ETV Bharat / bharat

Hanuman Chalisa Controversy: 14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ରାଣା ଦମ୍ପତି - ଅମରାବତୀ ସାଂସଦ ନବନୀତ ରାଣା ଗିରଫ ଘଟଣା

ହନୁମାନ ଚାଳିଶା ପାଠ ବିବାଦରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅମରାବତୀ ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣା । ଗତକାଲି ଅପରାହ୍ନରେ ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

Hanuman chalisa controversy: 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଣା ଦମ୍ପତି
Hanuman chalisa controversy: 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଣା ଦମ୍ପତିHanuman chalisa controversy: 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଣା ଦମ୍ପତି
author img

By

Published : Apr 24, 2022, 4:25 PM IST

ମୁମ୍ବାଇ: ମହାରାଷ୍ଚ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସାମ୍ନାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିବା ପରେ ଗତକାଲି (ଶନିବାର) ଗିରଫ ହୋଇଥିବା ଅମରାବତୀ ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଗତକାଲି ବିଳମ୍ବିତ ଅପରାହ୍ନରେ ଉଭୟଙ୍କୁ ଗିରଫ କରାଯାଇଥିଲା । ଆଜି (ରବିବାର) ପୂର୍ବାହ୍ନରେ ଉଭୟଙ୍କୁ ବାନ୍ଦ୍ରା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଉଭୟଙ୍କ ଜାମିନ ଖାରଜ କରିବା ସହ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସାମ୍ନାରେ ହନୁମାନ ଚାଳିଶା ପାଠ କରିବା ଘୋଷଣା ପରେ ଶିବସେନା ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ । ରାଣା ଦମ୍ପତିଙ୍କ ବାସଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରିିଥିଲେ । ଘଟଣାସ୍ଥଳରେ ସ୍ଥିତି ଅଣାୟତ୍ତ ହେବା ସହ ଆଇନ ଶୃଙ୍ଖଳା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ପୋଲିସ ପହଞ୍ଚି ଶିବସେନା କର୍ମୀଙ୍କୁ ଘଉଡାଇବା ସହ କିଛି କର୍ମୀଙ୍କୁ ଗିରଫ ମଧ୍ୟ କରିଥିଲା । ପରେ ବିଳମ୍ବିତ ଅପରାହ୍ନରେ ରାଣା ଦମ୍ପତିଙ୍କ ବାସଭବନରେ ମଧ୍ୟ ପୋଲିସର ଏକ ଟିମ ପହଞ୍ଚି ପ୍ରଥମେ ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣାଙ୍କୁ ପଚରାଉଚରା କରିବା ସହ କିଛି ସମୟ ବ୍ୟବଧାନରେ ଗିରଫ କରି ସ୍ଥାନୀୟ ଥାନାକୁ ନେଇଥିଲା ।

ଉଭୟଙ୍କ ବିରୋଧରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନ (IPC)ର 153-A ଧାରାରେ ମାମଲା ରୁଜୁ କରି କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ନେତା ଦମ୍ପତିଙ୍କୁ 14 ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ଅନ୍ୟପଟେ ରାଣା ଦମ୍ପତି ମଧ୍ୟ ଏକାଧିକ ଶିବସେନା ନେତା ଓ କର୍ମୀଙ୍କ ନାମରେ ଅଭିଯୋଗ କରିଛନ୍ତି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ସାଂସଦ ତଥା ବରିଷ୍ଠ ନେତା ସଞ୍ଜୟ ରାଉତ, ପରିବହନ ମନ୍ତ୍ରୀ ଅନୀଲ ପରବ ପ୍ରମୁଖଙ୍କ ନାମ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.