ETV Bharat / bharat

ମଦ୍ରାସାରେ 8 ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ! ଅଭିଯୁକ୍ତ ଇମାମ ଗିରଫ

ମଦ୍ରାସାରେ 8 ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ । ଝାଡଖଣ୍ଡର ସୀମଡେଗା ଜିଲ୍ଲାର ଏକ ମଦ୍ରାସାରେ 8 ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଇମାମ ଗିରଫ (Rape with eight year old girl in Madrasa)। ଅଧିକ ପଢନ୍ତୁ

ମଦ୍ରାସାରେ 8 ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ! ଅଭିଯୁକ୍ତ ଗିରଫ

author img

By

Published : Dec 12, 2022, 10:42 PM IST

ମଦ୍ରାସାରେ 8 ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ! ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ: ମଦ୍ରାସାରେ 8 ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ । ଝାଡଖଣ୍ଡର ସୀମଡେଗାର କୋଲେବିରା ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ମଦ୍ରାସାରେ ଜଣେ 8 ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି (Rape with eight year old girl in Madrasa)। ଗତକାଲି (ରବିବାର) ଏହି ଘଟଣା ନେଇ ଅଭିଯୋଗ ହୋଇଛି । ପୀଡିତା ନାବାଳିକାର ପରିବାର ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୋଲିସ ଅଧୀକ୍ଷକ ସୌରଭ କୁମାର କହିଛନ୍ତି ଯେ ଅଭିଯୁକ୍ତ ଇମାମ ଅମିନୁଲ୍ଲା ଓରଫ ଆମିନକୁ ଗିରଫ କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ପୀଡିତାଙ୍କ ପରିବାର କୋଲେବିରା ପୋଲିସ ଷ୍ଟେସନରେ ଦେଇଥିବା ଅଭିଯୋଗରେ କୁହାଯାଇଛି, ଉର୍ଦ୍ଦୁ ଅଧ୍ୟୟନ ପାଇଁ ନାବାଳିକା ମଦ୍ରାସା ଯାଉଥିଲା । ସେଠାରେ ଥିବା ଇମାମ କ୍ଲାସ ଶେଷ ହେବା ପରେ ଅନ୍ୟ ପିଲାଙ୍କୁ ଯିବାକୁ ଅନୁମତି ଦେଇଥିବା ବେଳେ ସମ୍ପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ପରେ ନାବାଳିକାକୁ କାହାକୁ ଘଟଣା ସମ୍ପର୍କରେ କିଛି ନକହିବା ପାଇଁ ମଧ୍ୟ ଧମକ ଦେଇଥିଲେ ସମ୍ପୃକ୍ତ ଅଭିଯୁକ୍ତ ଇମାମ । ଏହି ଘଟଣା ପ୍ରାୟ ଦୁଇ ମାସ ତଳେ ଘଟିଥିଲେ ସୁଦ୍ଧା ନାବାଳିକାଟି ଭୟରେ ପରିବାର ସଦସ୍ୟକୁ ଏକଥା କହି ନଥିଲା ।

ତେବେ ଗତକାଲି ନାବାଳିକାଜଣଙ୍କ ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ଜଣାଇବା ପରେ ପରିବାର ଥାନାରେ ଏତଲା ଦେଇଥିଲେ । ଏତଲା ସୂଚନା ପାଇ ସମ୍ପୃକ୍ତ ଅଭିଯୁକ୍ତ ମଧ୍ୟ ଫେରାର ହୋଇଯାଇଥିଲା । ହେଲେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.