ETV Bharat / bharat

ପଞ୍ଚଭୂତ ବିଲୀନ ହେଲେ ସବୁଜ ବିପ୍ଳବର ଜନକ ସ୍ବାମୀନାଥନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

author img

By ETV Bharat Odisha Team

Published : Sep 29, 2023, 10:40 PM IST

ଚେନ୍ନାଇରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସବୁଜ ବିପ୍ଳବର ଜନକ ସ୍ବାମୀନାଥନଙ୍କ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ

Etv Bharat
Etv Bharat

ଚେନ୍ନାଇ: ପ୍ରତିଷ୍ଠିତ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଲବର ଜନକ ଏମଏସ ସ୍ବାମୀନାଥନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବସନ୍ତ ନଗର ଶ୍ମଶାନରେ ସ୍ବାମୀନାଥନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି (ସେପ୍ଟେମ୍ବର 28) ତାରିଖରେ ତାଙ୍କ ତେୟାନାମପଟେ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 98 ବର୍ଷ ବୟସ ହୋଇଥିଲା ।

ଆଜି ସକାଳେ ସ୍ବାମୀନାଥନଙ୍କ ଶେଷ ଦର୍ଶନ ଲାଗି ତାଙ୍କ ବାସଭବନରେ ପାର୍ଥିବ ଶରୀର ରଖାଯାଇଥିଲା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନଙ୍କ ସମେତ ଅନେକ ରାଜନେତା ଓ ସରକାରୀ କର୍ମଚାରୀ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ସକାଳେ ସ୍ବାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ତାରମଣି ସ୍ଥିତ ଡକ୍ଟର ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନକୁ ଯାଇଥିଲେ । ପ୍ରତିଷ୍ଠିତ କୃଷି ବିଜ୍ଞାନୀ ତଥା ପ୍ଲାଣ୍ଟ ଜେନେଟିଷ୍ଟ ସ୍ବାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ତାଙ୍କ ବାସଭବନରେ ଭିଡ଼ ଜମିଥିଲା ।

ଏହା ବି ପଢନ୍ତୁ- ଏକ ଯୁଗର ଅବସାନ, ଆଖି ବୁଜିଲେ ସବୁଜ ବିପ୍ଳବର ଜନକ ଏମଏସ ସ୍ୱାମୀନାଥନ

ଏହାରି ଭିତରେ ଚିପକୋ ପାୟୋନିର ଚଣ୍ଡି ପ୍ରସାଦ ଭଟ୍ଟ ମଧ୍ୟ ଶୁକ୍ରବାର ସ୍ବାମୀନାଥନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି ଏହାକୁ ବ୍ୟକ୍ତିଗତ କ୍ଷତି ବୋଲି କହିଥିଲେ । ସେ କହିଥିଲେ, " ଦେଶର ଗ୍ରାଉଣ୍ଡ ବାସ୍ତବତା ସହିତ ଓତଃପ୍ରୋତ ଭାବେ ସେ ଜଡ଼ିତ ଥିବା ଜଣେ ବୈଜ୍ଞାନିକ ଥିଲେ । ଉତ୍ତରାଖଣ୍ଡର ପାହାଡି ଅଞ୍ଚଳରେ ବନ୍ୟ ଜୀବଜନ୍ତୁଙ୍କଠାରୁ ଫସଲକୁ ରକ୍ଷା କରିବା ଦିଗରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା । "

ଏହା ବି ପଢନ୍ତୁ- ବାଲୁକା ଚିତ୍ରକଳା ଏମ ଏସ ସ୍ବାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସୂଚନା ଥାଉ କି ତାମିଲନାଡୁର କୁମ୍ବାକୋନାମଠାରେ 1925 ମସିହା ଅଗଷ୍ଟ 7 ତାରିଖରେ ଜନ୍ମ ନେଇଥିଲେ ଏହି ମହାନ ବ୍ୟକ୍ତି । ସ୍ବାମୀନାଥନଙ୍କ ପିତା ଜଣେ ସର୍ଜନ ଏବଂ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଥିଲେ । ସେ ତାମିଲନାଡୁର ସ୍ବଦେଶୀ ଆନ୍ଦୋଳନ ଏବଂ ମନ୍ଦିର ପ୍ରବେଶ ଆନ୍ଦୋଳନରେ ଭାଗ ନେଇଥିଲେ । ଏହା ଅଳ୍ପ ବୟସରେ ସ୍ବାମୀନାଥନଙ୍କ ମନରେ ସେବା ମନୋଭାବ ସୃଷ୍ଟି କରିଥିଲା ​। ଏକ ସ୍ଥାନୀୟ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ କରିବା ପରେ ସେ ଏକ ମେଡିକାଲ ସ୍କୁଲରେ ଆଡମିସନ ନେଇଥିଲେ । 1943 ମସିହାରେ ବଙ୍ଗଳା ଦୁର୍ଭିକ୍ଷ ପରେ ତାଙ୍କୁ କୃଷି ସମ୍ବନ୍ଧରେ ଅନୁସନ୍ଧାନ କରିବାକୁ ବାଧ୍ୟ କରିଥିଲା । ଭାରତରେ କୃଷି କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.