ETV Bharat / bharat

ଅଯୋଗ୍ୟ ହିତାଧିକାରୀଙ୍କଠାରୁ ପ୍ରତ୍ୟାହାର କରାଯିବ ରାସନ କାର୍ଡ

author img

By

Published : Jun 27, 2021, 8:18 AM IST

ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ ପ୍ରତ୍ୟାହାର କରିବେ ଆସାମ ସରକାର । ଅଧିକ ପଢନ୍ତୁ...

ଅଯୋଗ୍ୟ ହିତାଧିତକାରୀଙ୍କଠାରୁ ପ୍ରତ୍ୟାହାର କରାଯିବ ରାସନ କାର୍ଡ

ଗୌହାଟୀ: ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ ପ୍ରତ୍ୟାହାର କରିବେ ଆସାମ ସରକାର । ଏନେଇ ପଦକ୍ଷପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ଖାଦ୍ୟ ଏବଂ ନାଗରିକ ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ବିଭାଗ (FCS & CA), ଜାତୀୟ ଖାଦ୍ୟସୁରକ୍ଷା ଆଇନ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାପରେ ଏହି ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନଠାରୁ ସମସ୍ତ ଗ୍ରାମ ପଞ୍ଚାୟତ ସମବାୟ ସମିତିକୁ ରାସନ ଯୋଗାଇବା ପାଇଁ FCS & CA ବଜେଟ ଅନୁସାରେ ବର୍ତ୍ତମାନଠାରୁ ପାଣ୍ଠି ଆବଣ୍ଟନ ଆରମ୍ଭ କରିଛି। ଏହି ପଦକ୍ଷେପ ଗରିବ ଲୋକଙ୍କୁ ଯଥେଷ୍ଟ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅତ୍ୟାବଶ୍ୟକ ଦ୍ରବ୍ୟର ପରିବହନ ମୂଲ୍ୟ ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଗୁରୁତ୍ବରୋପ କରି କହିଛନ୍ତି ଯେ ବର୍ତ୍ତମାନଠାରୁ NFSA ର ସଠିକ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ସମବାୟ ସମିତିଗୁଡିକ ସୁପରଭାଇଜରଙ୍କ ଭୂମିକା ଗ୍ରହଣ କରିବାକୁ ପଡିବ।

ହିତାଧିକାରୀଙ୍କ ସଂଖ୍ୟା ଅନୁଯାୟୀ ଦୋକାନଗୁଡ଼ିକ ଉଚିତ ମୂଲ୍ୟରେ ରାସନ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ କୃଷି ଓ ସହଯୋଗ ବିଭାଗ ମନ୍ତ୍ରୀ ଅତୁଲ ବୋରା ଏବଂ ବରିଷ୍ଠ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.