ଭୋପାଳ: ମଧ୍ୟପ୍ରଦେଶର ରେଲୱେ ରତଲାମ ମଣ୍ଡଳ ପ୍ରଥମ ଥର ପାଇଁ ରେଳ ଯୋଗେ ୧୬୦ଟି ଟ୍ରାକ୍ଟରକୁ ପରିବହନ କରିଛି । ଏହି ଟ୍ରାକ୍ଟରଗୁଡ଼ିକ ଏକ ସ୍ବତନ୍ତ୍ର ମାଲବାହୀ ଟ୍ରେନ ମାଧ୍ୟମରେ ରାଜ୍ୟର ଦେୱାସଠାରୁ ଓଡ଼ିଶାର ବରଗଡ଼ ଜିଲ୍ଲାକୁ ପଠାଯାଇଛି । ଜନ ଡ଼ିୟର କମ୍ପାନୀର ଏହି ଟ୍ରାକ୍ଟରଗୁଡିକୁ ପଠାଯାଇଥିବା ବେଳେ ମାଲବାହୀ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି ରତଲାମ ରେଳ ଡିଭିଜନ ପକ୍ଷରୁ କୁହାଯାଇଛି ।
ଏତେ ସଂଖ୍ୟକ ଟ୍ରାକ୍ଟରକୁ ପ୍ରଥମ ଥର ପାଇଁ ରେଳ ଯୋଗେ ପରିବହନ କରିଛି ଏହି ମଣ୍ଡଳ । ମାଲବାହୀ ଟ୍ରେନର ଗ୍ରାହକଙ୍କ ସଂଖ୍ୟା ବଢାଇବା ସହିତ ଆମଦାନୀ ବଢାଇବା ପାଇଁ ଏହି ମଣ୍ଡଳ ଗଠନ କରାଯାଇଥିଲା । ଫଳସ୍ବରୂପ ୧୬୦ଟି ଟ୍ରାକ୍ଟରକୁ ରେଳ ଦ୍ବାରା ଓଡ଼ିଶାକୁ ଆମଦାନୀ କରିବାରେ ସଫଳ ହୋଇଛି ଏହି ମଣ୍ଡଳ । ପ୍ରାୟ ୧୧୮୯ କିଲୋମିଟର ଯାତ୍ରା କରି ସ୍ବତନ୍ତ୍ର ଟ୍ରେନଟି ଓଡ଼ିଶାରେ ଟ୍ରାକ୍ଟରଗୁଡ଼ିକୁ ଆମଦାନୀ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