ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ! ଓଓ୍ବେସୀଙ୍କ ବିରୋଧରେ ଏତଲା - AIMIM MP Asaduddin Owaisi

FIR lodged against Owaisi for provocative statements: ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ଅସଦୁଦ୍ଦିନ ଓଓ୍ବେସୀଙ୍କ ବିରୋଧରେ ଏତଲା ଦେଲା ହିନ୍ଦୁ ସେନା । ଅଧିକ ପଢନ୍ତୁ

ରାମ ମନ୍ଦିର କୁନେଇ ବିବାଦୀୟ ବୟାନ: ଓ୍ବଓ୍ବେସୀଙ୍କ ବିରୋଧରେ ଏତଲା

author img

By ETV Bharat Odisha Team

Published : Jan 2, 2024, 6:24 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଏହି ପ୍ରସଙ୍ଗରେ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗରେ AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀଙ୍କ ବିରୋଧରେ ଥାନାରେ ଏତଲା । ହିନ୍ଦୁ ସେନା ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତା ଦିଲ୍ଲୀ ପୋଲିସରେ ଏହି ଏତଲା ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ରାମ ମନ୍ଦିର ଓ ବାବ୍ରୀ ମସଜିଦ ପ୍ରସଙ୍ଗରେ ସେ ମୁସଲିମ ଯୁବକଙ୍କୁ ଉତ୍ତେଜିତ କରିବା ପରି ଭାଷଣ ଦେଇଥିବା ଅଭିଯୋଗ କରାଯାଇଛି । ଅନ୍ୟପଟେ ଓଓ୍ବେସୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଏହି ସମ୍ବୋଧନର ଏକ କ୍ଲିପ୍‌ ସେୟାର କରିଥିଲେ । ଏହାକୁ ରିଟ୍ବିଟ କରି ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଓଓ୍ବେସୀଙ୍କ ଉପରେ ବର୍ଷିଛନ୍ତି ।

  • Asaduddin Owaisi is doing what he does best, communalising the consecration of Ram Mandir.

    In 2020, two Mosques in Hyderabad, Masjid-e-Mohammadi and Masjid-e-Hashmi were demolished to build the Secretariat but Owaisi, who is Member of Parliament from the city, didn’t utter a… https://t.co/I0j8c8hbjH

    — Amit Malviya (@amitmalviya) January 1, 2024 " class="align-text-top noRightClick twitterSection" data=" ">

ଅଭିଯୋଗକାରୀ ବିଷ୍ଣୁ ଗୁପ୍ତାଙ୍କ ଅଭିଯୋଗ ଅନୁସାରେ, ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଓଓ୍ବେସୀ ନିଜ ଭାଷଣ ମାଧ୍ୟମରେ ମୁସଲିମ ଯୁବକଙ୍କୁ ଉତ୍ତେଜିତ କରିବାକୁ ପ୍ରାୟସ କରିଛନ୍ତି । ସେମାନେ ଏକତ୍ରୀତ ହୋଇ ନିଜର ଶକ୍ତି ବଢାନ୍ତୁ ଓ ନିଜ ମସଜିଦର ରକ୍ଷା କରନ୍ତୁ ବୋଲି କହିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ ସେଠରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ମୁସଲିମ ପକ୍ଷକୁ ମଧ୍ୟ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ କରିବା ପାଇଁ ଜମି ମଧ୍ୟ ପ୍ରଦାନ କରାଯାଇଛି । ମାତ୍ର ଏବେ ଓଓ୍ବେସୀଙ୍କର ଏପରି ମନ୍ତବ୍ୟ ସାମାଜିକ ଐକ୍ୟ ଓ ସଦଭାବନାକୁ ନଷ୍ଟ କରିବା ଉଦ୍ଦେଶ୍ୟରେ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଅଭିଯୋଗରେ ନିବେଦନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ସିଇସି ଓ ଇସି ନିଯୁକ୍ତି ଚୟନ କମିଟିରେ CJIଙ୍କୁ ସାମିଲ ଦାବି: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ଅନ୍ୟପଟେ ଓଓ୍ବେସୀଙ୍କ ସମ୍ବୋଧନ କ୍ଲିପ ଥିବା ଟ୍ବିଟକୁ ରିଟ୍ବିଟ୍‌ କରି ଟାର୍ଗେଟ କରିଛନ୍ତି ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ । 2020 ମସିହାରେ ହାଇଦ୍ରାବାଦରେ ଦୁଇଟି ମସଜିଦକୁ ଉଚ୍ଛେଦ କରାଯାଇ ସେଠାରେ ସଚିବାଳୟ ନିର୍ମାଣ କରାଯାଇଥିଲା । ସେତେବେଳେ ଓଓ୍ବେସୀ ପଦଟିଏ ମଧ୍ୟ କହିନଥିଲେ । ହେଲେ ଏବେ ସେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସାମ୍ପ୍ରଦାୟିକ କରିବାକୁ ପ୍ରୟାସ କରୁଛନ୍ତି । ଯାହା ସେ ସବୁବେଳେ କରିଥାନ୍ତି ବୋଲି ମାଲବ୍ୟ କହିଛନ୍ତି । ତେବେ ପୂର୍ବରୁ ମଧ୍ୟ ବାବ୍ରୀ, ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗରେ ଓଓ୍ବେସୀଙ୍କ ଏକାଧିକ ଆପତ୍ତିଜନକ ମନ୍ତବ୍ୟ ରହିଛି । 2019 ରେ ସର୍ବୋଚ୍ଚ କୋର୍ଟ ଅଯୋଧ୍ୟା ମାମଲାରେ ହିନ୍ଦୁପକ୍ଷଙ୍କ ସପକ୍ଷରେ ଦେଇଥିବା ରାୟକୁ ଓଓ୍ବେସୀ ଗ୍ରହଣ କରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.