ETV Bharat / bharat

ସେମିରେ ଫେଲ୍‌ ମାରିଲା କଂଗ୍ରେସ: ରେଡ ଡାଏରୀ, ପେପର ଲିକ ଓ ମହାଦେବ ବେଟିଂ ଆପ ଛଡାଇ ନେଲା କ୍ଷମତା

author img

By ETV Bharat Odisha Team

Published : Dec 3, 2023, 4:48 PM IST

Updated : Dec 3, 2023, 5:27 PM IST

Reasons of Congress Loss in Assembly Election 2023: ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ । ରେଡ ଡାଏରୀ, ପେପର ଲିକ ଓ ମହାଦେବ ବେଟିଂ ଘୋଟାଲା ପଡିଲା ଭାରି । ଅଧିକ ପଢନ୍ତୁ

କଂଗ୍ରେସ ବିପର୍ଯ୍ୟୟ: ରେଡ ଡାଏରୀ, ପେପର ଲିକ ଓ ମହାଦେବ ବେଟିଂ ଆପ ଛଡାଇ ନେଲା କ୍ଷମତା

ନୂଆଦିଲ୍ଲୀ: ଆଜି 4 ରାଜ୍ୟରେ ବିଧାନସଭା ଜନାଦେଶ ପ୍ରକାଶ ପାଇଛି । 4ଟି ରୁ 3 ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରି କ୍ଷମତାକୁ ଆସିବାକୁ ଯାଉଛି । କଂଗ୍ରେସ ମାତ୍ର ଗୋଟିଏ ରାଜ୍ୟରେ କ୍ଷମତା ସହ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ କ୍ଷମତା ହାତେଇବା ପରେ ଦଳ ଯେଉଁ ଛବି ନେଇ ଜାତୀୟ ରାଜନୀତି ସମୀକରଣ ବଦଳାଇବା ପାଇଁ ଅଣ୍ଟା ଭିଡୁଥିଲା, ତାହା ଆଜି ଧୂଳିସାତ ହୋଇଯାଇଛି । ରାଜସ୍ଥାନ, ଛତିଶଗଡ ପରି ଶାସନରେ ଥିବା ରାଜ୍ୟରୁ ଦଳ ବେଦଖଲ ହୋଇଥିବା ବେଳେ ମଧ୍ୟ ପ୍ରଦେଶରେ ବିଜେପିକୁ ବେଦଖଲ କରି କ୍ଷମତା ହାତେଇବା ଆଶା ଥିଲା ଆଶାରେ ହିଁ ରହିଯାଇଛି ।

ପ୍ରାୟ ଏହି ସମସ୍ତ ନିର୍ବାଚନୀ ରାଜ୍ୟରେ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରିବା ସହ ଓବିସି କାର୍ଡ ଖେଳି ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରିଥିଲା ଦଳ । ଏକାଧିକ ପ୍ରତିଶୃତି ସହ ଗ୍ୟାରେଣ୍ଟି କାର୍ଡ ମଧ୍ୟ ଘୋଷଣା କରିଥିଲା । ମାତ୍ର ସମସ୍ତ ରାଣନୀତି ଫେଲ ମାରିଛି । ତେବେ ନିର୍ବାଚନୀ ମାହୋଲକୁ ଗରମ କରିଥିବା 3 ପ୍ରମୁଖ ଘୋଟାଲା କଂଗ୍ରେସ ବିରୋଧରେ ଭୋଟ ବିପର୍ଯ୍ୟୟର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି । ରାଜସ୍ଥାନରେ ଗେହେଲଟ ସରକାରରେ ହୋଇଥିବା ପେପର ଲିକ୍‌ ଓ ତଥାକଥିତ ରେଡ-ଡାଏରୀ ଘୋଟାଲା ଜନମତକୁ ପ୍ରଭାବିତ କରିଛି । ସେହିପରି ଛତିଶଗଡରେ କଂଗ୍ରେସ ସରକାର ଓ ସିଧାସଳଖ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ଆସିଥିବା ବହୁଚର୍ଚ୍ଚିତ ମହାଦେବ ବେଟିଂ ଆପ ଦୁର୍ନୀତି ଦଳ ପାଇଁ କାଳ ହୋଇଥିବା କୁହାଯାଉଛି ।

