ETV Bharat / bharat

ଧର୍ମ ପରିବର୍ତ୍ତନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ରାଜନୈତିକ ରଙ୍ଗ ଦିଆଯିବା ଉଚିତ ନୁହେଁ : ସୁପ୍ରିମକୋର୍ଟ - ଧର୍ମ ପରିବର୍ତ୍ତନ ଏକ ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ

ଧର୍ମ ପରିବର୍ତ୍ତନ ଏକ ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ । ମିଥ୍ୟା ଧର୍ମ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ କଡା ପଦକ୍ଷେପ ନେବାକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭୟଭୀତ କରାଇ, ଧମକ ଦେଇ, ପ୍ରତାରଣାକାରୀ, କିମ୍ବା ଉପହାର ଏବଂ ଆର୍ଥିକ ଲାଭ ମାଧ୍ୟମରେ ଧର୍ମ ପରିବର୍ତ୍ତନ କରାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ଅଧିକ ପଢନ୍ତୁ

ଧର୍ମ ପରିବର୍ତ୍ତନ କୁ ‘ନା’
ଧର୍ମ ପରିବର୍ତ୍ତନ କୁ ‘ନା’
author img

By

Published : Jan 10, 2023, 12:16 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ(Supreme Court )କହିଛନ୍ତି ଯେ 'ଧର୍ମ ପରିବର୍ତ୍ତନ ଏକ ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ରାଜନୈତିକ ରଙ୍ଗ (political colour)ଦିଆଯିବା ଉଚିତ ନୁହେଁ'। ଦେଶରେ ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ ପଦକ୍ଷେପ ଗ୍ରହଣ କରିବାପାଇଁ ସୁପ୍ରିମକୋର୍ଟ ସୋମବାର ଆଟର୍ଣ୍ଣି ଜେନେରାଲ ଆର୍‌ ଭେଙ୍କଟରମଣିଙ୍କ (Attorney General R Venkataraman) ସହଯୋଗ ଲୋଡ଼ିଛନ୍ତି । ଜଷ୍ଟିସ ଏମ୍‌ଆର ଶାହ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ ଧର୍ମାନ୍ତରୀକରଣ ବିରୋଧରେ ଏକ ଆବେଦନର ଶୁଣାଣି କରି ଧର୍ମାନ୍ତରୀକରଣ ବିରୋଧରେ କେଉଁ ପଦକ୍ଷେପ ଗ୍ରହଣ କରିହେବ ସେନେଇ ଆଟର୍ଣ୍ଣି ଜେନେରାଲଙ୍କ ସହଯୋଗ ଲୋଡ଼ିଛନ୍ତି ।

ଧର୍ମ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ କଡା ପଦକ୍ଷେପ ନେବାକୁ କେନ୍ଦ୍ର ତଥା ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, "ଭୟଭୀତ କରାଇ, ଧମକ ଦେଇ, ପ୍ରତାରଣା କରି, କିମ୍ବା ଉପହାର ଏବଂ ଆର୍ଥିକ ଲାଭ ମାଧ୍ୟମରେ ଧର୍ମ ପରିବର୍ତ୍ତନ କରାଇବା ଆବେଦନ ଉପରେ କୋର୍ଟ ଆଟର୍ଣ୍ଣି ଜେନେରାଲ୍ ଆର ଭେଙ୍କଟାରାମଣିଙ୍କ ସହାୟତା ଲୋଡିଛନ୍ତି ।" ସେପଟେ AG କହିଛନ୍ତି "ଆମେ ମଧ୍ୟ ଆପଣଙ୍କର ସାହାଯ୍ୟ ଚାହୁଁଛୁ । ବଳପୂର୍ବକ ବା ପ୍ରଲୋଭିତ କରାଇ ଧର୍ମାନ୍ତରୀକରଣ କରିବା ପାଇଁ ଉପାୟ ରହିଛି । ତେବେ କଣ କରିବା ଉଚିତ୍ ? ସଂଶୋଧନ ପଦକ୍ଷେପ କ’ଣ ?"

ତାମିଲନାଡୁରେ (Tamil Nadu)ହାଜର ହୋଇଥିବା ବରିଷ୍ଠ ଓକିଲ ପି ୱିଲସନ( P Wilson) ଏହି ଆବେଦନକୁ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ରାଜ୍ୟରେ ଏଭଳି କୌଣସି ପରିବର୍ତ୍ତନ ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଥିଲେ । ଏହି ମନ୍ତବ୍ୟକୁ ବିରୋଧ କରି ବେଞ୍ଚ୍‌ ୱିଲସନଙ୍କୁ କହିଛନ୍ତି ଯେ ତାଙ୍କର ଉତ୍ତେଜିତ ହେବାର ଭିନ୍ନ କାରଣ ଥାଇପାରେ କିନ୍ତୁ 'କୋର୍ଟ ପ୍ରକ୍ରିୟାକୁ ଭିନ୍ନ ରୂପ ହେବାକୁ ଚେଷ୍ଟା କରନ୍ତୁ ନାହିଁ । ଆମେ ସମଗ୍ର ରାଜ୍ୟ ପାଇଁ ଚିନ୍ତିତ । ଯଦି ଏହା ଆପଣଙ୍କ ରାଜ୍ୟରେ ଘଟୁଛି, ଏହା ଦୁଃଖର ବିଷୟ । ଯଦି ନୁହେଁ, ଭଲ କଥା' । ଗୋଟିଏ ରାଜ୍ୟକୁ ଟାର୍ଗେଟ୍ କରାଯିବା ଏହାର ଲକ୍ଷ୍ୟ ନୁହେଁ । ଏହାକୁ ‘‘ରାଜାନୀତିକରଣ (politically motivated) କରନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।"

