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଧର୍ମେନ୍ଦ୍ର ଓମ୍ ପ୍ରକାଶଙ୍କ ଘରେ ପହଞ୍ଚିଥିଲେ । ସେଠାରେ ତାଙ୍କ ହାତରୁ ବନ୍ଧୁକ ଛଡ଼ାଇବା ସହ ପ୍ରିନ୍ସକୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି । ସେପଟେ ଅଭିଯୁକ୍ତ ବାପା ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ଗିରଫ କରିଛି ।