ଲକ୍ଷ୍ନୌ: ଡାକ୍ତରଖାନାରେ ନର୍ସ ଓ ଡାକ୍ତର ମୁହାଁମୁହିଁ । ଡାକ୍ତରଙ୍କୁ ନର୍ସଙ୍କ ଶକ୍ତ ଚାପୁଡା । ଏପରି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାମପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।
ସୂଚନାଅନୁସାରେ, ରାମପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ନର୍ସ ଓ ଡାକ୍ତରଙ୍କ ମଧ୍ୟରେ କୌଣସି କଥାରୁ ଝଗଡା ହୋଇଥିଲା । ଝଗଡାରେ ଉତକ୍ଷିପ୍ତ ହୋଇ ନର୍ସଜଣଙ୍କ ଡାକ୍ତରଙ୍କ ଗାଲକୁ ଶକ୍ତ ଚାପୁଡାଟେ ମାରିଥିଲେ । ଏହା ପରେ ଉଭୟ ଉଭୟଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହା ସହିତ ଦୁହେଁ ଦୁହିଁଙ୍କୁ ଅସଭ୍ୟ ଭାଷାରେ ଗାଳି ମଧ୍ୟ ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଛି ।
ଘଟଣାସ୍ଥଳରେ ଡାକ୍ତରଖାନା ଅନ୍ୟ କର୍ମଚାରୀ ଦୁଇଜଣଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି । ଘଟଣାରେ ଦୁଇଜଣଙ୍କ ଅଭିଯୋଗ ଶୁଣି ମାମାଲାର ସମାଧାନ କରିବାକୁ ଉଦ୍ୟମ ଆରମ୍ଭ କରିଛି ।
ବ୍ୟୁରୋ ରିିପୋର୍ଟ, ଇଟିଭି ଭାରତ