ETV Bharat / bharat

ଦୁର୍ନୀତି ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ - ସାମ୍ବାଦିକ

ତ୍ରିପୁରାର ଅଗରତାଲାରେ ଜଣେ ଦୈନିକ ଖବରକାଗଜରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ
ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ
author img

By

Published : Mar 25, 2021, 11:56 AM IST

ଅଗରତାଲା: ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଜଣେ ଦୈନିକ ଖବରକାଗଜରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ତ୍ରିପୁରାର ଅଗରତାଲାରେ ଏହି ଘଟଣା ଘଟିଛି । ସେଠାକାର ଶାସକ ଦଳର କିଛି ନେତାଙ୍କ ଦ୍ବାରା ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ଜଣକ ହେଲେ ବିକାଶ ଦାସ । ସୂଚନା ଅନୁସାରେ, ସାମ୍ବାଦିକ ଜଣକ କନ୍ଦନପୁର ସବଡିଭିଜନ ଅନ୍ତର୍ଗତ ଶାନ୍ତିପୁର ଗ୍ରାମ କମିଟିରେ ଏକ ଦୁର୍ନୀତି ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଏହାକୁ ବିରୋଧ କରିବା ସହ ଶାସକ ଦଳର କିଛି ନେତାଙ୍କ ଦ୍ବାରା ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।

ତାଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା । ବିକାଶଙ୍କ ଉପରେ ଲୁହା ରଡ ସହ କୋଦାଳ ଦ୍ବାରା ଆକ୍ରମଣ କରାଯାଇଥିଲା । ଯାହାଫଳରେ ନିଜ ଜୀବନ ବଞ୍ଚାଇବା ପାଇଁ ବିକାଶ ନିକଟ ଏକ ଜଙ୍ଗଲ ଭିତରେ ଲୁଚିଯାଇଥିଲେ । ଯାହାଫଳରେ ତାଙ୍କ ଜୀବନ ରକ୍ଷା ହୋଇପାରିଛି ।

କେବଳ ଏତିକି ନୁହେଁ, ନିକଟରେ ଛିଡା ହୋଇଥିବା ତାଙ୍କ ବାଇକକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି । ପରେ ବିକାଶ ରାସ୍ତାରେ ଯାଉଥିବା ଗାଡିରୁ ଲିଫ୍ଟ ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.