ରାଜସ୍ଥାନର ଲାଲ ଡାଏରୀ:-

ରାଜସ୍ଥାନରେ ଅଶୋକ ଗେହେଲଟଙ୍କ ସରକାର ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଥିଲେ ଦଳର ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା । ଏହା ପରେ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଇଥିଲା, ମାତ୍ର ସେ ଦୁର୍ନୀତିର ପ୍ରମାଣ ସ୍ବରୂପ ରେଡ-ଡାଏରୀ ସାମ୍ନାକୁ ଆଣିଥିଲେ । ସେଥିରେ ଏକାଧିକ କ୍ଷେତ୍ରରେ ଗେହେଲଟ ସରକାର ସମ୍ପୃକ୍ତି ଥିବା ଘୋଟାଲାର କଚ୍ଚା ଚିଠା ଅଛି ବୋଲି ଦାବି କରିଥିଲେ । ବିଜେପି ଓ ନରେନ୍ଦ୍ର ମୋଦି ମଧ୍ୟ ଏହି ଲାଲ ଡାଏରୀ ପ୍ରସଙ୍ଗ ନେଇ ଗେହେଲଟ ସରକାର ଉପରେ ବାରମ୍ବାର ବର୍ଷିଥିଲେ ।

ପେପର ଲିକ୍‌ ମାମଲା:-

ସେହିପରି ପେପର ଲିକ୍‌ ମାମଲାର ତଦନ୍ତ ପାଇଁ କଂଗ୍ରେସର ଅନ୍ୟତମ ଚର୍ଚ୍ଚିତ ନେତା ସଚିନ ପାଇଲଟ ମଧ୍ୟ ଅଶୋକ ଗେହେଲଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ମୁଖ୍ୟମନ୍ତ୍ରୀ ପଦର ଦାବିଦାର ପାଇଲଟ ଏହି ଘୋଟାଲା ମାମଲାର ତଦନ୍ତରେ ଗେହେଲଟ ସରକାର ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଥିଲେ । ବିରୋଧୀଙ୍କୁ ଏହି ଦୁଇଟି ପ୍ରସଙ୍ଗ ଗେହେଲଟ ସରକାରଙ୍କୁ ଟାର୍ଗେଟ କରିବାର ଅନ୍ୟ ଏକ ଖୋରାକ ଯୋଗାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ରାଜସ୍ଥାନ ଜନାଦେଶ: ଗେହେଲଟ-ପାଇଲଟ ବିଜୟୀ, କ୍ଷମତା ହରାଇଲା କଂଗ୍ରେସ

ମହାଦେବ ବେଟିଂ ଆପ୍‌ ମାମଲା:-

ସେହିପରି ନିର୍ବାଚନ ପ୍ରଚାର ଆରମ୍ଭ ହେବା ପରେ ଛତିଶଗଡରେ ହଠାତ ସାମ୍ନାକୁ ଆସିଥିଲା ମହାଦେବ ବେଟିଂ ଆପ ମାମଲା । ଯାହା କେବଳ କଂଗ୍ରେସ ସରକାର ନୁହେଁ ବରଂ ସିଧା ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଦୁର୍ନୀତି ଘେର ମଧ୍ୟକୁ ଟାଣିଥିଲା । ଏହି ବେଟିଂ ଆପ ଘୋଟାଲାର ଚେର ଦୁବାଇ ପର୍ଯ୍ୟନ୍ତ ଲମ୍ବିଥିବା ଓ ଏହି ଆପକୁ ଚଳାଉଥିବା ଯୁବକ ସହ ବଘେଲଙ୍କ ସମ୍ପର୍କ ଥିବା ବିଜେପି ଅଭିଯୋଗ କରିଥିଲା । ଏପରିକି ନିର୍ବାଚନରେ ଖର୍ଚ୍ଚ କରିବା ଏହି ଆପ ମାଧ୍ୟମରେ ଟଙ୍କା ସଂଗ୍ରହ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ପରିସରଭୁକ୍ତ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2023, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.