ETV Bharat / bharat

ବିଭୂତିଙ୍କ ବୀରାଙ୍ଗନା, ଶହୀଦ ସ୍ବାମୀଙ୍କ ପାଇଁ ସେନାରେ ସାମିଲ ସ୍ତ୍ରୀ

author img

By

Published : Jun 12, 2021, 9:13 PM IST

ଆଖିରେ ଲୁହ , ଛାତିରେ ସବୁ ବେଦନାକୁ ଚାପି ରଖି କୋହଭରା କଣ୍ଠରେ ସେଦିନ ବୀର ସ୍ବାମୀଙ୍କୁ ବିଦାୟ ଦେଇଥିଲେ ବୀରାଙ୍ଗନା ସ୍ତ୍ରୀ .. ଆଉ ଆଜି ସେହି ସାହାସୀ ସ୍ତ୍ରୀ ସେନାରେ ସାମିଲ ହୋଇ ରଚିଛନ୍ତି ଇତିହାସ .. ଦେଖନ୍ତୁ ଏହି ହୃଦୟସ୍ପର୍ଶୀ , ପ୍ରେରଣାଦାୟୀ ଦେଶପ୍ରେମୀଙ୍କ କାହାଣୀ .....

ବିଭୂତିଙ୍କ ବୀରାଙ୍ଗନା
ବିଭୂତିଙ୍କ ବୀରାଙ୍ଗନା

ଡେରାଡୁନ: ‘‘ତୁମେ ମିଛ କହୁଥିଲ କି, ତୁମେ କେବଳ ମତେ ଭଲପାଉଛ .. ତୁମେ ତ ଦେଶକୁ ଭଲପାଉଥିଲ ଆଉ ଏହା ଦେଖି ମତେ ଇର୍ଷା ହେଉଛି , ତୁମେ ଯାହାକୁ ଜାଣି ବି ନଥିଲ , ସେମାନଙ୍କ ପାଇଁ ତମେ ଜୀବନ ଦେଇଦେଲ । ତୁମେ ମତେ ଫୋକସ ରହିବା ଶିଖାଇଛ , ‘ବିଭୁ’ ମୁଁ ତୁମକୁ ଶେଷ ନିଶ୍ବାସ ଯାଏଁ ଭଲ ପାଇବି ... ମୁଁ ଲୋକଙ୍କୁ କହିବି କି ସେମାନେ ସହାନଭୂତି ନ ଦେଖାନ୍ତୁ .. ଯାଉଛ , ଯାଅ , ବିଦାୟ ବେଳେ ମୁଁ ସମସ୍ତଙ୍କୁ କହିବି ତାଙ୍କୁ ସମସ୍ତେ ସାଲ୍ୟୁଟ କରିବେ ।’’

ବୀର ସ୍ବାମୀ ବୀରାଙ୍ଗନା ସ୍ତ୍ରୀ

କୋହଭରା କଣ୍ଠରେ ବହିଯାଉଥିବା ଏ ଶବ୍ଦ ଶହୀଦ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲଙ୍କ ପତ୍ନୀଙ୍କ। 2019 ଫେବୃଆରୀ 14 ରେ ପୁଲୱାମା ଆକ୍ରମଣରେ ସର୍ବୋଚ୍ଚ ବଳିଦାନ ଦେଇ ଶହୀଦ ହୋଇଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିଆଲଙ୍କ ପତ୍ନୀ ହେଉଛନ୍ତି ନିତିକା ।

ବୀର ସ୍ବାମୀ  ବୀରାଙ୍ଗନା ସ୍ତ୍ରୀ
ବୀର ସ୍ବାମୀ ବୀରାଙ୍ଗନା ସ୍ତ୍ରୀ

2019 ଫେବୃଆରୀ 19 ରେ ଡେରାଡୁନରେ ମେଜର ବିଭୂତିଙ୍କ ପାର୍ଥୀବ ଶରୀର ପାଖରେ ଠିଆ ହୋଇ ସ୍ତ୍ରୀ ନିତିକା କୋହଭରା କଣ୍ଠରେ କହିଯାଇଥିଲେ ଏହି ଲୋମଟାଙ୍କୁରା ଶବ୍ଦ । ଶହୀଦ ସ୍ବାମୀଙ୍କୁ ବିଦାୟ ବେଳେ ସ୍ତ୍ରୀ ମୁହଁରୁ ବାହାରୁଥିବା ଏହି ଶବ୍ଦ ଶୁଣି , ସେଦିନ କାନ୍ଦିଥିଲା ସମଗ୍ର ଦେଶ । କାରଣ ଏହି ଶବ୍ଦ ନଥିଲା ସାଧାରଣ । ଏହି ଶବ୍ଦ ଆଖିର ଲୁହକୁ ଅଟକାଉନଥିଲା ସତ , କିନ୍ତୁ ଏଥିରେ ସ୍ପଷ୍ଟ ଦେଖାଯାଉଥିଲା, ବୀର ପତ୍ନୀର ସାହାସର ଝଲକ ।

ଶହୀଦ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ
ଶହୀଦ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ

