ETV Bharat / technology

Google Maps ଆଣିଲା AI ଫିଚର; ମିଳିବ ଉନ୍ନତ ନାଭିଗେସନ୍ ଟିପ୍ସ - GOOGLE MAPS NEW FEATURE

ଲୋକପ୍ରିୟ ନାଭିଗେସନ ଆପ୍‌ ଗୁଗଲ୍‌ ମ୍ୟାପ ଏଆଇ ଆଧାରିତ ଫିଚର ଆଣିଛି । ଫଳରେ ବ୍ୟବହାରକାରୀ ସ୍ଥାନୀୟ ଆକର୍ଷଣ, ବିସ୍ତୃତ ପାର୍କିଂ ସୂଚନା ଏବଂ ଉନ୍ନତ ନାଭିଗେସନ୍ ପାଇଁ ଟିପ୍ସ ପାଇବେ ।

Google Maps Adds New AI Features
Google Maps Adds New AI Features (ETV Bharat)
author img

By ETV Bharat Tech Team

Published : Nov 1, 2024, 3:46 PM IST

ହାଇଦ୍ରାବାଦ: ବିଶ୍ବ ସମେତ ଭାରତରେ ଲୋକପ୍ରିୟ ନାଭିଗେସନ ଆପ୍‌ ଭାବେ ଗୁଗଲ୍‌ ମ୍ୟାପ (Google Maps) ବହୁଳ ଭାବରେ ବ୍ୟବହାର କରାଯାଏ । ଫଳରେ ବ୍ୟବହାରକାରୀ କୌଣସି ଅଜଣା ସ୍ଥାନକୁ ଗଲେ ମଧ୍ୟ ଚିନ୍ତା ନଥାଏ । କାରଣ ବାଟ ଦେଖାଏ ଗୁଗଲ୍‌ ମ୍ୟାପ୍‌ । ଖାଲି ସେତିକି ନୁହେଁ ଆପ୍‌ରେ ଉକ୍ତ ସ୍ଥାନର ଫଟୋ ରହିଥିବାରୁ ଜାଗାକୁ ଚିହ୍ନିବା ଆହୁରି ସହଜ ହୋଇଯାଏ । ଏବେ ଚାରିଆଡେ ଏଆଇ କ୍ରେଜ ଥିବା ବେଳେ ଏହି ଟେକ୍ନୋଲୋଜିକୁ ନିଜ ଆପ୍‌ରେ ବ୍ୟବହାର କରିଛି କମ୍ପାନୀ । ଫଳରେ ପୂର୍ବାପେକ୍ଷା ଆହୁରି ଅଧିକ ସୁବିଧା ପାଇବେ ୟୁଜର ।

ବୈପ୍ଳବିକ ଏଆଇ ଟେକ୍ନୋଲୋଜିକୁ ବ୍ୟବହାର କରିବା ଲାଗି ଗୁରୁବାର କମ୍ପାନୀ ଘୋଷଣା କରିଛି । ଏହା ପୂର୍ବରୁ ଏହାର ସର୍ଚ୍ଚ ଇଞ୍ଜିନ ଏଆଇ ଟେକ୍ନୋଲୋଜିର ବ୍ୟବହାର ହୋଇସାରିଛି । ଧିରେ ଧିରେ କମ୍ପାନୀ ଏହାର ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଏଆଇ ଫିଚର ଆଣୁଛି । ଗତ 20 ବର୍ଷ ପୂର୍ବେ ଲଞ୍ଚ ହୋଇଥିବା ଗୁଗଲ ମ୍ୟାପ୍‌ସରେ ବ୍ୟବହାରକାରୀ ଅତ୍ୟାଧୁନିକ ସୁବିଧା ପାଇବାକୁ ଯାଉଛନ୍ତି ।

ଏହା ବି ପଢନ୍ତୁ
  1. କୌଣସି ବି ସ୍ଥାନର ଦେଖିପାରିବେ ପୁରୁଣା କାଳର ଫଟୋ; Google Maps ଆଣିଲା Time Machine ଫିଚର
  2. ଗୁଗୁଲ ମ୍ୟାପ୍‌କୁ ବାଏ ବାଏ କହିଲା Ola; ନିଜସ୍ୱ ମ୍ୟାପ୍ ଆଣିଲା କମ୍ପାନୀ, ବର୍ଷକୁ 100 କୋଟିର ଲାଭ

