ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହାଙ୍ଗା ହେବା ଯୋଗୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ପିତି ମଧ୍ୟ 7% କୁ ବୃଦ୍ଧି ପାଇଛି । ଆଜି (ସୋମବାର) ପ୍ରକାଶିତ ସରକାରୀ ତଥ୍ୟରୁ ଏହି ସୂଚନା ମିଳିଛି । ଜୁଲାଇରେ ଏହି ହାର 6.71 ପ୍ରତିଶତ ଥିଲା । ତେବେ ଗତମାସ (ଅଗଷ୍ଚ) ରେ ଏହି ହାର ବୃଦ୍ଧି ପାଇ 7 ପ୍ରତିଶତରେ ପହଞ୍ଚିଛି (Retail inflation inches up to 7 pc in Aug)। ଯାହା ଗତ ତିନି ମାସ ମଧ୍ୟରେ ସର୍ବାଧିକ ରେକର୍ଡ କରିଛି । ଗତ ତିନି ମାସ ମଧ୍ୟରେ କ୍ରମାଗତ ଭାବେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ରେ ହ୍ରାସ ଦେଖିବାକୁ ମିଳିଥିଲା । ତେବେ ଅଗଷ୍ଟରେ ଏହି ହାରରେ ବୃଦ୍ଧି ଘଟିଛି ।
-
Retail inflation rises to 7% in August as compared to 6.71% in July: GoI pic.twitter.com/SOPV65hNf2
— ANI (@ANI) September 12, 2022 " class="align-text-top noRightClick twitterSection" data="
">Retail inflation rises to 7% in August as compared to 6.71% in July: GoI pic.twitter.com/SOPV65hNf2
— ANI (@ANI) September 12, 2022Retail inflation rises to 7% in August as compared to 6.71% in July: GoI pic.twitter.com/SOPV65hNf2
— ANI (@ANI) September 12, 2022
ତେବେ ଚାଉଳ, ଡାଲି, ଗହମ ପରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଘଟିଥିବା ଯୋଗୁ ଏହାର ପ୍ରଭାବ ମୁଦ୍ରାସ୍ପିତି ଉପରେ ମଧ୍ୟ ପଡିଛି । ଫଳରେ ଗତ ମାସରେ ଏହାର ହାରରେ ମଧ୍ୟ ବୃଦ୍ଧି ଘଟିଛି । ଦେଶର କେତେକ ସ୍ଥାନରେ ଅନିୟମିତ ମୌସୁମୀ ବର୍ଷା ପାଇଁ ଚାଷ ଓ ଅମଳ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଏହା ମଧ୍ୟ ମୁଦ୍ରାସ୍ପିତିରେ ବୃଦ୍ଧି ଘଟାଇବାରେ ଏକ କାରଣ ଭାବେ ଗ୍ରହଣ କରାଯାଉଛି । ଚଳିତ ବର୍ଷ କିଛି ରାଜ୍ୟରେ ସ୍ବାଭାବିକ ପରିମାଣ ଠାରୁ ବର୍ଷାରେ ସାମାନ୍ୟ ହ୍ରାସ ଘଟିଛି । ଉତ୍ତର ପ୍ରଦେଶ, ବିହାର ଓ ଝାଡଖଣ୍ଡ ପରି କୃଷି ପ୍ରଧାନ ରାଜ୍ୟଗୁଡିକରେ ବର୍ଷାର ପରିମାଣ ହ୍ରାସ ପାଇଥିବାରୁ ଅମଳ ଓ ଉତ୍ପାଦନରେ ମଧ୍ୟ ପ୍ରଭାବ ପଡିଛି । ତେଣୁ ଏହି ସମସ୍ତ କାରଣ ପାଇଁ ଏହି ମୁଦ୍ରାସ୍ପିତି ପ୍ରଭାବିତ ହେବା ସହ ଅଗଷ୍ଟ ମାସରେ ଏହା ବୃଦ୍ଧି ପାଇ 7 ପ୍ରତିଶତରେ ପହଞ୍ଚିଛି (Retail inflation inches up to 7 pc in Aug)।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