ଇଏ ସେହି କେଇ ପଦ , ଯାହା ଦେଶର ପ୍ରତି ମହିଳାଙ୍କୁ ଦେଇଥିଲା ଧୈର୍ଯ୍ୟ ,,,,, ପ୍ରତିଟି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାର ସାହାସ । ଶଶ୍ମାନ ଘାଟ ନେବା ପୂର୍ବରୁ ନିତିକା , ସହିଦ ସ୍ବାମୀଙ୍କ ପାର୍ଥୀବ ଶରୀରକୁ ଚୁମ୍ବନ ଦେଇ କହିଥିଲେ .. love you Bibhuti, ମୁଁ ବି ତୁମ ଭଳି ଆର୍ମିରେ ଯୋଗ ଦେବି .. ଆଉ ଏ ମୋର ପ୍ରତିଶ୍ରୁତି ।

ବୀର ସ୍ବାମୀ  ବୀରାଙ୍ଗନା ସ୍ତ୍ରୀ
ବୀର ସ୍ବାମୀ ବୀରାଙ୍ଗନା ସ୍ତ୍ରୀ

ନୋଏଡାରେ ଏକ ସଫ୍ଟୱେୟର କମ୍ପାନୀରେ କାମ କରୁଥିବା ନିତିକା , ଚାକିରୀ ଛାଡି 2019 ଡିସେମ୍ବରରେ ଆହ୍ଲାବାଦରେ ୱେମନ ସ୍ପେଶାଲ ଏଣ୍ଟ୍ରି ସ୍କିମର ପରୀକ୍ଷା ଦେଲେ । .. ସ୍କ୍ରିଂନି ଟେଷ୍ଟ, ସାଇକୋଲୋଜିକାଲ ଟେଷ୍ଟ , ଗ୍ରାଉଣ୍ଡ ଟେଷ୍ଟ, ଇଟରଭ୍ୟୁ ଓ ମେଡିକାଲ ଟେଷ୍ଟ ପାସ ପରେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମିରୁ ମିଳିଥିଲା ନିତିକାଙ୍କୁ କଲ ଲେଟର । 2021 ମେ 29 ରେ ଟ୍ରେନିଂ ପୂରା କରିବା ପରେ ନିତିକା ବିଦ୍ଧିବଦ୍ଧ ଭାବେ ପିନ୍ଧିଲେ ସେନାର ବର୍ଦ୍ଦି .. ଏବେ ସେ ହୋଇଛନ୍ତି ଲେଫ୍ଟନାଣ୍ଟ ନିତିକା କୌଲ ଧୌଣ୍ଡିଆଲ

ନିତିକା ଓ ବିଭୂତି ପ୍ରଥମ ଥର ଦେଖାହୋଇଥିଲେ କଲେଜରେ । ଆଉ ଭଲପାଇବା ଶେଷରେ 2018ରେ ବିବାହରେ ପରିଣତ ହୋଇଥିଲା । କିନ୍ତୁ ବିବାହର ପ୍ରଥମ ବାର୍ଷିକୀର କିଛି ମାସ ପୂର୍ବରୁ ସ୍ବାମୀଙ୍କୁ ହରାଇଲେ ନିତିକା ।

ନିତିକା ସେନାରେ ସାମିଲ ପରେ ତାଙ୍କ ଶାଶୁ ସରୋଜ ଧୌଣ୍ଡିଆଲ ବି ବହୁତ ଖୁସି । ପୂର୍ବରୁ ତାଙ୍କୁ ପୁଅ ସେନାରେ ଥିଲେ , ଏବେ ତାଙ୍କ ବୋହୂ ବି ଭାରତୀୟ ସୈନିକ । କିନ୍ତୁ ସେ ଦୁଃଖିତ କି ମହାମାରୀ ଯୋଗୁଁ ସେ ନିତିକାଙ୍କ କାନ୍ଧରେ ନିଜ ହାତରେ ଲଗାଇପାରିଲେନି ଷ୍ଟାର । ବିବାହର ମାତ୍ର 10 ମାସ ପରେ ପ୍ରେମକୁ ହରାଇ ନିତିକା ଭାଙ୍ଗିନଥିଲେ । ସ୍ବାମୀଙ୍କ ସ୍ବପ୍ନ ପୂରଣ ପାଇଁ ମନରେ ସାହାସ ବାନ୍ଧିଥିଲେ । ପର୍ବତ ଭଳି ଅଟଳ ରହି ସେ ଆଗେଇଛନ୍ତି ।

ସେନାରେ ଅଫିସର ହୋଇ ନିତିକା ପ୍ରମାଣ କରିଦେଇଛନ୍ତି କି, ଉତ୍ସାହ, ନିଷ୍ଠା, ପରିଶ୍ରମ ବଳରେ ମଣିଷ ସବୁ ବାଧାବିଘ୍ନକୁ ଏଡାଇ ହାସଲ କରିପାରିବ ବିଜୟ।

ଛାତିକୁ ପଥର କରି ସହିଦ ସ୍ବାମୀଙ୍କୁ ବିଦାୟ ଦେଇଥିବା ବୀରାଙ୍ଗନା ନିତିକା ନିଜ ପ୍ରତିଶୃତି ପୂରଣ କରିଛନ୍ତି । ଏବେ ସେ ଦେଶ ସେବାରେ ଉତ୍ସର୍ଗୀତ ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.