ETV Bharat / bharat

ଓଡିଶା ସହ ବାତ୍ୟାର ନିବିଡ ସମ୍ପର୍କ: ପଢନ୍ତୁ କେବେ-କେମିତି ଥିଲା ପ୍ରଭାବ - Cyclones

ଓଡିଶା ସହ ବାତ୍ୟାର ସମ୍ପର୍କ 1737 ମସିହାରୁ ଜଡିତ ହୋଇ ରହିଛି । ପ୍ରତିବର୍ଷ ବାତ୍ୟା ଓଡିଶାର ଅନେକ ଧନ ଜୀବନ ନଷ୍ଟ କରେ । ଚଳିତ ବର୍ଷ ମଧ୍ୟ ତୀବ୍ର ସାମୁଦ୍ରିକ ଝଡର ରୂପ ନେଇଛି ବାତ୍ୟା ‘ୟସ୍’ । ଅଧିକ ପଢନ୍ତୁ..

ଓଡିଶା ସହ ବାତ୍ୟାର ନିବିଡ ସମ୍ପର୍କ
ଓଡିଶା ସହ ବାତ୍ୟାର ନିବିଡ ସମ୍ପର୍କ
author img

By

Published : May 25, 2021, 2:05 PM IST

ହାଇଦ୍ରାବାଦ: ଓଡିଶା ସହ ବାତ୍ୟାର ସମ୍ପର୍କ 1737 ମସିହାରୁ ଜଡିତ ହୋଇ ରହିଛି । ପ୍ରତିବର୍ଷ ବାତ୍ୟା ଓଡିଶାର ଅନେକ ଧନ ଜୀବନ ନଷ୍ଟ କରେ । ଚଳିତ ବର୍ଷ ମଧ୍ୟ ତୀବ୍ର ସାମୁଦ୍ରିକ ଝଡର ରୂପ ନେଇଛି ବାତ୍ୟା ‘ୟସ୍’ । ଘଣ୍ଟାକୁ 12 କିମି ବେଗରେ ଅଗ୍ରସର ହେଉଛି ବାତ୍ୟା । ଚଳିତ ଥର ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକକୁ ଅଧିକ କ୍ଷତିଗ୍ରସ୍ତ କରିବ ବାତ୍ୟା । ତେବେ ଆସନ୍ତୁ ନଜର ପକାଇବା ଏହା ପୂର୍ବରୁ ଓଡିଶା ସହ୍ୟ କରିଥିବା ବାତ୍ୟା ଉପରେ...

1999 ମସିହା ମହାବାତ୍ୟା-

ଓଡିଶା ଇତିହାସରେ ମହାବାତ୍ୟା ନାଁ ଯେବେ ବି ଉଠିବ 1999 ମସିହା କଥା ଆଗ ମନେ ପଡିବ । ନା ପ୍ରସ୍ତୁତ ଥିଲେ ସରକାର ନା ଜନତା, ଆଖି ପିଛୁଳାକେ ସବୁ ଛାରଖାର କରି ଚାଲିଗଲା ମହାବାତ୍ୟା । ଓଡିଶା ମନରେ ଏବେ ବି ସେ ଚିହ୍ନ ଲିଭିନି । ମହାବାତ୍ୟାର ଗତି ଏତେ ତୀବ୍ର ଥିଲା ଯେ ପ୍ରାୟ 10 ହଜାର ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା । ଘଣ୍ଟାକୁ 260 କିମି ବେଗରେ ବହିଥିଲା ପବନ ।

2013 ମସିହାରେ ଫାଇଲିନ-

ଅକ୍ଟୋବର 2013ରେ ଗୋପାଳପୁରରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଫାଇଲିନ୍ । ସେତେବେଳେ ପବନର ବେଗ ଘଣ୍ଟା ପ୍ରତି 220 କିମି ରହିଥିଲା । ଏଥିରେ ପ୍ରାୟ 44 ଜଣଙ୍କର ମୃତ୍ୟୁ ହୋଇଥିଲା ।

2014 ମସିହା ହୁଡ୍ ହୁଡ୍-

ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ହୁଡ୍ ହୁଡ୍ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି 206 କିମି ରହିଥିଲା । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିଲା ।

2018 ମସିହା ତିତିଲି-

ଗୋପାଳପୁର ଓ ପଳାସ ମଝିରେ ଲ୍ୟାଣ୍ଡଫଲ୍ କରିଥିଲା ତିତିଲି । ସେତେବେଳେ ପବନର ବେଗ 140କିମି ପ୍ରତି ଘଣ୍ଟା ରହିଥିଲା । ଏଥିରେ ପ୍ରାୟ 60ଜଣଙ୍କ ମୃତ୍ୟୁ ହୋଇଥିଲା ।

2019 ମସିହାରେ ଫନି-

3 ମେ 2019ରେ ମହାବାତ୍ୟା ଭାବରେ ପୂର୍ବ ଉପକୂଳରେ କରିଥିଲା ଲ୍ୟାଣ୍ଡଫଲ୍ । ଘଣ୍ଟା ପ୍ରତି 200 କିମି ବେଗରେ ବୋହିଥିଲା ପବନ । ଏହି ସମୟରେ ପ୍ରାୟ 64 ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

2020ରେ ଅମ୍ଫାନ-

ପଶ୍ଚିମବଙ୍ଗର ବଖାଲିଠାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା । ପବନର ବେଗ ଘଣ୍ଟା ପ୍ରତି 190 କିମି ଥିବା ସୂଚନା । ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ 2 ମାସର ଶିଶୁ ଥିବା ସୂଚନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.