ETV Bharat / bharat

Paytm Payments Bank: ଦେଶରେ ବନ୍ଦ ହେଲା ପେଟିଏମ ପେମଣ୍ଟ୍ସ ବ୍ୟାଙ୍କ - ଭାରତୀୟ ରିର୍ଜଭ ବ୍ୟାଙ୍କ

ପେଟିଏମ ପେମଣ୍ଟ୍ସ ବ୍ୟାଙ୍କ ଉପରେ ରୋକ ଲଗାଇଲା ଭାରତୀୟ ରିର୍ଜଭ ବ୍ୟାଙ୍କ । ଏଣିକି ନୂଆ ପେଟିଏମ ପେମଣ୍ଟ୍ସ ବ୍ୟାଙ୍କ ଆକାଉଣ୍ଟ ଖୋଲି ପାରିବେ ନାହିଁ ଗ୍ରାହକ । ଅଧିକ ପଢନ୍ତୁ

Paytm Payments Bank: ବନ୍ଦ କଲା ଆରବିଆଇ
Paytm Payments Bank: ବନ୍ଦ କଲା ଆରବିଆଇ
author img

By

Published : Mar 12, 2022, 7:06 AM IST

ମୁମ୍ବାଇ: ପେଟିଏମ ପେମଣ୍ଟ୍ସ ବ୍ୟାଙ୍କ ଉପରେ ରୋକ ଲଗାଇଲା ଭାରତୀୟ ରିର୍ଜଭ ବ୍ୟାଙ୍କ । ଏଣିକି ନୂଆ ପେଟିଏମ ପେମଣ୍ଟ୍ସ ବ୍ୟାଙ୍କ ଆକାଉଣ୍ଟ ଖୋଲି ପାରିବେ ନାହିଁ ଗ୍ରାହକ । ତେବେ ବ୍ୟାଙ୍କଙ୍ଗ୍‌ କ୍ଷେତ୍ରରେ କରାଯାଉଥିବା କାରବାର ଅଧିକାରୀ ହିସାବରେ ଏହି ରୋକ ଲଗାଇଛନ୍ତି । ସେହିପରି ଏହି ନିୟମ ଶୁକ୍ରବାର ଠାରୁ ଲାଗୁ କରାଯାଇଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ଏଥିସହ ବିଭାଗ ୩୫A ବ୍ୟାଙ୍କିଙ୍ଗ୍‌ ନିୟମ ୧୯୪୯ ଆଧାରରେ ଆରବିଆଇ ପେମଣ୍ଟ୍ସ ବ୍ୟାଙ୍କକୁ ବନ୍ଦ କରିଛି । ଏନେଇ ଆରବିଆଇ ପକ୍ଷରୁ ଏକ ପ୍ରେସ ବିବୃତି ମଧ୍ୟରେ ଏହା କୁହାଯାଇଛି ।

Paytm Payments Bank: ବନ୍ଦ କଲା ଆରବିଆଇ
Paytm Payments Bank: ବନ୍ଦ କଲା ଆରବିଆଇ

ସେହିଭଳି ଆଇଟି ସିଷ୍ଟମର ବିସ୍ତୃତ ଅଡିଟ୍ କରିବା ପାଇଁ ପେଟିଏମ ପେମଣ୍ଟ୍ସ ବ୍ୟାଙ୍କକୁ ଏକ ଅଡିଟ୍ ଫାର୍ମ ନିଯୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାର ଆଇଟି ସିଷ୍ଟମର ବିସ୍ତୃତ ସିଷ୍ଟମ ଅଡିଟ୍ କରିବା ପାଇଁ ବ୍ୟାଙ୍କକୁ ଏକ ଆଇଟି ଅଡିଟ୍ ଫାର୍ମ ନିଯୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡ ଦ୍ବାରା ନୂତନ ଗ୍ରାହକଙ୍କ ଆଇଟି ଅଡିଟରଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ଆରବିଆଇ ଦ୍ବାରା ନିର୍ଦ୍ଦିଷ୍ଟ ଅନୁମତି ଦିଆଯିବ ବୋଲି ଏହି ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଏହି କାର୍ଯ୍ୟ ବ୍ୟାଙ୍କରେ ଦେଖା ଯାଇଥିବା କିଛି ସାମଗ୍ରୀ ତଦାରଖ ଚିନ୍ତା ଧାରା ଉପରେ ଆଧାରିତ ବୋଲି ପ୍ରେସ ନୋଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.