ETV Bharat / bharat

ସୈତାନ ସାଜିଲା ପଡ଼ୋଶୀ, ଗାଜିଆବାଦରେ 5 ବର୍ଷୀୟ ଶିଶୁ ସହ ଦୁଷ୍କର୍ମ

author img

By

Published : Oct 30, 2022, 8:43 PM IST

ଗାଜିଆବାଦରୁ ଏକ ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି । ଜଣେ 5ବର୍ଷର ଶିଶୁ ସହ କରାଯାଇଛି ଦୁଷ୍କର୍ମ । ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅଧିକ ପଢ଼ନ୍ତୁ

ସୈତାନ ସାଜିଲା ପଡ଼ୋଶୀ, ଗାଜିଆବାଦରେ 5 ବର୍ଷର ନାବାଳିକା ସହ ଦୁଷ୍କର୍ମ

ନୂଆଦିଲ୍ଲୀ : ଗାଜିଆବାଦରୁ ଏକ ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି । ଜଣେ 5ବର୍ଷର ଶିଶୁ ସହ ଦୁଷ୍କର୍ମ କରିଛି ଜଣେ ସୈତାନ (RAPE WITH FIVE YEAR OLD GIRL IN GHAZIABAD)। ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ଏ ଘଟଣାରେ ସାମିଲ ଥିବା ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ପୀଡ଼ିତା ନାବାଳିକାକୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ ଗାଜିଆବାଦର ଇନ୍ଦିରାପୁରାମ ଥାନା ଅଞ୍ଚଳର ଜଣେ ପାଞ୍ଚ ବର୍ଷର ଶିଶୁକୁ ଘରେ କେହି ନଥିବାର ସୁଯୋଗ ନେଇ ପଡୋଶୀ ଜଣକ ଦୁଷ୍କର୍ମ କରିଥିଲା ।

ଏପରିକି ଘରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ଏହାକୁ ନେଇ ଭୟଭୀତ ହୋଇ ପଡ଼ିଥିଲା ନାବାଳିକା । ନାବାଳିକାଙ୍କ ମାଆ ଏକ ହସ୍ପିଟାଲରେ ନର୍ସ ଭାବେ କାମ କରନ୍ତି । ଘରେ କେହି ରହୁନଥିବାରୁ ପଡ଼ୋଶୀଙ୍କ ଭରସାରେ ଝିଅକୁ ଛାଡ଼ି ହସ୍ପିଟାଲ ଯାଆନ୍ତି ମହିଳା । ସବୁଦିନ ପରି ଆଜି ମଧ୍ୟ ପୀଡ଼ିତାଙ୍କ ମାଆ ଝିଅକୁ ଘରେ ଛାଡ଼ି ହସ୍ପିଟାଲ ଯାଇଥିଲେ।

ସେ ଘରକୁ ଫେରିବା ପରେ ଝିଅକୁ ଅସୁସ୍ଥ ଅବସ୍ଥାରେ ଦେଖି ଡରିଯାଇଥିଲେ । ଝିଅକୁ ପଚରାଉଚରା ପରେ ଝିଅଟି ମାଆ ଆଗରେ ତା ସହ ଘଟିଥିବା ଅମାନବୀୟ ଘଟଣା ସମ୍ପର୍କରେ ସବୁ କଥା କହିଥିଲା । ଝିଅ ମୁହଁରୁ ଏଭଳି କଥା ଶୁଣି ମାଆ ମଧ୍ୟ ଧୈର୍ଯ୍ୟହରା ହୋଇପଡ଼ିଥିଲେ । ଏହାପରେ ମାଆ ଝିଅଟିକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଇନ୍ଦିରାପୁରାମ ପୋଲିସ ନିକଟରେ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ କରିଥିଲେ।

ଏ ସମ୍ପର୍କରେ ଏସ୍‌ପି ଦ୍ବିତୀୟ ଜ୍ଞାନେନ୍ଦ୍ର ସିଂ କହିଛନ୍ତି, "ଗାଜିଆବାଦରେ ହୋଇଥିବା 5ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ପୀଡ଼ିତାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଜଣକ ପଡ଼ୋଶୀ ଥିବାରୁ ତା ସମ୍ପର୍କରେ ଜଣାପଡ଼ିଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ।"

ଅନ୍ୟପକ୍ଷରେ ଝିଅର ଏଭଳି ପରିସ୍ଥିତିକୁ ଦେଖି ମାଆ ଭାଙ୍ଗି ପଡ଼ିଛନ୍ତି । ପାଖରେ କେହି ରହୁନଥିବାରୁ ମାଆ ଏବେ ଝିଅକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଅନୁରୋଧ କରିଛନ୍ତି ମହିଳା । ପୋଲିସ ମଧ୍ୟ ଏ ସମ୍ପର୍କରେ କହିଛି ଯେ ଅଭିଯୁକ୍ତ ନାଁରେ ମାମଲା ରୁଜୁ ହୋଇଛି । କୌଣସି ପରିସ୍ଥିତିରେ ବି ଅଭିଯୁକ୍ତକୁ କ୍ଷମା କରାଯିବନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.