ETV Bharat / bharat

ରାମୋଜୀ ଫିଲ୍ମ ସିଟିକୁ ‘ତେଲେଙ୍ଗାନା ପର୍ଯ୍ୟଟନ ଆୱାର୍ଡ’ - ରାମୋଜୀ ଫିଲ୍ମ ସିଟି

ଆସନ୍ତାକାଲି ବିଶ୍ବ ପର୍ଯ୍ୟଟନ ଦିବସ  । ଏହି ଉପଲକ୍ଷେ ପର୍ଯ୍ୟଟକଙ୍କୁ ସର୍ବୋତ୍ତମ ସେବା ପ୍ରଦାନ ଦିଗରେ ବିଶ୍ବର ସବୁଠୁ ବଡ ଫିଲ୍ମ ସିଟି ରୋମାଜୀକୁ ମିଳିଲା ତେଲେଙ୍ଗାନା ପର୍ଯ୍ୟଟନ ଆୱାର୍ଡ । ଘୋଷଣା କଲା ରାଜ୍ୟ ପର୍ଯ୍ୟଟନ ବିଭାଗ । ଅଧିକ ପଢନ୍ତୁ....

ରାମୋଜୀ ଫିଲ୍ମସିଟିକୁ ମିଳିଲା ତେଲେଙ୍ଗାନା ପର୍ଯ୍ୟଟନ ଆୱାର୍ଡ

author img

By

Published : Sep 26, 2021, 11:57 AM IST

ହାଇଦ୍ରାବାଦ: ପର୍ଯ୍ୟଟକଙ୍କ ସ୍ବର୍ଗ ତଥା ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜୀକୁ ମିଳିଲା ତେଲେଙ୍ଗାନା ରାଜ୍ୟ ପର୍ଯ୍ୟଟନ ପୁରସ୍କାର । ୨୭ ସେପ୍ଟେମ୍ବରରେ ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରସ୍କୃତ ହେବ ରାମୋଜୀ ଫିଲ୍ମ ସିଟି । ତେଲେଙ୍ଗାନା ପର୍ଯ୍ୟଟନ ବିଭାଗ ୨୦୨୧ ବର୍ଷ ପାଇଁ ଆୱାର୍ଡ ଘୋଷଣା କରିଛି । ଯାହାମଧ୍ୟରେ ରାମୋଜୀ ଫିଲ୍ମ ସିଟିକୁ ପର୍ଯ୍ୟଟକଙ୍କ ପାଇଁ ଉତ୍ତମ ସିଭିଲ ସେବା ପରିଚାଳନାରେ ବର୍ଗରେ ଚୟନ କରାଯାଇଛି । ସେପ୍ଟେମ୍ବର ୨୭ ତାରିଖ ଅପରାହ୍ନ ୪ଟାରେ ହାଇଦ୍ରାବାଦ ବେଗମପଟରେ ଥିବା ପ୍ଲାଜା ହୋଟେଲରେ ଏହି ପୁରସ୍କାର ସମାରୋହ ଅନୁଷ୍ଠିତ ହେବ ।

ପଞ୍ଚତାରକା ହୋଟେଲ ଡିଲକ୍ସ ବର୍ଗରେ ହାଇଦ୍ରାବାଦସ୍ଥିତ ୱେଷ୍ଟିନ ହୋଟେଲ(Westin Hotel) ଏକ ଆୱାର୍ଡ ଜିତିଛି । ବନଜାରା ହିଲରେ ଥିବା ପାର୍କ ହାୟର(Park Hayarr)କୁ ମଧ୍ୟ ପଞ୍ଚତାରକା ହୋଟେଲ କ୍ୟାଟାଗୋରୀରେ ପୁରସ୍କୃତ କରାଯିବ । ଏହା ବ୍ୟତୀତ ଗୋଲକୋଣ୍ଡା ରିସର୍ଟ ମଧ୍ୟ ସମାନ ବର୍ଗରେ ଆୱାର୍ଡ ପାଇଛି ।

ଚାରି ତାରକା ହୋଟେଲ ଶ୍ରେଣୀରେ ଦଶପଲ୍ଲୀ ହୋଟେଲ ଏବଂ ମୃଗଭାଣୀ ରିସର୍ଟକୁ ଆୱାର୍ଡ ମିଳିଛି । ସେହିପରି ତିନି ତାରକା ହୋଟେଲ କ୍ଷେତ୍ରରେ ଲକଡି କା ପୁଲ ଅଞ୍ଚଳର ସର୍ବୋକୃଷ୍ଟ ପାଶ୍ଚାତ୍ୟ ହୋଟେଲ ଅଶୋକ ପୁରସ୍କୃତ ହେବାକୁ ଥିବାବେଳେ ନୋଭାଟେଲ ଏବଂ HICC କମ୍ଲେକ୍ସ ସର୍ବଶ୍ରେଷ୍ଠ ସମ୍ମିଳନୀ କେନ୍ଦ୍ର ଭାବରେ ଚୟନ ହୋଇଛି ।

ଅପରପକ୍ଷେ ଶ୍ରେଷ୍ଠ ଗ୍ରୀନ ହୋଟେଲ ବର୍ଗରେ ତାରମତି ବରଦାରି(Taramati Baradari ) ପ୍ରଥମ ପୁରସ୍କାର ଜିତିଛି । ସେହିପରି ରାମପ୍ପା ହୋଟେଲ ଏବଂ ହୋଟିଲେ ହରିତା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ପର୍ଯ୍ୟଟନ ଶିଳ୍ପ ବିକାଶ ଦିଗରେ ସହଭାଗିତା ପାଇଁ ମୋଟ ୧୬ଟି ବର୍ଗରେ ୧୯ଟି ଆୱାର୍ଡ ଘୋଷଣା କରିଛି ତେଲେଙ୍ଗାନା ପର୍ଯ୍ୟଟନ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.