ଧର୍ମ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ କଠୋର ପଦକ୍ଷେପ ନେବାକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ , ଆଡଭୋକେଟ୍ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକେର୍ଟରେ ଆବେଦନ (PIL) କରିଥିଲେ । ଧର୍ମ ପରିବର୍ତ୍ତନ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ଏବଂ ନାଗରିକମାନଙ୍କର ଧାର୍ମିକ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ସର୍ବୋଚ୍ଚ ଅଦାଲତ ନିକଟରେ ମନ୍ତବ୍ୟ ଦେଇଛନ୍ତି । ଏହାକୁ ନେଇ କେନ୍ଦ୍ରକୁ ପଦକ୍ଷେପ ନେବା ସହ ସମସ୍ୟାର ସମାଧାନ ପାଇଁ ଆନ୍ତରିକତା ସହ ଉଦ୍ୟମ କରିବାକୁ କୁହାଯାଇଛି । ଏହାସହ କୋର୍ଟ କେନ୍ଦ୍ରକୁ ସର୍ତକ କରାଇ କହିଛନ୍ତି ଯେ, "ବଳପୂର୍ବକ ଏବଂ ପ୍ରଲୋଭିତ କରାଇ ଧର୍ମାନ୍ତରୀକରଣ ବନ୍ଦ ନହୁଏ ତେବେ ଏକ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ।"

ଆଡଭୋକେଟ୍ ଉପାଧ୍ୟାୟ ତାଙ୍କ ପିଟିସନରେ କହିଛନ୍ତି ଯେ, "ଧର୍ମ ପରିବର୍ତ୍ତନ ଏକ ଦେଶବ୍ୟାପୀ ସମସ୍ୟା ରୂପେ ସାମ୍ନକୁ ଆସିବାରେ ଲାଗିଛି । ଯାହାକୁ ତୁରନ୍ତ ସମାଧାନ କରାଯିବା ଆବଶ୍ୟକ ।" ସେ ଏହି ପିଟିସନରେ ଦାବି କରିଛନ୍ତି, "ଦେଶର ନାଗରିକମାନଙ୍କ ପାଇଁ ଏହା ଅତ୍ୟନ୍ତ ଚିନ୍ତାର ବଷୟ, କାରଣ ଏପରି କୌଣସି ରାଜ୍ୟ କି ଜିଲ୍ଲା ନାହିଁ ଯାହା ଧର୍ମାନ୍ତରୀକରଣ ପ୍ରକ୍ରିୟାରୁ ବଞ୍ଚିତ ଅଛି ।

ସାରା ଦେଶରେ ପ୍ରତି ସପ୍ତାହରେ ଏପରି ଘଟଣା ସାମ୍ନାକୁ ଆସୁଛି । ଭୟଭୀତ କରାଇ, ଧମକ ଦେଇ, ପ୍ରତାରଣାକାରି, କିମ୍ବା ଉପହାର ଏବଂ ଆର୍ଥିକ ଲାଭ ମାଧ୍ୟମରେ, କଳା ଯାଦୁ, ଅନ୍ଧବିଶ୍ୱାସ, ବିଭିନ୍ନ ଆଳ ଦେଖାଇ ଧର୍ମ ପରିବର୍ତ୍ତନ କରାଯାଇଥାଏ । କିନ୍ତୁ କେନ୍ଦ୍ର ଏବଂ ରାଜ୍ୟମାନେ ଏହି ବିପଦକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ନିଜ ପିଟିସନରେ କହିଛନ୍ତି ଅଶ୍ୱିନୀ କୁମାର । ଏହାପୂର୍ବରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଧର୍ମାନ୍ତରୀକରଣ ମାମଲାରେ ଗୁଜରାଟ ସରକାରଙ୍କୁ ଜବାବ ମାଗିଥିଲେ । ସୁପ୍ରିମକୋର୍ଟଙ୍କ ନକଟରେ ଉତ୍ତର ରଖି ଗୁଜରାଟ ସରକାର କହିଥିଲେ ଯେ ସମ୍ବିଧାନ କୌଣସି ବ୍ୟକ୍ତିଙ୍କ ଧର୍ମ ପରିବର୍ତ୍ତନକୁ ପ୍ରସୟ ଦିଏନାହିଁ । କେବଳ ବିବାହ ମାଧ୍ୟମରେ ଏହା ସମ୍ଭବପର ହୋଇପାରିବ । ଏହାପରେ ଗତ ସେପ୍ଟେମ୍ବର 23 ତାରିଖରେ ଏ ବାବଦରେ କେନ୍ଦ୍ରକୁ ଉତ୍ତର ରଖିବାକ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଭାରତ ଆଇନ ଆୟୋଗଙ୍କୁ ଏକ ରିପୋର୍ଟ ପ୍ରସ୍ତୁତ କରିବା ସହିତ ଭୟଭୀତ ତଥା ଆର୍ଥିକ ଲାଭ ମାଧ୍ୟମରେ ଧାର୍ମିକ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ଏକ ବିଲ୍ ପ୍ରସ୍ତୁତ କରିବାକୁ ଆଡଭୋକେଟ୍ ଉପାଧ୍ୟାୟ ନିଜ ଆବେଦନରେ ଅନୁରୋଧ କରିଛନ୍ତି । ଆସନ୍ତା ଫେବୃଆରୀ ୭ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.