କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାପଳ ପରେ ରାଜ୍ୟରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା । ଜଳାପୋଡା ସହ ସାମ୍ନାକୁ ଆସୁଛି ହତ୍ୟା ଘଟଣା । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଘୁରିବୁଲୁଛି ଜଣେ ଦୁଷ୍କର୍ମ ପୀଡିତାଙ୍କ ଫଟୋ । ବଙ୍ଗ ହିଂସା ସମୟରେ ପୀଡିତା ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହେଉଛି ।
ଅନେକ ଫେସବୁକ ଓ ଟ୍ବିଟର ୟୁଜର ଜଣେ 20 ବର୍ଷୀୟ ଯୁବତୀଙ୍କ ଫଟୋ ସେୟାର କରି ସେ ପଶ୍ଚିମ ମେଦିନାପୁରର ହୋଇଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଦାବି କରୁଛନ୍ତି । ବିଜେପିକୁ ସମର୍ଥନ କରୁଥିବାରୁ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ହେଉଛି ଅଭିଯୋଗ ।
ଅଭିଯୋଗର ସତ୍ୟାସତ୍ୟକୁ ନେଇ କରାଯାଇଥିଲା ଯାଞ୍ଚ । ତେବେ ଏହି ଯାଞ୍ଚରେ ଜଣାପଡିଛି ଯେ ଦୁଷ୍କର୍ମ ଘଟଣା ସତ, ମାତ୍ର ଏଥିରେ କୌଣସି ରାଜନୈତିକ କିମ୍ବା ବଙ୍ଗ ହିଂସାର ଲିଙ୍କ୍ ନାହିଁ ।