ETV Bharat / bharat

ଡିସେମ୍ବର 1ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ - ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ

ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ । ଡିସେମ୍ବର 1 ତାରିଖରୁ ସପ୍ତାହର 5 ଦିନ ଯାଏ ରାଷ୍ଟ୍ରପତି ଭବନ ପରିଦର୍ଶନ କରିପାରିବେ ପର୍ଯ୍ୟଟକ । ଅଧିକ ପଢ଼ନ୍ତୁ

rashtrapati bhavan to open for public from december 1
ଡିସେମ୍ବର 1ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ
author img

By

Published : Nov 22, 2022, 7:21 AM IST

ନୂଆଦିଲ୍ଲୀ: ଡିସେମ୍ବର 1ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ । ସପ୍ତାହର 5 ଦିନ ଜନସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ଗତ ସୋମବାର ସରକାରୀ ସ୍ତରରେ ସୂଚନା ଜାରି କରାଯାଇଛି । କେବଳ ଛୁଟିଦିନରେ ରାଷ୍ଟ୍ରପତି ଭବନ ବନ୍ଦ ରହିବ ।

ରାଷ୍ଟ୍ରପତି ଭବନ ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର (ଛୁଟିଦିନ ବ୍ୟତୀତ) ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । 5ଟି ସ୍ଲଟରେ ଗୋଟିଏ ଘଣ୍ଟା ମଧ୍ୟରେ ଲୋକେ ସେଠାରେ ବୁଲି ପାରିବେ । ଏଥିପାଇଁ ଧାର୍ଯ୍ୟ ହୋଇଥିବା ସମୟ ସକାଳ 10ଟାରୁ 11ଟା, 11ରୁ ମଧ୍ୟାହ୍ନ 12ଟା, 12ରୁ 1ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଅପରାହ୍ନ 2ଟାରୁ 3ଟା, 4ରୁ 5ଟା ଏବଂ 5ଟା ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ମଧ୍ୟରେ ସର୍ବସାଧାରଣ ବୁଲି ପାରିବେ ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ ପଶିଲା ସାପ, ସମର୍ଥକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ଲୋକେ ରାଷ୍ଟ୍ରପତି ଭବନ ପରିସର ବୁଲିବା ସହ ସପ୍ତାହର 6 ଦିନ ପର୍ଯ୍ୟନ୍ତ ( ମଙ୍ଗଳବାରରୁ ରବିବାର) ରାଷ୍ଟ୍ରପତି ଭବନ ସଂଗ୍ରହାଳୟ କମ୍ଲେକ୍ସ ପରିଦର୍ଶନ କରିବେ । ପ୍ରତ୍ୟେକ ଶନିବାର ସକାଳ 8ଟା ରୁ ରାତି 9ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଗାର୍ଡ ପରିବର୍ତ୍ତନ ସମାରୋହରେ ସାଧାରଣ ଲୋକେ ସାମିଲ ହୋଇପାରିବେ ବୋଲି ସୂଚନା ଦିଆଯାଇଛି । ଯଦି କୌଣସି ଶନିବାର ଛୁଟିଦିନ ପଡ଼ିବ, ସେହିଦିନ ସମାରୋହ ନହେବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.