ETV Bharat / bharat

ବିମାନରେ ଯାନ୍ତ୍ରିକ ତ୍ରୁଟି: ଅଧାବାଟରୁ ଦିଲ୍ଲୀ ଫେରିଲା ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ - ଇଣ୍ଡିଗୋ ବିମାନ

ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି । ଅଧାବାଟରୁ ଦିଲ୍ଲୀ ଫେରିଆସିଲା ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ । ଅଧିକ ପଢନ୍ତୁ

ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି
ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି
author img

By

Published : Aug 5, 2023, 12:44 PM IST

ନୂଆଦିଲ୍ଲୀ: ବିମାନର ଯାନ୍ତ୍ରିକ ତ୍ରୁଟି ଘଟଣା ନିତିଦିନିଆ ହୋଇଗଲାଣି । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଜି ରାଞ୍ଚି ଯାଉଥିବା ଗୋଟିଏ ଇଣ୍ଡିଆ ବିମାନ ଅଧାବାଟରୁ ଦିଲ୍ଲୀ ଫେରି ଆସିଥିବାର ସୂଚନା ମିଳିଛି । ଆଜି (ଶନିବାର) ସକାଳେ ଇଣ୍ଡିଗୋ ବିମାନ 6E-2172 ଇନ୍ଦିରା ଗାନ୍ଧୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ରାଞ୍ଚି ଅଭିମୁଖେ ଉଡାଣ ଭରିଥିଲା । ଅଧାବାଟରେ ଯାନ୍ତ୍ରିକ ତ୍ରୁଟି ଜଣାପଡିବା ପରେ ବିମାନ ରାଞ୍ଚି ନଯାଇ ଦିଲ୍ଲୀ ଫେରିଯିବ ବୋଲି ପାଇଲଟ ଘୋଷଣା କରିଥିଲେ ।

ଜଣେ ଯାତ୍ରୀ କହିଛନ୍ତି ଯେ, ଉଡାଣ ସମୟରେ ଆମେ ବିମାନରେ କମ୍ପନ ଅନୁଭବ କରିଥିଲୁ । ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବାର ପାଇଲଟ ଘୋଷଣା କରିଥିଲେ । ତେଣୁ ଆମେ ଦିଲ୍ଲୀ ଏୟାରପୋର୍ଟକୁ ପୁଣି ଫେରି ଆସିଥିଲୁ । ଯାହା ସୂଚନା ମିଳିଛି, ଆଜି ସକାଳ ୭ଟା ୪୦ରେ ଇଣ୍ଡିଗୋ ବିମାନ ଦିଲ୍ଲୀରୁ ରାଞ୍ଚି ପାଇଁ ଉଡାଣ ଭରିଥିଲା ଏବଂ ଉଡାଣର ଘଣ୍ଟାକ ମଧ୍ୟରେ ୮ଟା ୨୦ ମିନିଟରେ ଦିଲ୍ଲୀ ଫେରି ଆସିଥିଲା । ଏଥିପାଇଁ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଯାତ୍ରୀଙ୍କ ନିମନ୍ତେ ଆଉ ଏକ ବିମାନ ବ୍ୟବସ୍ଥା କରାଯାଉଛି । ଏଥିପାଇଁ କିଛି ସମୟ ଲାଗିବ ବୋଲି ଇଣ୍ଡିଗୋ କ୍ରୁ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବେଆଇନ ଭାବେ ସରିସୃପ ନେଇ ଆସିଥିଲେ ବିମାନ ଯାତ୍ରୀ, ଟ୍ରଲି ବ୍ୟାଗ୍‌ରୁ 47ଟି ଅଜଗର ଓ 2ଟି ଛିଟିପିଟି ଉଦ୍ଧାର

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିନକ ପୂର୍ବରୁ ଅର୍ଥାତ୍ ଗତକାଲି(ଶୁକ୍ରବାର) ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ପାଟନା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ବିମାନର ଦୁଇଟି ଇଞ୍ଜିନରେ ତ୍ରୁଟି ଦେଖାଯିବାରୁ ପାଇଲଟ ପାଟନାରେ ଜରୁରୀ ଅବତରଣ କରାଇଥିଲେ । ସକାଳେ ପାଟନାରୁ ଏହି ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ମାତ୍ର ଉଡାଣର ୩ ମିନିଟ ଭିତରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଜଣାପଡିବାରୁ ପୁଣି ପାଟନା ଫେରି ଆସିଥିଲା ।

ସେହିପରି କିଛି ଦିନ ତଳେ ମଝି ଆକାଶରେ ଜଣେ ଯାତ୍ରୀଙ୍କ ମୋବାଇଲ ଫୋନର ବ୍ୟାଟେରୀ ବିସ୍ଫୋରଣ ହେବା ଯୋଗୁଁ ଏୟାର ଇଣ୍ଡିଆର ବିମାନ ଉଦୟପୁରରେ ଜରୁରୀ ଅବତରଣ କରିଥିଲା । ଏହି ବିମାନର ରାଜସ୍ଥାନର ଉଦୟପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଘଟଣା ଘଟିଥିଲା । ଏଥିରେ କିଛି ଯାତ୍ରୀ ଆହତ ହୋଇଥିଲେ । ବୈଷୟିକ ଟିମ୍ ବିମାନର ଯାଞ୍ଚ କରିବା ପରେ ଏହା ପୁଣି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.