ETV Bharat / bharat

Kerala well tragedy: 30 ଘଣ୍ଟା ପରେ ମଧ୍ୟ ଉଦ୍ଧାର ଅପରେସନ ଜାରି - କୂଅରେ ଫସିଛନ୍ତି ଯୁବକ

କେରଳର ଥିରୁଅନନ୍ତପୁରମରେ କୂଅରେ ଫସିଛନ୍ତି ଶ୍ରମିକ । 30 ଘଣ୍ଟା ପରେ ମଧ୍ୟ ଉଦ୍ଧାର ଅପରେସନ ଜାରି । ଗତକାଲିଠାରୁ ଫସି ରିହଛନ୍ତି 55 ବର୍ଷୀୟ ବ୍ୟକ୍ତି । ଅଧିକ ପଢନ୍ତୁ

Kerala well tragedy: 30 ଘଣ୍ଟା ପରେ ମଧ୍ୟ ଉଦ୍ଧାର ଅପରେସନ ଜାରି

author img

By

Published : Jul 9, 2023, 8:42 PM IST

30 ଘଣ୍ଟା ପରେ ମଧ୍ୟ ଉଦ୍ଧାର ଅପରେସନ ଜାରି

ଥିରୁଅନନ୍ତପୁରମ: କେରଳର ଥିରୁଅନନ୍ତପୁରମ ଜିଲ୍ଲାରେ ଏକ କୂଅ ମରାମତି ବେଳେ ମାଟି ଅତଡା ଧସିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି । କୂଅ ମଧ୍ୟରେ ମାଟି ଅତଡ଼ା ତଳେ ଜଣେ 55 ବର୍ଷୀୟ ଶ୍ରମିକ ଫସି ରହିଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଦୀର୍ଘ 30 ଘଣ୍ଟା ଧରି ଉଦ୍ଧାର ଅପରେସନ ଜାରି ରଖିଛି ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ । ଗତକାଲି(ଶନିବାର) ପୂର୍ବାହ୍ନରୁ ଏହି ଅପରେସନ ଜାରି ରହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ମଧ୍ୟ ସଫଳତା ମିଳିପାରିନାହିଁ । ଗଭୀର କୂଅରୁ ମାଟି ବାହାର କରିବା ପ୍ରକ୍ରିୟା ଜାରି ରଖିଛି ଉଦ୍ଧାରକାରୀ ଟିମ୍‌ ।

ସୂଚନା ଅନୁସାରେ, ମହାରାଜା ନାମକ ଜଣେ 55 ବର୍ଷୀୟ ଶ୍ରମିକ ଗଭୀର କୂଅ ମଧ୍ୟକୁ ମରାମତି ପାଇଁ ଯାଇଥିଲେ । ସେତେବେଳେ ମାଟି ଅତଡା ଧସିଥିଲା । ସେ ମାଟି ଅତଡ଼ା ତଳେ ଚାପି ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକେ ପୋଲିସ ଓ ପ୍ରଶାନସକୁ ସୂଚନା ଦେବା ସହ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ପରେ ଅଗ୍ନିଶମ ଟିମ୍‌ ଉଦ୍ଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ ।

ଫସି ରହିଥିବା ଏହି ବ୍ୟକ୍ତି ତାମିଲନାଡୁର ହାସିନ୍ଦା । ସେ କେରଳରେ ଜଣେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ । ଅନ୍ୟ ଜଣେ ସହଯୋଗୀ ଶ୍ରମିକ ମଧ୍ୟ ତାଙ୍କ ସହ ମରାମତି କାର୍ଯ୍ୟରେ ସାମିଲ ଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନ୍ୟପଟେ ଫସି ରହିଥିବା ଶ୍ରମିକଙ୍କ ସ୍ବାସ୍ଥ୍ଯାବସ୍ଥା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଆମ୍ବୁଲାନ୍ସ ସହ ଡାକ୍ତରୀ ଟିମ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ତାଙ୍କୁ ଉଦ୍ଧାର କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବା ନେଇ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ।

ଏହା ମଧ୍ୟ ପଢନ୍ତୁ:-କୂଅ ମରାମତି ବେଳେ ଧସିଲା ମାଟି, ଫସି ରହିଛନ୍ତି ଯୁବକ

ଏହି କୂଅର ଗଭୀରତା ପ୍ରାୟ 90 ଫୁଟ ବୋଲି କୁହାଯାଉଛି । ଗତକାଲି ଠାରୁ ଉଦ୍ଧାର ଅପରେସନ ଜାରି ରହିଥିଲେ ସୁଦ୍ଧା ଆଜି ପୁଣି ଥରେ କୂଅର ନନ୍ଦ ଭାଙ୍ଗି ମାଟି ଅତଡା ଖସିବାରୁ ଉଦ୍ଧାର ପ୍ରକ୍ରିୟା ଜଟିଳ ହେବାରେ ଲାଗିଛି । ଅଗ୍ନିଶମ ଟିମର ସଦସ୍ୟ କୂଅ ଭିତରେ ଦଉଡି ସାହାଯ୍ୟରେ ପ୍ରବେଶ କରି ମାଟି ଓ ବାଲି ବାହାର କରିବା ଜାରି ରଖିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.