ଲକ୍ଷ୍ନୌ: ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇଲେ ଅଭିଯୁକ୍ତ । ଚିକିତ୍ସା ବେଳେ ପୀଡ଼ିତାଙ୍କୁ ଗୋଟିଏ ଗୋଡ଼ ହରାଇବାକୁ ପଡ଼ିଛି । ଉତ୍ତର ପ୍ରଦେଶର ଦେବଭୂମି ମଥୁରାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ଅନ୍ୟମାନଙ୍କୁ ଖୋଜା ଚଳାଇଛି ।
ମଥୁରା ଏହି ଘଟଣା ଅମାନବୀୟ ଘଟଣା ଅପରାଧର ସମସ୍ତ ସୀମା ପାର କରିଛି । କୋଶିକଳା ଥାନା ଅଞ୍ଚଳରେ ଜଣେ ମହିଳା ଘରୁ ଏଟିଏମ୍ରୁ ଟଙ୍କା କାଢ଼ିବାକୁ ସ୍ଥାନୀୟ ମାର୍କେଟକୁ ଆସିଥିଲେ । ଟଙ୍କା ଉଠାଇବା ପରେ ସେ ଅଟୋ ଷ୍ଟାଣ୍ଡ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ । ସେହି ସମୟରେ ମହେଶ ନାମକ ଚିହ୍ନଜଣା ବ୍ୟକ୍ତି ତାଙ୍କୁ ଘରେ ଛାଡ଼ିଦେବେ କହି ଗାଡ଼ିରେ ବସାଇ ନେଇଯାଇଥିଲେ ।
ଏହାପରେ ମହେଶ ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ଡକାଇ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ସହ ବର୍ବରତା ପରେ ବି ଶୈତାନମାନଙ୍କ ମନ ବୁଝିନଥିଲା । ଏଥିପାଇଁ ଅଭିଯୁକ୍ତମାନେ ଜଣଙ୍କ ପରେ ଜଣେ ତାଙ୍କ ଉପରେ ବାଇକ ଚଢ଼ାଇଥିଲେ । ଏହାପରେ ପାଖରେ ଥିବା ଘଞ୍ଚ ଜଙ୍ଗଲରେ ତାଙ୍କୁ ନେଇ ଫୋଫାଡ଼ି ଦେଇଥିଲେ ।
ମେ ୨୪ ତାରିଖରେ ମହିଳାଙ୍କ ସହ ଅମାନୁସିକ ଘଟଣା ଘଟିଥିବାବେଳେ ଜୁଲାଇ ୧୨ ତାରିଖରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏହାକୁ ନେଇ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗ ପରେ ତୁରନ୍ତ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ଫେରାର ରହିଛି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।