ETV Bharat / bharat

Rare Surgery: ୫ ମାସ ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ

author img

By ETV Bharat Odisha Team

Published : Oct 15, 2023, 11:04 AM IST

୫ ମାସ ଶିଶୁର ଶ୍ବାସନଳୀରେ ବାହାରିଲା ସେପ୍ଟିପିନ । ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଛି ଘଟଣା । ପଢନ୍ତୁ ପୁରା ଖବର

ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ
ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ

କୋଲକାତା: ପଶ୍ଚିମବଙ୍ଗ କୋଲକାତାରେ ଜଣେ ୫ ମାସର ଶିଶୁର ଶ୍ବାସନଳୀରୁ ସେପ୍ଟିପିନ ବାହାର କରାଯାଇଛି । ଶିଶୁପୁତ୍ରଟି ଏକ ଇଞ୍ଚର ସେପ୍ଟିପିନକୁ ଗିଳି ଦେଇଥିଲା । ଏକ୍ସ-ରେ ପରେ ପିଲାଟିର ଗଳାରେ ପିନ୍ ଅଟକି ରହିଥିବା ଜଣାପଡ଼ିଥିଲା । କୋଲକାତା ମେଡ଼ିକାଲ କଲେଜରେ ଶିଶୁର ସଫଳ ଅସ୍ତ୍ରୋପଚାର କରାଯାଇ ପିନ୍ ବାହାର କରାଯାଇଛି । ଅସ୍ତ୍ରୋପଚାର ପରେ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ତା'ର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ
ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ

ସୂଚନା ଅନୁଯାୟୀ, ଶିଶୁପୁତ୍ରର ଘର ପଶ୍ଚିମବଙ୍ଗ ହୁବ୍ବୁଳି ଅନ୍ତର୍ଗତ ଜଙ୍ଗିପାରା ଅଞ୍ଚଳରେ । ୫ ଦିନ ପୂର୍ବରୁ ୫ ମାସର ଏହି ଶିଶୁ ସେପ୍ଟିପିନଟି ଗିଳି ଦେଇଥିଲା । ପିଲାଟି ନିଜ ଭାଇ ଭଉଣୀ ସହ ଶେଯରେ ଶୋଇଥିଲା । ଖେଳୁଥିବା ଅବସ୍ଥାରେ ଭୁଲବଶତଃ ତା' ପାର୍ଶ୍ବରେ ପଡ଼ିଥିବା ଗୋଟିଏ ଇଞ୍ଚର ସେପ୍ଟିପିନକୁ ଢୋକି ଦେଇଥିଲା । ଏ ସମ୍ପର୍କରେ ତା'ର ବାପାମାଆ ଜାଣି ପାରିନଥିଲେ । ପିଲାଟି ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ବାପାମାଆ ତାକୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ । ଡାକ୍ତର ପିଲାଟିକୁ ପରୀକ୍ଷା କରି ଥଣ୍ଡା ଜ୍ବର କାରଣରୁ ଏପରି ହେଉଥିବା ଅନୁମାନ ଚିକିତ୍ସା କରିଥିଲେ ।

ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ
ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ

ଏହାମଧ୍ୟ ପଢନ୍ତୁ: ଭାରତରେ ପ୍ରଥମ, ବିଷପାନ କରିଥିବା ଯୁବକଙ୍କ ହେଲା ଫୁସଫୁସ ପ୍ରତିରୋପଣ

ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ
ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ

ହେଲେ ପିଲାଟି ମୁହଁରୁ ଲଗାତାର ଲାଳ ବୋହିବାକୁ ଲାଗିଥିଲା ଏବଂ ଭୋକ ଲାଗିବା ବନ୍ଦ ହୋଇଯାଇଥିଲା । ଏହାଦେଖି ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ ଏବଂ ଗୁରୁବାର ଦିନ କୋଲକାତା ମେଡିକାଲ କଲେଜକୁ ନେଇଥିଲେ । ସେଠାରେ ଡାକ୍ତର ପିଲାଟିର ଏକ୍ସ-ରେ କରିବାରୁ ତା'ର ଶ୍ବାସନଳୀରେ ଏକ ସେପ୍ଟିପିନ ଫସିଥିବା ଜଣାପଡିଥିଲା । ପିନ୍‌ଟି ଖୋଲା ଅବସ୍ଥାରେ ତଣ୍ଟିରେ ଅଟକି ରହିଥିଲା । ଏହାପରେ ଶୁକ୍ରବାର ସକାଳେ ଡାକ୍ତର ଶିଶୁର ସର୍ଜରୀ ଆରମ୍ଭ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Complex surgery: ମହିଳାଙ୍କ ପେଟରୁ ବାହାରିଲା 15KG ଟ୍ୟୁମର

ପ୍ରାୟ ୪୦ ମିନିଟର ସର୍ଜରୀ ପରେ ଡାକ୍ତର ଶ୍ବାସନଳୀରୁ ସଫଳତାପୂର୍ବକ ସେପ୍ଟିପିନ ବାହର କରିଥିଲେ । ବର୍ତ୍ତମାନ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏନେଇ ଡାକ୍ତର ସୁଦୀପ ଦାସ କହିଛନ୍ତି, "ସେପ୍ଟିପିନ ପିଲାଟିର ଶ୍ବାସନଳୀ ଭିରତରୁ ଚାଲିଯିବ ବୋଲି ଆମେ ଆଶଙ୍କା କରୁଥିଲୁ । ହେଲେ ସବୁକିଛି ଠିକଠାକ ହେଲା । ଆମେ ଶିଶୁର ଶ୍ବାସନଳୀରେ ସଫଳତାର ସହ ପିନ୍‌କୁ ବାହାର କରିଥିଲୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.