ETV Bharat / bharat

Jammu Kashmir New DGP: ଓଡିଆ ପୁଅ ରଶ୍ମି ରଞ୍ଜନ ସ୍ବାଇଁ ଜମ୍ମୁ କାଶ୍ମୀରର ନୂଆ ପୋଲିସ ମୁଖ୍ୟ

author img

By ETV Bharat Odisha Team

Published : Oct 28, 2023, 11:54 AM IST

ଓଡିଶାର ରଶ୍ମି ରଞ୍ଜନ ସ୍ବାଇଁ ଜମ୍ମୁ କାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ପାଇଛନ୍ତି । ଆସନ୍ତା ନଭେମ୍ବର 1 ତାରିଖରୁ ସେ ଦାୟିତ୍ବ ଗ୍ରହଣ କରିବେ । ଅଧିକ ପଢନ୍ତୁ

Jammu Kashmir New DGP
Jammu Kashmir New DGP

ନୂଆଦିଲ୍ଲୀ: ଜାତୀୟ ସ୍ତରରେ ବଢୁଛି ଓଡିଆଙ୍କ ଦବଦବା । ପୁଣି ଜଣେ ଓଡିଆ ପୁଅଙ୍କୁ ଗୁରୁ ଦାୟିତ୍ବ ମିଳିଛି । ଓଡିଶାର ରଶ୍ମି ରଞ୍ଜନ ସ୍ବାଇଁ ଜମ୍ମୁ କାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ପାଇଛନ୍ତି । ଆସନ୍ତା ନଭେମ୍ବର 1 ତାରିଖରୁ ସେ ଦାୟିତ୍ବ ଗ୍ରହଣ କରିବେ । ରଶ୍ମି ରଞ୍ଜନ ବର୍ତ୍ତମାନ ଜମ୍ମୁ କାଶ୍ମୀର ସିଆଇଡିର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା 31ରେ ଦିଲବାଗ ସିଂହ କାର୍ଯ୍ୟରୁ ଅବସରରେ ନେବା ପରେ ତାଙ୍କ ସ୍ଥାନ ନେବେ ରଶ୍ମି ରଞ୍ଜନ ସ୍ବାଇଁ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ରଶ୍ମି ରଞ୍ଜନ ସ୍ବାଇଁ 1991 ବ୍ୟାଚର IPS ଅଧିକାରୀ ଅଟନ୍ତି ।

ଜମ୍ମୁ କାଶ୍ମୀରରେ ରଶ୍ମି ରଞ୍ଜନଙ୍କ ବହୁ ଅଭିଜ୍ଞତା ରହିଛି । ସେ 2001ରୁ 2003 ପର୍ଯ୍ୟନ୍ତ ଶ୍ରୀନଗର ଏସଏସପି ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ ଅର୍ଥାତ୍‌ 2003-04 ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବେ କାର୍ଯ୍ୟ କରିଛନ୍ତି । କେବଳ ଶ୍ରୀନଗର ଜମ୍ମୁ ନୁହେଁ ସେ ରାମବନ, ପୁଞ୍ଚ ଓ ଲେହରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରି ଅଭିଜ୍ଞତା ସାଉଁଟିଛନ୍ତି । ଏହାସହ ସେ ବିଦେଶରେ ମଧ୍ୟ ନିଯୁକ୍ତି ପାଇଥିଲେ । ସେହିପରି 2004-06 ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ସତର୍କତା ସଙ୍ଗଠନରେ ସହାୟକ ମହାନିରିକ୍ଷକ ଓ ପୋଲିସ ମହାନିରିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ରଶ୍ମି ରଞ୍ଜନ 15 ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ମଧ୍ୟ ଯାଇଥିଲେ । ପରେ କୋଭିଡ ସମୟ ଅର୍ଥାତ ଜୁନ ମାସ 2020ରେ ତାଙ୍କୁ ଜମ୍ମୁ କାଶ୍ମୀରରେ ପୁଣି ନିଯୁକ୍ତି ଦିଆଯାଇଥିଲା । ଏହାସହ ସହ ସେ ଗୁଇନ୍ଦା ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସିଆଇଡିରେ ସେ 29 ମାସଠୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି । ପୋଲିସରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି ରଶ୍ମି ରଞ୍ଜନ । ତାଙ୍କର ଅନେକ ବର୍ଷର ଅଭିଜ୍ଞତା ଥିବା ବେଳେ ଆତଙ୍କୀଙ୍କୁ କରୁଥିଲେ ଥରହର ।

ଏହା ମଧ୍ୟ ପଢନ୍ତୁ: ପ୍ରବୀଣ ସୁଦ୍‌ CBIର ନୂତନ ନିର୍ଦ୍ଦେଶକ

3ୟ ନମ୍ବରରେ ରଶ୍ମି ରଞ୍ଜନ: ଜମ୍ମୁ କାଶ୍ମୀରର ଆଇପିଏସ ଅଫିସରଙ୍କ ମଧ୍ୟରେ ରଶ୍ମିରଞ୍ଜନଙ୍କ ରହିଛି ବହୁ ଲୋକପ୍ରିୟତା । ଆଇପିଏସ ଅଫିସରଙ୍କ ଲିଷ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି ରଶ୍ମି ରଞ୍ଜନ । ପ୍ରଥମେ ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଏକ ନମ୍ବରରେ ଥିବା ବେଳେ 1990ର ଆଇପିଏସ ଅଧିକାରୀ ଶ୍ରୀନିବାସ । ଏହାପରେ ତୃତୀୟ ସ୍ଥାନରେ ଅଛନ୍ତି ରଶ୍ମିରଞ୍ଜନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.