ETV Bharat / bharat

BIMSTEC Summit: ଆଞ୍ଚଳିକ ସୁରକ୍ଷାକୁ ମୋଦିଙ୍କ ଗୁରୁତ୍ବ

ଆଜି (ବୁଧବାର) BIMSTEC (Bay of Bengal Initiative for Multi-Sectoral Technical and Economic Cooperation) ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଭାସି ଜରିଆରେ ଆୟୋଜିତ ଏହି ପଞ୍ଚମ ସମ୍ମିଳନୀରେ ଯୋଗ ଦେଇ ମୋଦି କହିଛନ୍ତି ଆଜି BIMSTEC ରାଷ୍ଟ୍ରଗୁଡିକ ମଧ୍ୟରେ ଅଧିକ ସହଯୋଗ କରିବାର ସମୟ ଆସିଛି । ଅଧିକ ପଢନ୍ତୁ

ଆଞ୍ଚଳିକ ସୁରକ୍ଷାକୁ ମୋଦିଙ୍କ ଗୁରୁତ୍ବ
ଆଞ୍ଚଳିକ ସୁରକ୍ଷାକୁ ମୋଦିଙ୍କ ଗୁରୁତ୍ବ
author img

By

Published : Mar 30, 2022, 11:52 AM IST

ନୂଆଦିଲ୍ଲୀ: ଆଜି (ବୁଧବାର) BIMSTEC (Bay of Bengal Initiative for Multi-Sectoral Technical and Economic Cooperation) ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଭାସି ଜରିଆରେ ଆୟୋଜିତ ଏହି ପଞ୍ଚମ ସମ୍ମିଳୀରେ ଯୋଗ ଦେଇ ମୋଦି କହିଛନ୍ତି ଆଜି BIMSTEC ରାଷ୍ଟ୍ରଗୁଡିକ ମଧ୍ୟରେ ଅଧିକ ସହଯୋଗ କରିବାର ସମୟ ଆସିଛି । ୟୁରୋପ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ମୋଦି ।

ଆଞ୍ଚଳିକ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବଙ୍ଗୋପ ସାଗରକୁ ସଂଯୋଗ, ସମୃଦ୍ଧତା ଏବଂ ନିରାପତ୍ତାର ସେତୁ କରିବାର ସମୟ ଆସିଛି ଓ ଏହି ଗୁରୁତ୍ବପୂର୍ଣ୍ଣ ଶିଖର ସମ୍ମିଳନୀର ଫଳାଫଳ BIMSTEC ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିବ ବୋଲି କହିଛନ୍ତି ମୋଦି ।

ସେ ଆହୁରି କହିଛନ୍ତି BIMSTEC ସଚିବାଳୟର କାର୍ଯ୍ୟକ୍ଷମ ବଜେଟ୍ ବୃଦ୍ଧି ପାଇଁ ଭାରତ 1 ମିଲିୟନ୍ ଆମେରିକୀୟ ଡଲାର ସହାୟତା ପ୍ରଦାନ କରିବ। ୟୁରୋପର ସାମ୍ପ୍ରତିକ ବିକାଶ ଅନ୍ତର୍ଜାତୀୟ ଶୃଙ୍ଖଳାର ସ୍ଥିରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ପ୍ରସଙ୍ଗରେ BIMSTEC ଆଞ୍ଚଳିକ ସହଯୋଗକୁ ଅଧିକ ସକ୍ରିୟ କରିବା ଗୁରୁତ୍ବପୂର୍ଣ୍ଣ ହୋଇପଡିଛି ବୋଲି କହିଛନ୍ତି ।

BIMSTEC ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ବାଣିଜ୍ୟ ବୃଦ୍ଧି ପାଇଁ, BIMSTEC ମୁକ୍ତ ବାଣିଜ୍ୟ ଚୁକ୍ତି ପ୍ରସ୍ତାବ ଆଗକୁ ବୃଦ୍ଧି ହେବା ଜରୁରୀ । ଆଜି ଆମ ଅଞ୍ଚଳ ଯେତେବେଳେ ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ନିରାପତ୍ତାକୁ ନେଇ ସମ୍ମୁଖୀନ ସମସ୍ୟାର ସାମ୍ନା କରୁଛି ସେଥିପାଇଁ ଏକତା ଓ ସହଯୋଗର ଆବଶ୍ୟକତା ରହିଛି । ଏହାକୁ ଆହୁରି ସକ୍ରିୟ କରିବାକୁ ବିମଷ୍ଟେକ ରାଷ୍ଟ୍ରମାନଙ୍କର ସହାୟତା ଲୋଡିଛନ୍ତି ମୋଦି ।

ସମ୍ମିଳନୀରେ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ । ପ୍ରଶଂସାରେ କହିଛନ୍ତି, ଆମକୁ କୋରୋନା ଭ୍ୟାକ୍ସିନ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଅନେକ ଧନ୍ୟବାଦ । ଆମ ଦେଶରେ ୯୦ ପ୍ରତିଶତରୁ ଅଧିକଙ୍କ ଟୀକାକରଣ ଶେଷ ହୋଇଛି । ସମସ୍ତଙ୍କ ନିରାପଦା ଆମ ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ଲୋଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.