ETV Bharat / bharat

ଭାରତୀୟ ମୁଦ୍ରାରୁ ହଟିବନି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର: RBI - ରିଜର୍ଭ ବ୍ୟାଙ୍କର ନୂଆ ସ୍ପଷ୍ଟୀକରଣ

ଭାରତୀୟ ମୁଦ୍ରାରେ (Indian currency) ଗାନ୍ଧିଜୀଙ୍କ ଛବି ପରିବର୍ତ୍ତନର କୌଣସି ଯୋଜନା ନାହିଁ । ଗଣମାଧ୍ୟମରେ ଜାରି ରହିଥିବା ଚର୍ଚ୍ଚାକୁ ଖଣ୍ଡନ କଲା ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ

ମୁଦ୍ରା ନୋଟରେ ଛବି ପରିବର୍ତ୍ତନ ହେବାର ନାହଁ କୌଣସି ଯୋଜନା: RBI

author img

By

Published : Jun 6, 2022, 5:38 PM IST

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ଓ ବ୍ୟାଙ୍କ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ପରିବର୍ତ୍ତନ ହେବନାହିଁ । ଅନ୍ୟ କୌଣସି ବିଶିଷ୍ଟ ନେତା କିମ୍ବା ମହାପୁରୁଷଙ୍କ ଫଟୋକୁ ସ୍ଥାନ ଦେବା ଭଳି ମଧ୍ୟ କୌଣସି ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ନାହିଁ । ସୋମବାର ଏହା ସ୍ପଷ୍ଟ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) । ତେବେ ଗତ କିଛି ଦିନ ଧରି ଗଣମାଧ୍ୟମରେ ଏସମ୍ପର୍କିତ ଖବର ଲଗାତାର ପ୍ରସାରଣ ହେବାରେ ଲାଗିଥିଲା । ରାଷ୍ଚ୍ରପିତା ମହାତ୍ମା ଗାନ୍ଧୀଙ୍କ ପରିବର୍ତ୍ତେ ଅନ୍ୟ କିଛି ମହାନ ବ୍ୟକ୍ତିବିଶେଷଙ୍କ ଫଟୋକୁ ମୁଦ୍ରା ନୋଟରେ ସ୍ଥାନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ବିଚାରବିମର୍ଶ ପ୍ରକ୍ରିୟା ଜାରି ରଖିଥିବା ଖବର ପ୍ରକାଶିତ ହୋଇଥିଲା ।

  • There is no such proposal by the Reserve Bank of India to make any changes in the existing currency and bank notes: RBI on reports suggesting that it is considering changes to the existing currency, and bank notes by replacing Mahatma Gandhi's face with that of others pic.twitter.com/DtPL2a8WeS

    — ANI (@ANI) June 6, 2022 " class="align-text-top noRightClick twitterSection" data=" ">

ତେବେ ଏହି ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ପଷ୍ଟୀକରଣ ସାମ୍ନାକୁ ଆସିବା ପରେ କଳ୍ପନା ଜଳ୍ପନାରେ ବିରାମ ଲାଗିଛି । ଗଣମାଧ୍ୟମର ଚର୍ଚ୍ଚାକୁ ଖଣ୍ଡନ କରିବା ସହିତ ସେପରି କିଛି ଯୋଜନା କିମ୍ବା ପ୍ରକ୍ରିୟା ଚାଲିନଥିବା ରିଜର୍ଭ ବ୍ୟାଙ୍କ କହିଛି । ଫଟୋ ସ୍ଥାନ ପାଇବାକୁ ଥିବା ନେତାଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଓ ରବିନ୍ଦ୍ରନାଥ ଟାଗୋରଙ୍କ ନାମ ଚର୍ଚ୍ଚାରେ ରହିଥିଲା ।

ସ୍ବାଧୀନତା ପରଠାରୁ ମୁଦ୍ରା ନୋଟରେ ରାଷ୍ଟ୍ରପିତା ମାହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରକୁ ସ୍ଥାନ ମିଳିଛି । ଅନେକ ସମୟରେ ସ୍ବାଧୀନତା ସଂଗ୍ରାମ ଓ ଦେଶପ୍ରତି ବିଶିଷ୍ଟ ଅବଦାନ ଥିବା ଅନ୍ୟ କିଛି ମହାପୁରୁଷଙ୍କ ଫଟୋକୁ ସ୍ଥାନିତ କରିବା ପାଇଁ ଦାବି ମଧ୍ୟ ଉଠିଛି । ଗତ କିଛି ଦିନ ଧରି ଏପରି ଏକ ପ୍ରକ୍ରିୟା ପାଇଁ ସର୍ବୋଚ୍ଚ ବ୍ୟାଙ୍କ ବିଚାରବିମର୍ଶ ଜାରି ରହିଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.