ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମାଇବା ପାଇଁ ଚାଲିଥିବା 'ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍' ଅଭିଯାନକୁ ଆସନ୍ତା ଅକ୍ଟୋବର ୧୮ ତାରିଖରୁ ପୁଣି ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର 21ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଅଭିଯାନ ଆରମ୍ଭ କରିଥିଲେ । ଅଭିଯାନରେ 10 ଲକ୍ଷ ଯାନ ସାମିଲ ହେଲେ ପ୍ରଦୂଷଣ ମାତ୍ରା 2.5 ବର୍ଷରେ 0.4 ଟନ୍ ହ୍ରାସ ପାଇବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ସପ୍ତାହକୁ ଅନ୍ତତଃପକ୍ଷେ ଗୋଟିଏ ଥର ପାଇଁ ନିଜ ଗାଡ଼ିକୁ ନନେଇ ମେଟ୍ରୋ, ବସ ଓ ସେୟାର ଯାନରେ ଯିବା ଆସିବା କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାଜଧାନୀବାସୀଙ୍କୁ ଅପିଲ୍ କହିଛନ୍ତି । ତେବେ ଏପରି କଲେ ଆମେ ପ୍ରଦୂଷଣର ମାତ୍ରାକୁ କମାଇବା ସହିତ ଇନ୍ଧନକୁ ମଧ୍ୟ ଭବିଷ୍ୟତ ପାଇଁ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବା ବୋଲି ବିଶେଷଜ୍ଞ କହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହିତ 'ଗ୍ରୀନ ଦିଲ୍ଲୀ' ଆପ୍ ଡାଉନଲୋଡ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି । ଏହି ଆପ୍ ଜରିଆରେ ଯେକୌଣସି ଯାନ ବା କମ୍ପାନୀ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବଢାଉଛନ୍ତି, ସେମାନଙ୍କ ବିରୋଧରେ ଅଭିଯୋଗ କରିପାରିବେ ଲୋକେ ।
ଯଦି ଏପର୍ଯ୍ୟନ୍ତ ରାଜଧାନୀବାସୀ ଏହି ଆପ୍କୁ ଡାଉନଲୋଡ କରିନାହାନ୍ତି, ତେବେ ବର୍ତ୍ତମାନ କରନ୍ତୁ । ଯଦି କୌଣସି ସ୍ଥାନରେ ଟ୍ରକ, ଶିଳ୍ପାନୁଷ୍ଠାନ ପ୍ରଦୂଷଣ କରୁଛନ୍ତି ବା ଆବର୍ଜନା ଆଦି ପୋଡିବା ଦେଖିଲେ ଏହି ଆପ୍ ଜରିଆରେ ଅଭିଯୋଗ କରିବା ପାଇଁ ସେ ଦିଲ୍ଲୀବାସୀଙ୍କୁ କହିଛନ୍ତି ।
@ANI