ETV Bharat / bharat

ମହାରାଷ୍ଟ୍ର ସମୁଦ୍ର ତଟରୁ AK 47 ଭର୍ତ୍ତି ସନ୍ଦିଗ୍ଧ ବୋଟ ଠାବ, ରେଡ ଆଲର୍ଟ ଜାରି - ହରିହରେଶ୍ୱରରେ ରେଡ ଆଲର୍ଟ

ମହାରାଷ୍ଟ୍ରର ହରିହରେଶ୍ୱରରୁ AK-୪୭ ଭର୍ତ୍ତି ବୋଟ୍‌ ଠାବ । ସୁରକ୍ଷା ଦୃଷ୍ଟିରୁ ରେଡ୍‌ ଆଲର୍ଟ ଜାରି କରିଛି ରାୟଗଡ଼ ପୋଲିସ । ଅଧିକ ପଢ଼ନ୍ତୁ

AK-୪୭ ଭର୍ତ୍ତି ବୋଟ୍‌ ଉଦ୍ଧାର,  ହରିହରେଶ୍ୱରରେ ରେଡ ଆଲର୍ଟ

author img

By

Published : Aug 18, 2022, 2:54 PM IST

Updated : Aug 18, 2022, 4:08 PM IST

ମୁମ୍ବାଇ: ମହାରାଷ୍ଟ୍ରର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ହରିହରେଶ୍ୱର ବିଚ୍‌ରେ ଜାରି ହେଲା ରେଡ୍‌ ଆଲର୍ଟ । ଏଠାରେ ଏକ AK-୪୭ ଭର୍ତ୍ତି ସନ୍ଦେହଜନକ ବୋଟ୍‌ ଠାବ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି କରିଛି ରାୟଗଡ଼ ପୋଲିସ । ସେପଟେ ଘଟଣାସ୍ଥଳରେ ପୋଲିସ ସହ ଅନ୍ୟ ତଦନ୍ତକାରୀ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଠାବ ହୋଇଥିବା ବୋଟ୍‌ରେ AK-୪୭ ବନ୍ଧୁକ ରହିଛି ।

ମହାରାଷ୍ଟ୍ର ସମୁଦ୍ର ତଟରୁ AK 47 ଭର୍ତ୍ତି ସନ୍ଦିଗ୍ଧ ବୋଟ ଠାବ, ରେଡ ଆଲର୍ଟ ଜାରି
  • ମହାରାଷ୍ଟ୍ରରେ ହାଇଆଲର୍ଟ
  • ସନ୍ଦିଗ୍ଧ ବୋଟ୍‌ ଠାବ..AK-47ଜବତ
  • ରୟଗଡ ଜିଲ୍ଲାର ପିକନିକ୍‌ ସ୍ପଟ୍‌ ହରିହରେଶ୍ବର ସମୁଦ୍ର ନିକଟରୁ ଅଜଣା ବୋଟ୍‌ ଠାବ
  • ପୋଲିସ ପକ୍ଷରୁ ହାଇଆଲର୍ଟ ଜାରି

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ । ସେ କହିଛନ୍ତି, "ଏହି ବୋଟ୍‌ ଜଣେ ଅଷ୍ଟ୍ରେଲିଆନ୍‌ ନାଗରିକଙ୍କର । ସମୁଦ୍ର ମଧ୍ୟରେ ଏହି ବୋଟ୍‌ରେ କୌଣସି ବୈଷୟିକ ସମସ୍ୟା ଦେଖା ଦେଇଥିଲା । ବୋଟ୍‌ରେ ଥିବା ଲୋକଙ୍କୁ ଏକ କୋରିଆନ୍‌ ବୋଟ୍‌ ଉଦ୍ଧାର କରିଛି । ବର୍ତ୍ତମାନ ଜୁଆର ଯୋଗୁଁ ଏହା ଭାଷି ଆସି ହରିହରେଶ୍ବରରେ ପହଞ୍ଚିଛି । ବୋଟ୍‌ ସହ କୌଣସି ଆତଙ୍କି ଲିଙ୍କ୍‌ ଥିବା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ହାଇଆଲର୍ଟ ଜାରି କରିଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ପୋଲିସ ସମସ୍ତ ଦିଗରୁ ଏହି ଘଟଣାର ତଦନ୍ତ କରୁଛି ।"

  • Three AK 47 rifles were found on the boat. The boat in a half-broken condition came towards Kokan coast due to high tide. Central agencies have been informed. No possibilities of any consequences would be taken lightly: Maharashtra Dy CM Devendra Fadnavis https://t.co/rUlcGukfxZ

    — ANI (@ANI) August 18, 2022 " class="align-text-top noRightClick twitterSection" data=" ">

ସନ୍ଦେହଜନକ ଡଙ୍ଗା ଉଦ୍ଧାର ପରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଡଙ୍ଗା କାହାର ଏଠାକୁ କିଭଳି ଆସିଲା ତାହାର ତଦନ୍ତ ଜାରି ରହିଛି । ଡଙ୍ଗା ଭିତରେ ଥିବା ଅସ୍ତ୍ରଶସ୍ତ୍ର କେଉଁଠୁ ଆସିଛି ତାହାର ମଧ୍ୟ ତନାଘନା ଜାରି ରହିଛି । ତଦନ୍ତ ପାଇଁ ATS ଟିମ୍‌ ଯାଇ ପହଞ୍ଚିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।

Last Updated : Aug 18, 2022, 4:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.