ETV Bharat / bharat

୨୦୨୩ରେ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର - ଅଯୋଧ୍ୟା ରାମ ମନ୍ଦିର

୨୦୨୩ ସୁଦ୍ଧା ଭକ୍ତଙ୍କ ପାଇଁ ଅଯୋଧ୍ୟା ରାମ ମନ୍ଦିର ଖୋଲାଯିବ ବୋଲି ସୂତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

୨୦୨୩ରେ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର

author img

By

Published : Aug 4, 2021, 5:36 PM IST

Updated : Aug 4, 2021, 7:07 PM IST

ନୂଆଦିଲ୍ଲୀ: ଖୁବଶୀଘ୍ର ଘଟିବାକୁ ଯାଉଛି ସମସ୍ତ ପ୍ରତୀକ୍ଷାର ଅନ୍ତ । ୨୦୨୩ରେ ନିଜ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କୁ ସାମ୍ନାରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ୨୦୨୩ ସୁଦ୍ଧା ଭକ୍ତଙ୍କ ପାଇଁ ଅଯୋଧ୍ୟା ରାମ ମନ୍ଦିର ଖୋଲାଯିବ ବୋଲି ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ୨୦୨୩ ଶେଷ ସୁଦ୍ଧା ସମଗ୍ର ଦେଶର ଶ୍ରଦ୍ଧାଳୁ ଅଯୋଧ୍ଯାରେ ଭଗବାନ ରାମଲଲାଙ୍କର ଦର୍ଶନ କରିପାରିବେ । ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେଉ କି ନହେଉ ଗର୍ଭଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି କୁହାଯାଉଛି । ଆନୁମାନିକ ସମୟ ୨୦୨୫ରେ ମୋଟ ୬୭ ଏକରରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଅଧିକ ଜମି କିଣାଯାଇଛି । ଏବେ ୧୧୦ ଏକରର ପୁରା ମନ୍ଦିର ପରିସର ରହିବ । ରାମ ମନ୍ଦିର ନିର୍ମାଣରେ ୯୦୦ରୁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।

2022ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହା ପରେ 2024 ଲୋକସଭା ନିର୍ବାଚନ ହେବ। ଏହାପୂର୍ବରୁ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲିବା ଶ୍ରେୟ ନେବାକୁ ପ୍ରୟାସ କରିବ ବିଜେପି ସରକାର । ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଁଞ୍ଚି ଭୂମିପୂଜା କରିଥିଲେ । ମନ୍ଦିର ପରିସରରେ ମ୍ୟୁଜିୟମ, ଆର୍କାଇଭ ଓ ଛୋଟ ରିସର୍ଚ୍ଚ ସେଣ୍ଟର ରହିବ । ଏଥିରେ ପ୍ରଶାସନିକ ବ୍ଲକ, ଅତିଥି ଭବନ, ପ୍ରସାଦ ତିଆରି ଓ ବିତରଣ ପାଇଁ ସ୍ଥାନ ରହିବ ।

ରାମ କାହା ପାଇଁ ଇମାମ ଏ ହିନ୍ଦ ତ ଆଉ କାହାପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ । ରାମ କୋଟି କୋଟି ହିନ୍ଦୁ ଧର୍ମାଲମ୍ବିଙ୍କ ପାଇଁ ସାକ୍ଷାତ ଭଗବାନ । ଯାହାଙ୍କ ଜନ୍ମସ୍ଥାନକୁ ଅସ୍ତ୍ର ସଜାଇ ଲମ୍ବା ରାଜନୀତି ଓ ନ୍ୟାୟିକ ଲଢେଇ ଲଢାଯାଇଛି । ଶେଷରେ ୯ ନବେମ୍ବର ୨୦୧୯ରେ ବିବାଦିତ ଜମିରେ ରାମଲଲା ବିରାଜମାନଙ୍କ ଅଧିକାର ସପକ୍ଷରେ ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ ।

୫ ଅଗଷ୍ଟ, ଅର୍ଥାତ ଗୁରୁବାର ରାମ ମନ୍ଦିର ଶିଳାନ୍ୟାସକୁ ବର୍ଷେ ପୁରଣ ହୋଇଯିବ । ପୂର୍ବରୁ ୨୦୨୪ସୁଦ୍ଧା ମନ୍ଦିର ନିର୍ମାଣ ଶେଷ ନେଇ ଲକ୍ଷ୍ୟ ରଖାଯାଇଥିଲା । ହେଲେ ପରେ ଏହାକୁ ୨୦୨୩ କରାଯାଇଛି । ୨୦୨୩ ସୁଦ୍ଧା ଭକ୍ତ ରାମ ଲଲାଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଉଛି ।

Last Updated : Aug 4, 2021, 7:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.