ନୂଆଦିଲ୍ଲୀ: 102ତମ ସଂସ୍କରଣ ମନ୍ କି ବାତ୍ ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଡିଓରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଶୁଭେଚ୍ଛା ସହ ବର୍ଷା ଜଳ ସଂରକ୍ଷଣଠୁ ନେଇ 2025 ସୁଦ୍ଧା ଭାରତକୁ ଟିଭି ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀ ରଥଯାତ୍ରାକୁ ଅଦ୍ଭୂତ କହିବା ସହ ବଡରୁ ବଡ ଲକ୍ଷ୍ୟ କଠିନରୁ କଠିନ ଚ୍ୟାଲେଞ୍ଜ ହେଉନା କାହିଁକି ଭାରତବାସୀଙ୍କ ସାମୂହିକ ବଳ, ସାମୂହିକ ଶକ୍ତି ସବୁ ଚ୍ୟାଲେଞ୍ଜ ସମସ୍ୟାର ସମାଧାନ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
-
The way people from all over the country take part in the Rath Yatras is exemplary. Along with inner faith, it is also a reflection of the spirit of 'Ek Bharat- Shreshtha Bharat.' #MannKiBaat pic.twitter.com/HwX9gVXRIW
— PMO India (@PMOIndia) June 18, 2023 " class="align-text-top noRightClick twitterSection" data="
">The way people from all over the country take part in the Rath Yatras is exemplary. Along with inner faith, it is also a reflection of the spirit of 'Ek Bharat- Shreshtha Bharat.' #MannKiBaat pic.twitter.com/HwX9gVXRIW
— PMO India (@PMOIndia) June 18, 2023The way people from all over the country take part in the Rath Yatras is exemplary. Along with inner faith, it is also a reflection of the spirit of 'Ek Bharat- Shreshtha Bharat.' #MannKiBaat pic.twitter.com/HwX9gVXRIW
— PMO India (@PMOIndia) June 18, 2023
ରଥଯାତ୍ରା ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ: ଜୁନ 20 ତାରିଖରେ ବିଶ୍ବ ପ୍ରସିଦ୍ଧ ଐତିହାସିକ ରଥଯାତ୍ରା । ସମଗ୍ର ବିଶ୍ବରେ ରଥଯାତ୍ରାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଦେଶର ବିଭିନ୍ନ ରାଜ୍ୟରେ ଧୂମଧାମରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହୋଇଥାଏ । ଓଡିଶାର ପୁରୀର ରଥଯାତ୍ର ଅଦ୍ଭୂତ । ସେଠାରେ ସ୍ବତନ୍ତ୍ର ଭାବେ ରଥଯାତ୍ରା ପାଳନ କରାଯାଏ । ରଥଯାତ୍ରାରେ ଦେଶର କୋଣ ଅନୁକୋଣରୁ ଭକ୍ତ ସାମିଲ ହୋଇଥାନ୍ତି । ଏହା ଏକ ଭାରତ ଓ ଶ୍ରେଷ୍ଠ ଭାରତର ପ୍ରତୀକ । ଏହି ପବିତ୍ର ରଥଯାତ୍ରା ନେଇ ସମସ୍ତଙ୍କୁ ଶୁଭେଚ୍ଛା । ଭଗବାନ ଜଗନ୍ନାଥ ସମସ୍ତଙ୍କୁ ସୁସ୍ଥ, ସୁଖ ସମୃଦ୍ଧି ଆଣି ଦିଅନ୍ତୁ ।
