ETV Bharat / bharat

Mumbai Trade Show: ମୁଖ୍ୟ ଆକର୍ଷଣ ସାଜିଛି ରାମୋଜୀ ଫିଲ୍ମ ସିଟି ଷ୍ଟଲ

author img

By

Published : Feb 2, 2023, 8:24 PM IST

Updated : Feb 2, 2023, 10:57 PM IST

ମୁମ୍ବାଇରେ ଆରମ୍ଭ ହୋଇଛି ଏସିଆ ମହାଦେଶର ସର୍ବବୃହତ୍ତ ବାଣିଜ୍ୟିକ ପ୍ରଦର୍ଶନୀ । ଅଂଶଗ୍ରହଣ କରିଛନ୍ତି ବିଭିନ୍ନ ରାଜ୍ୟ ଓ ପ୍ରାୟ 50ଟି ବିଦେଶୀ ଷ୍ଟଲ । ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ରାମୋଜୀ ଫିଲ୍ମ ସିଟି ଷ୍ଟଲ । ଅଧିକ ପଢନ୍ତୁ

ମୁଖ୍ୟ ଆକର୍ଷଣ ସାଜିଛି ରାମୋଜୀ ଫିଲ୍ମ ସିଟି ଷ୍ଟଲ

ହାଇଦ୍ରାବାଦ: ମୁମ୍ବାଇରେ ଆୟୋଜିତ ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ପ୍ରଦର୍ଶନୀ (OTM) । ଏଥିରେ ଅଂଶଗ୍ରହଣ କରିଛି ରାମୋଜୀ ଫିଲ୍ମ ସିଟି । ପ୍ରଦର୍ଶନୀରେ ରାମୋଜୀ ଫିଲ୍ମ ସିଟି ଦ୍ବାରା ପ୍ରସ୍ତୁତ ଷ୍ଟଲ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି । ମୁମ୍ବାଇର ଜିଓ ଓ୍ବାର୍ଲ୍ଡ କନଭେନସନ ସେଣ୍ଟରରେ ଏହି ଅନ୍ତର୍ଜାତୀୟ ଟ୍ରେଡ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏଥିରେ ଦେଶର 30 ରାଜ୍ୟ ଓ 50 ଦେଶର ବିଭିନ୍ନ ଷ୍ଟଲ ଅଶଂଗ୍ରହଣ କରିଛନ୍ତି । ତେବେ ଏଗୁଡିକ ମଧ୍ୟରୁ ପ୍ରଦର୍ଶନୀକୁ ଆସୁଥିବା ଦର୍ଶକଙ୍କ ପାଇଁ ଆକର୍ଷଣର ମୁଖ୍ୟ ବିନ୍ଦୁ ସାଜିଛି ରାମୋଜୀ ଫିଲ୍ମ ସିଟି ଦ୍ବାରା ପ୍ରସ୍ତୁତ ହୋଇଥିବା ଷ୍ଟଲ୍‌ ।

ଦୁଇ ବର୍ଷର କୋଭିଡ କଟକଣା ପରେ ଏହି ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଫେବୃଆରୀ 5 ତାରିଖ ପର୍ଯ୍ୟନ୍ତ ଚାଲିବ । ବିଶ୍ବ ପର୍ଯ୍ୟଟନ ବ୍ୟାପାରକୁ ପର୍ଯ୍ୟଟକ ଓ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ସହ ପର୍ଯ୍ୟଟନ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନୀ ବ୍ୟତୀତ ଦେଶ ଓ ସମଗ୍ର ବିଶ୍ବରୁ ପ୍ରାୟ ଏକ ହଜାରରୁ ଅଧିକ ପର୍ଯ୍ୟଟନ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ତେବେ ପ୍ରଦର୍ଶିତ ହେଉଥିବା ଷ୍ଟଲଗୁଡିକରେ ରାମୋଜି ଫିଲ୍ମ ସିଟି ଷ୍ଟଲ ପର୍ଯ୍ୟଟକ ଓ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଅନ୍ୟ ଷ୍ଟଲ୍‌ ଅପେକ୍ଷା ଏଠାରେ ଅଧିକ ଭିଡ ଦେଖିବାକୁ ମିଳୁଛି ।

ଏହି ସେଟ ବା ଷ୍ଟଲରେ ରାମୋଜୀ ଫିଲ୍ମ ସିଟି ସମ୍ପର୍କରେ ତଥ୍ୟ ପାଇ ପାରୁଛନ୍ତି ଦର୍ଶକ । ସେହିପରି ଫିଲ୍ମ ସିଟିରେ ଥିବା ବିଶ୍ବସ୍ତରୀୟ ସୁଟିଂ ସେଟ ଓ ଅନ୍ୟ ପର୍ଯ୍ୟଟନସ୍ଥଳୀର ଭିଡିଓ ମଧ୍ୟ ଦେଖିପାରୁଛନ୍ତି । ଏ ବିଷୟରେ ପ୍ରତିକ୍ରିୟା ରଖି ପ୍ରଦର୍ଶନୀ ଉପଭୋଗ କୁରଥିବା ମୟୂର ଗାଏକୱାଡ ନାମକ ଜଣେ ପର୍ଯ୍ୟଟକ କହିଛନ୍ତି, ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ପରିଦର୍ଶନ କରିବା ଏବେ ଏକ ଉତ୍ସାହର ବଷୟ । ହାଇଦ୍ରାବାଦ ଏବଂ ରାମୋଜି ଫିଲ୍ମ ସିଟି ବର୍ତ୍ତମାନ ଏବେ ଏକ ପର୍ଯ୍ୟଟନ ସମୀକରଣରେ ପରିଣତ ହୋଇଛି ।

ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟି ହେଉଛି ବିଶ୍ବର ସର୍ବବୃହତ ଫିଲ୍ମ ସିଟି । ସିନେମା ନିର୍ମାଣ କ୍ଷେତ୍ରରେ ଗତ କିଛି ଦଶନ୍ଧି ଧରି ଏକ ଭିନ୍ନ ବିଶ୍ବସ୍ତରୀୟ ପରିଚୟ ସୃଷ୍ଟି କରିଛି ରାମୋଜି ଫିଲ୍ମ ସିଟି । ବଲିଉଡ ସମେତ ଅନେକ ଆଞ୍ଚଳିକ ଭାଷାରେ ନିର୍ମିତ ଜଣାଶୁଣା ତଥା ଐତିହାସିକ ଆଦୃତି ଓ ଅର୍ଥନୈତିକ ସଫଳତା ପାଇଁଥିବା ସିନେମା ଏହିଠାରେ ହିଁ ସୁଟିଂ ହୋଇଛି । ସେହିପରି କେବଳ ସୁଟିଂ ନୁହେଁ ବରଂ ପରବର୍ତ୍ତୀ ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ମଧ୍ୟ ଏହି ଠାରେ ସମ୍ପାଦିତ ହେବାର ସମସ୍ତ ଆବଶ୍ୟକ ଭିତ୍ତିଭୂମି ଏହାକୁ ବିଶ୍ବର ସର୍ବବୃହତ୍ତ ଫିଲ୍ମ ସିଟିର ରେକର୍ଡ ହାସଲ କରିବାରେ ସଫଳ ହୋଇଛି । ଫିଲ୍ମ ନିର୍ମାଣ ବ୍ୟତୀତ ଫିଲ୍ମ ସିଟି କେବଳ ଦେଶର ନୁହେଁ ବରଂ ବିଶ୍ବର ଏକ ଅନ୍ୟତମ ସର୍ବାଧିକ ପରିଦର୍ଶନ ପର୍ଯ୍ୟଟନସ୍ଥଳୀ ମଧ୍ୟ । ଏକାଧିକ ସେଟ୍‌, ଗାର୍ଡେନ ସାଙ୍ଗକୁ ବିଭିନ୍ନ ପର୍ବପାର୍ବଣୀରେ ଆୟୋଜିତ ହେଉଥିବା ସ୍ବତନ୍ତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ପୁରା ଗୋଟିଏ ଦିନରେ ଭିନ୍ନ ଅନୁଭୂତି ଦେଇଥାଏ ।

ମୁମ୍ବାଇର ଓଟିଏମ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ଅବସରରେ ଫିଲ୍ମ ସିଟିର ମାର୍କେଟିଂ ବିଭାଗର ବରିଷ୍ଠ ମହାପ୍ରବନ୍ଧକ ଟି.ଆର.ଏଲ ରାଓ ଖୁସି ପ୍ରକାଶ କରିବା ସହ ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଭଲ ଅବସର ବୋଲି କହିଛନ୍ତି । ସେ କହିଛନ୍ତି ‘‘ଆମେ ଏଥିରେ ଅଂଶଗ୍ରହଣ କରି ଖୁସି ଅନୁଭବ କରୁଛୁ । ଉତ୍ସୁକତାର ସହ ଆସୁଥିବା ଦର୍ଶକମାନେ ଏହି ଷ୍ଟଲରେ ରାମୋଜୀ ଫିଲ୍ମ ସିଟିର ସମ୍ପୂର୍ଣ୍ଣ ସୂଚନା ପାଇପାରୁଛନ୍ତି । ଫିଲ୍ମ ସିଟିରେ ସ୍କୁଲ କଲେଜ ପିଲାଙ୍କଠାରୁ ଆରମ୍ଭ କରି ସମର କ୍ୟାମ୍ପ ପ୍ୟାକେଜ ପରି ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସେମାନେ ଜାଣିପାରୁଛନ୍ତି । ସେମାନେ ସେମାନଙ୍କ ବଜେଟ ଅନୁସାରେ କେବେ ରାମୋଜୀ ଫିଲ୍ମ ସିଟି ପରିଭ୍ରମଣରେ ଆସି ପାରିବେ ଏହି ଷ୍ଟଲ ସେମାନଙ୍କୁ ସୂଚନା ମାଧ୍ୟମରେ ସାହାଯ୍ୟ କରିବ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2023, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.