ETV Bharat / bharat

କର୍ଣ୍ଣାଟକରେ କଂଗ୍ରେସ ହାରିଲେ ମୁଁ ଦାୟୀ ରହିବି: ଖଡଗେ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ କଂଗ୍ରେସ ମୁଖିଆଙ୍କ ଓଭର କନଫିଡେନ୍ସ । କହିଲେ କଂଗ୍ରେସ ନିଶ୍ଚୟ ଜିତିବ, ଆଉ ଯଦି ହାରେ ତାହେଲେ ମୁଁ ଦାୟୀ ରହିବି । ଅଧିକ ପଢନ୍ତୁ

କଂଗ୍ରେସ ଅଧ୍ୟକ୍ଷ
କଂଗ୍ରେସ ଅଧ୍ୟକ୍ଷ
author img

By

Published : May 6, 2023, 9:13 AM IST

ବେଙ୍ଗାଲୁରୁ: ପାଖେଇ ଆସୁଛି କର୍ଣ୍ଣାଟକ ନିର୍ବାଚନ । ହାତରେ ସମୟ କମ ରହିଥିବା କାରଣରୁ କମ୍ପୁଛି ପ୍ରଚାର ମଇଦାନ । ଲୋଭନୀୟ ଅଫର ସହ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏହାରି ଭିତରେ କଂଗ୍ରେସ ମୁଖିଆ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ଅନେକ କଥା କହିଥିବା ବେଳେ ଚଳିତ ଥର କଂଗ୍ରେସ ଜିତିବା ନେଇ ସେ ଆତ୍ମବିଶ୍ବାସ ରଖିଛନ୍ତି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତଥା କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି,"ମେ ୧୦ ନିର୍ବାଚନରେ ଯଦି ଦଳ ହାରିଯାଏ ତାହେଲେ ମୁଁ ଏଥିପାଇଁ ଦାୟୀ ରହିବି । କିନ୍ତୁ ମୁଁ ଚାହୁଁଛି କଂଗ୍ରେସର ବାଜିମାତ ହେଉ । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ବହୁମତରେ ବାଜି ମାରିବ ବୋଲି ଆଶା ରଖିଛୁ । କାରଣ ୨୦୧୪ ଲୋକସଭାରେ ପରାଜୟକୁ ଦଳ ଓଲଟାଇବା ପାଇଁ ଚାହୁଁଛି ।

ତେବେ କହିରଖୁଛୁ ଯେ, ୨୦୧୮ରେ କଂଗ୍ରେସ ଜେଡିଏସ ସହ ମେଣ୍ଟ ସରକାର ଗଠନ କରିଥିଲା । କିନ୍ତୁ ପରେ ଏହି ସରକାର ଭାଙ୍ଗି ଯାଇଥିଲା । ଫଳରେ ରାଜ୍ୟରେ ବିଜେପି ଏକ ମାତ୍ର ଦଳ ଭାବେ କ୍ଷମତା ବିସ୍ତାର କରିଥିଲା । ମୁଖ୍ୟମନ୍ତ୍ରୀ ରହିଥିଲେ ବିଏସ ୟେଦିରପ୍ପା । କିନ୍ତୁ ଏବେ ଖଡଗେ କହିଛନ୍ତି,"ଚଳିତ ଥର କୌଣସି ଝୁଲା ସରକାର ହେବ ନାହିଁ । କଂଗ୍ରେସ ବହୁମତରେ ବାଜି ମାରିବ ।" କର୍ଣ୍ଣାଟକ ନିର୍ବାଚନ ମେ ୧୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ମେ ୧୩ ତାରିଖରେ ଭୋଟ ଗଣତି ହେବ ।

ପ୍ରକାଶଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ବାର କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ ବୋଲି କହିଥିବା ବେଳେ ଆଉ କେତେବେଳେ ସକାଳୁ ସଞ୍ଜ ଯାଏ ମୋଦି ଛୋଟ ପିଲା ଭଳି କାନ୍ଦୁଛନ୍ତି ବୋଲି ବୟାନ ଦେଇଛନ୍ତି । ଗତକାଲି ସେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି କହିଥିଲେ," ମୋଦି ସକାଳୁ ସନ୍ଧ୍ୟା ଯାଏ ଛୋଟ ପିଲାଙ୍କ ଭଳି କାନ୍ଦୁଛନ୍ତି । ଏମିତି କାନ୍ଦିବା ତାଙ୍କର ଅଭ୍ୟାସ ହୋଇଗଲାଣି । ଆମେ ଜାଣିଛୁ ଏହା ଯୁଦ୍ଧ ଅଟେ । ଯଦି କେବଳ ବସି କାନ୍ଦିବେ ତାହେଲେ ଆପଣ କାମ କରିପାରିବେ ନାହିଁ । ମୋଦି ପଛୁଆ ଶ୍ରେଣୀରୁ ଆସିଛନ୍ତି ।"

ଅନ୍ୟପଟେ ମୋଦିଙ୍କୁ ବିଷଧର ସାପ ବୋଲି କଟାକ୍ଷ କରି କହିଥିଲେ, "ପ୍ରଧାନମନ୍ତ୍ରୀ ବିଷଧର ସର୍ପ । ଯଦି ଏହି ବିଷକୁ କେହି ଛୁଇଁବ, ତେବେ ମୃତ୍ୟୁ ନିଶ୍ଚିତ । ଦେଶକୁ ବର୍ବାଦ କରିସାରିଲେଣି ।" ତେବେ ଏଭଳି ବିବାଦୀୟ ମନ୍ତବ୍ୟ ଦେବା ପରେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗକୁ ଖଡଗେ ଖଣ୍ଡନ କରିଛନ୍ତି । କହିଛନ୍ତି, ତାଙ୍କର ଏପରି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ନଥିଲା । ସେ ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ହିଁ ବିଷଧର ସାପ ସହ ତୁଳନା କରିଥିଲେ । ବିଜେପିର ବିଚାରଧାରା ହେଉଛି ବିଷଧର ସାପ ପରି, ଏହାକୁ ଛୁଇଁଲେ ମୃତ୍ୟୁ ହେବା ନେଇ ସେ କହିଥିଲେ ।

ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିଷଧର ସାପ କଟାକ୍ଷପୂର୍ଣ୍ଣ ମନ୍ତବ୍ୟକୁ ନେଇ କର୍ଣ୍ଣାଟକରେ ନିର୍ବାଚନୀ ସଭାମଞ୍ଚରୁ ପାଲଟା ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଥିଲେ, ଭଗବାନ ଶିବଙ୍କ ବେକରେ ସାପ ହେଉଛି ଆଭୂଷଣ । ଦେଶବାସୀ ହେଉଛନ୍ତି ତାଙ୍କ ପାଇଁ ଦେବତାଙ୍କ ସ୍ବରୂପ । ଯଦି ସେ ଦେଶବାସୀଙ୍କ ବେକରେ ସାପ ସହ ତୁଳନା କରାଯାଆନ୍ତି, ତେବେ ତାହା ତାଙ୍କ ପାଇଁ ମଙ୍ଗଳ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.