ଯୋଗ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ: ଜୁନ 21ରେ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିବାକୁ ଅପେକ୍ଷା କରିଛନ୍ତି । ଏଥରେ ଯୋଗ ଦିବସର ଥିମ ରହିଛି ବସୁଧୌବକୁଟୁମ୍ବକମ ପାଇଁ ଯୋଗ । ଏକ ବିଶ୍ବ ଏକ ପରିବାରରେ ସମସ୍ତଙ୍କ କଲ୍ୟାଣ ପାଇଁ ଯୋଗ । ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସରେ ସାମିଲ ହେବାକୁ ସୁଯୋଗ ମିଳିଛି । ସମସ୍ତେ ଯୋଗ ସହି ଯୋଡି ହୁଅନ୍ତୁ । ନିତିଦିନିଆ ଅଭ୍ୟାସ କରନ୍ତୁ । ଯୋଗ ଜୀବନରେ ବଡ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
25 ଜୁନକୁ ଭୁଲି ହେବ ନାହିଁ: 102ତମ ମନ୍ କି ବାତରେ 25 ଜୁନକୁ କେବେ ଭୁଲି ହେବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଗଣତନ୍ତ୍ରର ଜନନୀ । ଆମେ ଲୋକତାନ୍ତ୍ରିକ ଆଦର୍ଶ ଓ ସମ୍ବିଧାନକୁ ସର୍ବୋପରି ରଖିଥାଉ ତେଣୁ ଆମେ 25 ଜୁନକୁ କେବେ ଭୁଲି ପାରିବୁ ନାହିଁ । ଏହା ସେହି ଦିନ ଯେଉଁ ଦିନ ଦେଶରେ ଏମଜେନ୍ସି ଲାଗିଥିଲା । ଏହା ଭାରତ ପାଇଁ କଳାଦିନ ଥିଲା । ଲକ୍ଷ ଲକ୍ଷ ଲୋକ ଏମରଜେନ୍ସିର ବିରୋଧ କରିଥିଲେ । ଲୋକତନ୍ତ୍ରର ସମର୍ଥକଙ୍କ ଉପରେ ଅତ୍ୟାଚାର ହୋଇଥିଲା । ସେମାନଙ୍କୁ ଏତେ ନିର୍ଯାତନା ଦିଆଯାଇଥିବା ଆଜି ବି ତାହା ମନେ ପଡେ । ଏମରଜେନ୍ସି ଉପରେ ଅନେକ ପୁସ୍ତକ ଲେଖା ହୋଇଛି ଯାହା ମୋ ଆଗକୁ ଆସିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆହରି କହିଛନ୍ତି,''ଦୁଇ ଦିନ ତଳେ ଗୁଜୁରାଟର ବାତ୍ୟା ବିପର୍ଯ୍ୟୟ ତାଣ୍ଡବ ରଚିଥିଲା । ପବନ ବର୍ଷାରେ ବିପର୍ଯ୍ୟୟ ଘଟାଇଥିଲା ବାତ୍ୟା ବିପର୍ଯ୍ୟୟ । ମାତ୍ର ଏହାର ମୁକାବିଲା ଅଦ୍ଭୂତପୂର୍ବ ଥିଲା । ମୋତେ ବିଶ୍ବାସ ଅଛି ବିପର୍ଯ୍ୟୟ ଯେଉଁ ତାଣ୍ଡବ ରଚିଥିଲା ସେଥିରୁ କଚ୍ଛବାସୀ ଶୀଘ୍ର ମୁକୁଳିବେ ।'' ପ୍ରତିମାସ ଶେଷ ରବିବାର ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ । ମାତ୍ର ଚଳିତ ମାସରେ ତୃତୀୟ ରବିବାର 102ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି ।
ଜୁନ 20ରୁ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ବ୍ୟସ୍ତ କାର୍ଯ୍ୟସୂଚୀ ପାଇଁ ଗୋଟିଏ ସପ୍ତାହ ପୂର୍ବରୁ 102ତମ ମନ୍ କି ବାତ୍ ପ୍ରସାରିତ ହୋଇଛି । ମନ୍ କି ବାତ୍ ରଙ୍ଗ ବେରଙ୍ଗ ମୋତିରେ ସଜ୍ଜିତ ଏକ ସୁନ୍ଦର ମାଳ ଯାହାର ପ୍ରତ୍ୟେକ ମୋତି ସ୍ବତନ୍ତ୍ର । ଏହି କାର୍ଯ୍ୟକ୍ରମର ପ୍ରତିଟି ଏପିସୋଡ ଜୀବନ୍ତ । ଆମକୁ ସାମୂହିକତାର ଭାବନା ସହିତ ସମାଜ ପ୍ରତି କର୍ତ୍ତବ୍ୟଭାବ ଓ ସେବା ଭାବରେ ଆଲୋଚନା ହୋଇଥାଏ । ମନ୍ କି ବାତ୍ ଆଲୋଚନା ହେଉଥିବା ବିଷୟରେ ଅନ୍ୟ ଦେଶକୁ ପ୍ରେରଣା ମିଳେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।