ETV Bharat / bharat

ଦେଶରେ ରେକର୍ଡ, ୫୦ ବର୍ଷିୟ ରୋଗୀଙ୍କ କିଡନୀରୁ ବାହାରିଲା ୧୫୬ଟି ଷ୍ଟୋନ

author img

By

Published : Dec 18, 2021, 1:55 PM IST

ମେଡିକାଲ ଇତିହାସରେ ପ୍ରଥମ । ଜଣେ ୫୦ ବର୍ଷିୟ ରେଗୀଙ୍କ କିଡନୀରୁ ବାହାରିଲା ୧୫୬ଟି ଷ୍ଟୋନ(156 Kidney Stones) । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଏକ ହସ୍ପିଟାଲରେ । ଅଧିକ ପଢନ୍ତୁ

ଦେଶରେ ରେକର୍ଡ, ୫୦ ବର୍ଷିୟ ରେଗୀଙ୍କ କିଡନୀରୁ ବାହାରିଲା ୧୫୬ଟି ଷ୍ଟୋନ

ହାଇଦ୍ରାବାଦ: ମେଡିକାଲ ଇତିହାସରେ ପ୍ରଥମ । ଜଣେ ୫୦ ବର୍ଷିୟ ରେଗୀଙ୍କ କିଡନୀରୁ ବାହାରିଲା ୧୫୬ଟି ଷ୍ଟୋନ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଏକ ହସ୍ପିଟାଲରେ । ସବୁଠାରୁ ବଡ କଥା ହେଉଛି, ଏହି ସଫଳ ଅପରେସନ କେବଳ ଗୋଟିଏ ଛିଦ୍ର ମାଧ୍ୟମରେ କରାଯାଇଥିଲା । ଯଦିଓ ଏତେ ସଂଖ୍ୟକ ଷ୍ଟୋନ ବାହାର କରିବା ପାଇଁ ଏକ ବଡ଼ ଅପରେସନ ଆବଶ୍ୟକ ଥିଲା । କିନ୍ତୁ ଡାକ୍ତରମାନେ ଲେପ୍ରୋସ୍କୋପୀ ଓ ଏଣ୍ଡୋସ୍କୋପି ବ୍ୟବହାର କରିଥିଲେ । ତେବେ ଦେଶରେ ପ୍ରଥମଥର ଏଭଳି ବିରଳ ଅପରେସନ କରି ଡାକ୍ତରମାନେ ରେକର୍ଡ କରିଛନ୍ତି ।

ସୂଚନାମୁତାବକ ରୋଗୀ ଜଣକ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ସେ ତାଙ୍କର ନିୟମିତ କାର୍ଯ୍ୟ କରୁଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରୋଗୀ ଜଣକ ହୁବଲି ଜିଲ୍ଲାର ବାସିନ୍ଦା। ଏହି ରୋଗୀଙ୍କୁ ହାଇଦ୍ରାବାଦର ପ୍ରୀତି ୟୁରୋଲୋଜି ଏବଂ କିଡନୀ ହସ୍ପିଟାଲରେ ଅପରେସନ୍ କରାଯାଇଛି । ରୋଗୀର ନାମ ହେଉଛି ବସୱରାଜ ମଦିୱଲାର । ବୃତ୍ତି ଅନୁଯାୟୀ ସେ ଜଣେ ଶିକ୍ଷକ । ତେବେ ତାଙ୍କ ପେଟରେ ସେ ହଠାତ ଯନ୍ତ୍ରଣା ଅନୁଭବ କରିବାରୁ ପରୀକ୍ଷଣରୁ ଜଣାପଡିଥିଲା ଯେ ତାଙ୍କ କିଡନୀରେ ଅନେକ ପଥର ଜମି ରହିଛି । ତାଙ୍କୁ ପ୍ରୀତି ୟୁରୋଲୋଜି ଏବଂ କିଡଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.