ନିକଟରେ ଗୁଗଲ୍‌ ମ୍ୟାପ୍‌ସ ବିଶ୍ବବ୍ୟାପୀ 2 ବିଲିୟନ ୟୁଜର ମାଇଲଷ୍ଟୋନ ଅତିକ୍ରମ କରିଛି । ଏଥୁରି ସ୍ପଷ୍ଟ ଯେ ସାରା ବିଶ୍ବରେ କିପରି ଲୋକେ ଏହି ଆପ୍‌ ଉପରେ ନିର୍ଭରଶୀଳ । ଗୁଗଲ୍‌ର ଏଆଇ-ଆଧାରିତ Gemini ଟେକ୍ନୋଲୋଜି ବ୍ୟବହାର ପରେ ଗୁଗଲ୍‌ ମ୍ୟାପ୍‌ସରେ ୟୁଜର ପୂର୍ବାପେକ୍ଷା ଅଧିକ ସୁବିଧା ପାଇବେ ।

କଣ ମିଳିବ ସୁବିଧା ?

କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସପ୍ତାହରୁ ଉପଭୋକ୍ତାମାନେ ଗୁଗଲ୍ ମ୍ୟାପ୍ସ ସହିତ କଥାବାର୍ତ୍ତା କରିବାକୁ ସମର୍ଥ ହେବେ । ଆପ୍‌ ସହରର ନିର୍ଦ୍ଦିଷ୍ଟ ସ୍ପଟ୍ ବା ଆଖପାଖ ଦର୍ଶନୀୟ ସ୍ଥାନ ଉପରେ କିଛି ଟିପ୍ସ ଦେବା ପାଇଁ ବ୍ୟବହାରକାରୀଙ୍କୁ ଅନୁମତି ମାଗିବ । ଖାଲି ସେତିକି ନୁହେଁ ରେଷ୍ଟୁରାଣ୍ଟ, ବାର୍ ଏବଂ ଅନ୍ୟାନ୍ୟ ନିକଟସ୍ଥ ଆକର୍ଷଣୀୟ ସ୍ଥାନର ତାଲିକା ପ୍ରଦାନ କରିବ । ନୂତନ ଫିଚରଗୁଡିକ ଏକ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ନିକଟରେ ପାର୍କିଂ ବିକଳ୍ପ ବିଷୟରେ ଅଧିକ ବିସ୍ତୃତ ସୂଚନା ପ୍ରଦାନ କରିବ ଏବଂ କାର ଛାଡିବା ପରେ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି ଚାଲିବା ଦୂରତା (Walking Distance) ସମ୍ପର୍କରେ ମଧ୍ୟ ତଥ୍ୟ ଦେବ ।

ଏ ନେଇ ଗୁଗଲ୍‌ ମ୍ୟାପ୍ସର ଜେନେରାଲ ମ୍ୟାନେଜର ମିରିଆମ ଡାନିଲ କହିଛନ୍ତି, "ଆମେ ଗୁଗଲ୍‌ ମ୍ୟାପ୍ସର ନୂତନ ଯୁଗରେ ପ୍ରବେଶ କରିଛୁ । ବ୍ୟବହାରକାରୀଙ୍କୁ କିପରି ଭଲ ଅନୁଭବ ପ୍ରଦାନ କରାଯିବ ଓ ଏହି ଆପ୍‌ ସହାୟତାରେ ସେମାନେ କିପରି ସାରା ବିଶ୍ବ ଭ୍ରମଣ କରିବେ ସେ ନେଇ ଆମେ କାର୍ଯ୍ୟ କରୁଛୁ ।" ତେବେ ଏହି ଏଆଇ ଫିଚର ଏବେ ପରୀକ୍ଷଣ କରାଯାଉଛି । ଖୁବଶୀଘ୍ର ଏହା ବ୍ୟବହାରକାରୀଙ୍କ ଲାଗି ଉପଲବ୍ଧ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.