ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ଧାରଣ କରିଛି କୋରୋନାର ଦ୍ବିତୀୟ ଲହର । ଏନେଇ ଭାରତକୁ ଅନେକ ଦେଶ ସହଯୋଗର ହାତ ବଢାଇଛି । ମାର୍ଚ୍ଚ 2022 ପର୍ଯ୍ୟନ୍ତ କୋଭିଡ ସମ୍ବନ୍ଧୀୟ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ତଥା ସେବା ବୃଦ୍ଧି ପାଇଁ ଆରବିଆଇ 50,000 କୋଟି ଟଙ୍କା ଘୋଷଣା କରଛନ୍ତି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଦେଶରେ କୋଭିଡ ସମ୍ବନ୍ଧୀୟ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ବ୍ୟାପକ କରିବା ପାଇଁ 50,000 କୋଟି ଟଙ୍କାର ସ୍ବତନ୍ତ୍ର ସୁବିଧା ବ୍ୟାଙ୍କଗୁଡିକ ରେପୋ ହାରରେ 3 ବର୍ଷ ଟେନର ପର୍ଯ୍ୟନ୍ତ ମାର୍ଚ୍ଚ 31, 2022 ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି କହିଛନ୍ତି ଆରବିଆଇ ବଭର୍ଣ୍ଣର ଶକ୍ତିକାନ୍ତ ଦାସ । ବ୍ୟାଙ୍କଗୁଡିକ କୋଭିଡ ଋଣ ଯୋଗାଇବା ବୋଲି ସୂଚନା ଦେଇଛନ୍ତି ଶକ୍ତିକାନ୍ତ ଦାସ । ଆରବିଆଇ ରେପୋ ହାରରେ 10,000 କୋଟି ଟଙ୍କାର 3 ବର୍ଷ ଯାଏଁ ଋଣ ଦେବ । କୋଭିଡ ସ୍ଥିତିରେ ଦେଶର ଅର୍ଥନୀତି ଉପରେ ଆରବିଆଇ ନଜର ରଖିଛି । ଗଚ୍ଛିତ ବୈଦେଶିକ ମୁଦ୍ରା ଅର୍ଥନୀତି କ୍ଷେତ୍ରରେ ବିଶ୍ବାସ ଯୋଗଇବ । 2022-22ରେ ସ୍ବାଭାବିକ ବର୍ଷା ପାଇଁ ଉତ୍ପାଦନ ବଢିବା ସହିତ ଦରଦାମ ନିୟନ୍ତ୍ରଣରେ ରହିବ ଫଳରେ ଅର୍ଥନୀତି ସୁଧୁରିବ ବୋଲି ଶକ୍ତିକାନ୍ତ କହିଛନ୍ତି ।
25 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତି, ମାର୍ଚ୍ଚ 2021 ପୈଠ କରିନାହାନ୍ତି ସେମାନେ ସେପ୍ଟେମ୍ବର 2021ସୁଦ୍ଧା ଦେଇପାରିବେ । ଆରବିଆଇ ଗଭର୍ଣ୍ଣର ତାଙ୍କ ସମ୍ବୋଧନ ସମୟରେ କହିଛନ୍ତି ଯେ, ମାର୍ଚ୍ଚରେ ଭାରତରେ କୋଭିଡ -19 ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ନୂଆ ଭୂତାଣୁ ସୃଷ୍ଟି ହେବାର ସମ୍ଭାବନା ରହିଛି । କୋଭିଡ ଦ୍ବିତୀୟ ଲହର ବିରୁଦ୍ଧରେ ବ୍ୟାପକ ଏବଂ ଦ୍ରୁତ କାର୍ଯ୍ୟର ଆବଶ୍ୟକତା ରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