ETV Bharat / bharat

ଶକ୍ତିକାନ୍ତଙ୍କୁ ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା, ଗ୍ଲୋବାଲ ଫାଇନାନ୍ସ ରିପୋର୍ଟରେ A+ ଗ୍ରେଡ୍ - ବେଷ୍ଟ ବ୍ୟାଙ୍କର ହେଲେ ଓଡିଆ ପୁଅ

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା ମିଳିଛି । ଗ୍ଲୋବାଲ ଫାଇନାନ୍ସ ରିପୋର୍ଟରେ A+ ଗ୍ରେଡ୍ ବିଶ୍ବ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢନ୍ତୁ

rbi governor shaktikanta rated a+
ଗ୍ଲୋବାଲ ଫାଇନାନ୍ସ ରିପୋର୍ଟରେ ଶକ୍ତିକାନ୍ତଙ୍କୁ A+ ଗ୍ରେଡ୍
author img

By ETV Bharat Odisha Team

Published : Sep 2, 2023, 1:56 PM IST

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା । ଗ୍ଲୋବାଲ ଫାଇନାନ୍ସର କେନ୍ଦ୍ରୀୟ ବ୍ୟାଙ୍କର ରିପୋର୍ଟ କାର୍ଡ 2023ରେ A+ ରେଟିଂ ପାଇଛନ୍ତି ଶକ୍ତିକାନ୍ତ ଦାସ । A+ ଗ୍ରେଡରେ କେବଳ ଭାରତ, ସ୍ବିଜରଲ୍ୟାଣ୍ଡ, ଭିଏତନାମ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ନାଁ ସାମିଲ ରହିଛି । ଯେଉଁଥିରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି ଶକ୍ତିକାନ୍ତ ଦାସ ।

  • Congratulations to RBI Governor Shri Shaktikanta Das. This is a proud moment for India, reflecting our financial leadership on the global stage. His dedication and vision continue to strengthen our nation's growth trajectory. https://t.co/MtdmI8La1T

    — Narendra Modi (@narendramodi) September 1, 2023 " class="align-text-top noRightClick twitterSection" data=" ">

ସେହିପରି ରିପୋର୍ଟ କାର୍ଡ଼ରେ A ରେଟିଂ ପାଇଛନ୍ତି ବ୍ରାଜିଲ, ମରିସସ, ଇସ୍ରେଏଲ, ନ୍ୟୁଜିଲାଣ୍ଡ, ପେରୁ, ତାଇୱାନ ଭଳି ଦେଶ। A- ଗ୍ରେଡ ପାଇଥିବା ଦେଶ ଗୁଡିକ ହେଉଛି କଲମ୍ବିଆ, ଡୋମିନିକାନ ରିପବ୍ଲିକ, ଆଇସଲ୍ୟାଣ୍ଡ,ନରୱେ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ।

ଗ୍ଲୋବାଲ ଫାଇନାନ୍ସ କ'ଣ?

ଏହା ଏକ ଆମେରିକୀୟ ପତ୍ରିକା ଯାହାକି 1987ରେ ପ୍ରତିଷ୍ଠା କରାଯାଇଥିଲା । 1994 ପରଠାରୁ ପ୍ରତିବର୍ଷ ଏହା କେନ୍ଦ୍ରୀୟ ବ୍ୟାଙ୍କ ମାନଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଥାଏ । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟଶୈଳୀକୁ ଅନୁଶୀଳନ କରାଯିବା ପରେ ସେମାନଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ରିପୋର୍ଟ କାର୍ଡ ପ୍ରଦାନ କରାଯାଇଥାଏ । ଏଥିରେ ପ୍ରାୟ 101 ଦେଶ ସାମିଲ ରହିଛନ୍ତି । 101ଟି ଦେଶରେ ରହିଥିବା କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରଙ୍କ ପାରଦର୍ଶିତା ଭିତ୍ତିରେ ରେଟିଂ କରାଯାଏ ।

ଶକ୍ତିକାନ୍ତ ଦାସଙ୍କ ପରିଚାଳନା:

ଦେଶ ମହାମାରୀ କୋରୋନା ଭଳି ସ୍ଥିତି ସହ ଲଢେଇ କରୁଥିବାବେଳେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିଲା । ଏହି ସମୟରେ ଦରଦାମ ନିୟନ୍ତ୍ରଣ, ସୁଧହାର ପରିଚାଳନା, ଅର୍ଥନୈତିକ ଅଭିବୃଦ୍ଧି ଆଦି କ୍ଷେତ୍ରରେ ସୁଚାରି ରୂପେ ପରିଚାଳନା କରିଥିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଙ୍କର ଏଭଳି ପରିଚାଳନା ଏବଂ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଏହା ବି ପଢନ୍ତୁ...ଓଡିଆ ପୁଅ ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଅଫ୍ ଦି ଇୟର

ସବୁଠୁ ବଡ଼ କଥା ହେଉଛି ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିବା ଶକ୍ତିକାନ୍ତ ହେଉଛନ୍ତି ଓଡିଆ ପୁଅ । ତାଙ୍କର ଏଭଳି ସଫଳତା ବିଶ୍ବ ଦରବାରରେ ଭାରତ ସମେତ ଓଡିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ତେବେ ପୂର୍ବରୁ ମଧ୍ୟ 'ଗଭର୍ଣ୍ଣର ଅଫ ଦ ଇୟର-2023' ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ଶକ୍ତିକାନ୍ତ । ବର୍ତ୍ତମାନ ପୁଣି ଥରେ 'ବେଷ୍ଟ ବ୍ୟାଙ୍କର' ଭାବରେ ଆଉ ଏକ ନୂଆ ପରିଚୟ ସୃଷ୍ଟି କରି ଦେଶ ତଥା ରାଜ୍ୟ ପାଇଁ ସେ ଗୌରବ ଆଣିଛନ୍ତି ।

ଏହା ବି ପଢନ୍ତୁ...GST Collection: ଜୁଲାଇରେ ୭୨୨୫.୨୫ କୋଟି ଜିଏସଟି ସଂଗ୍ରହ, ଗତବର୍ଷ ତୁଳନାରେ ୧୯.୨୬% ଅଭିବୃଦ୍ଧି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.