ETV Bharat / bharat

ପ୍ରାଣ ପ୍ରତିଷ୍ଠା ଉତ୍ସବ: କାଶୀ ପଣ୍ଡିତ ମଣ୍ଡଳୀରେ ସାମିଲ ହେବେ ସହକାରୀ ସସ୍କୃତ ପ୍ରାଧ୍ୟାପକ

Ram Temple Consecration: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନୀତିକାନ୍ତି ସମ୍ପାଦନ କରିବେ କାଶୀର ବିଶିଷ୍ଟ ପଣ୍ଡିତ ମଣ୍ଡଳୀ । ପଣ୍ଡିତ ମଣ୍ଡଳୀରେ ସାମିଲ ହେବେ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ସହକାରୀ ସସ୍କୃତ ପ୍ରାଧ୍ୟାପକ ଡ.ଶ୍ୟାମଲେଶ କୁମାର ତିଓ୍ବାରୀ । 16 ତାରିଖରୁ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା ପୂଜାବିଧି । 22 ରେ ଜୀବନ୍ୟାସ ପାଇବେ ରାମଲାଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 9, 2024, 6:33 PM IST

ପ୍ରାଣ ପ୍ରତିଷ୍ଠା ଉତ୍ସବ: ପଣ୍ଡିତ ମଣ୍ଡଳୀରେ ସାମିଲ ହେବେ ସହକାରୀ ସସ୍କୃତ ପ୍ରାଧ୍ୟାପକ

ଲକ୍ଷ୍ନୌ: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । କାଶୀ (ବାରାଣସୀ)ର ଏକ ବିଶିଷ୍ଟ ପଣ୍ଡିତ ମଣ୍ଡଳୀ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପାଦନ କରିବେ । ଏହି ପଣ୍ଡିତ ମଣ୍ଡଳୀରେ ସାମିଲ ହେବେ ଜଣେ ସହକାରୀ ସସ୍କୃତ ପ୍ରାଧ୍ୟାପକ । ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ଶ୍ୟାମଲେଶ କୁମାର ତିଓ୍ବାରୀଙ୍କୁ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହି ମୁଖ୍ୟ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଏକମାତ୍ର ପ୍ରାଧ୍ୟାପକ ହେବାକୁ ଯାଉଛନ୍ତି ଡ.ତିଓ୍ବାରୀ । ତାଙ୍କୁ କାଶୀର ସନାତନ ଧର୍ମର ଗବେଷକ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ ଓ ଲକ୍ଷ୍ମୀସାଗର ଦିକ୍ଷୀତଙ୍କ ପକ୍ଷରୁ ପୁଜା ନୀତିକାନ୍ତିରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପଠାଯାଇଛି । ଯାହାକୁ ନେଇ ସେ ବେଶ ଆନନ୍ଦିତ ଥିବା କହିଛନ୍ତି ।

ନିମନ୍ତ୍ରିତ ହେବା ପରେ ପ୍ରଫେସର ତିଓ୍ବାରୀ କହିଛନ୍ତି, ସେ ଏହି ବିରଳ ସୌଭାଗ୍ୟ ପାଇବାରେ ପ୍ରଥମ ଓ ଏକମାତ୍ର ପ୍ରାଧ୍ୟାପକ । ରାଜ୍ୟର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନର କେହି ଶିକ୍ଷାବିତ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହୋଇନାହାନ୍ତି । ଏହା ତାଙ୍କ ପାଇଁ ପରମସୌଭାଗ୍ୟର ବିଷୟ । 22 ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବା ବେଳେ 16 ରୁ ଏହାର ପ୍ରାକ୍ ବିଧି ଆରମ୍ଭ ହୋଇଯିବ । 22 ତାରିଖରେ ଗର୍ଭଗୃହର ସିଂହାସନରେ ପ୍ରଭୁ ରାମଲାଲାଙ୍କ ବିଗ୍ରହ ସ୍ଥାପନ ସହ ପ୍ରାଣ ପ୍ରତିଷ୍ଠାର ଅନ୍ତିମ ପ୍ରକ୍ରିୟା ସମ୍ପନ୍ନ କରାଯିବ । 16 ରୁ ଏହାର ପ୍ରାକ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ କାଶୀର ବହୁ ବିଦ୍ବାନ ପଣ୍ଡିତମାନଙ୍କୁ ଚୟନ କରାଯାଇ ଏକ ଦଳ ଗଠନ କରାଯାଇଛି । ଏହି ଟିମରେ ପ୍ରଫେସର ତିଓ୍ବାରୀ ମଧ୍ୟ ସଦସ୍ୟ ଭାବେ ଅଂଶଗ୍ରହଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିରର ଅପୂର୍ବ ଶୋଭା, ଆଲୋକମାଳାରେ ଝଟକୁଛି ଗର୍ଭଗୃହ

କେମିତି ହେବ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା :-

ଏହି ପ୍ରକ୍ରିୟାଟି କେବଳ ପଣ୍ଡିତ ମଣ୍ଡଳୀ ଦ୍ବାରା ଗର୍ଭଗୃହରେ ଗୁପ୍ତନୀତି ଭାବେ ସମ୍ପାଦିତ ହେବ । ତେବେ ପଣ୍ଡିତମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସ୍ବତନ୍ତ୍ର ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ସିଂହାସନରେ ବିଗ୍ରହଙ୍କୁ ସ୍ଥାପନ କରାଯିବା ପରେ ସ୍ବତନ୍ତ୍ର ପୂଜାବିଧିରେ ସେମାନଙ୍କ ଚକ୍ଷୁରୁ ପରଦା ହଟାଯିବ । ଏଥିପାଇଁ ଏକ ସ୍ବର୍ଣ୍ଣ ବାଡି ବ୍ୟବହାର ହେବ । ବିଗ୍ରହମାନଙ୍କ ଚକ୍ଷୁମୁକ୍ତ ହେବା ପରେ ଚକ୍ଷୁରେ ମହୁ ସାହାଯ୍ୟରେ କଜ୍ଜଳ ଲଗାଯିବ । ଏହା ପରେ ବିଗ୍ରହମାନଙ୍କ ସମ୍ମୁଖରେ ଏକ ଦର୍ପଣ ରଖାଯିବ । ତୁରନ୍ତ ଏହି ଦର୍ପଣଟି ଭାଙ୍ଗିଯିବ । ସମସ୍ତ ବିଗ୍ରହ ଜୀବନ୍ୟାସ ପାଇବେ । ଏହାକୁ ବୈଦିକ ନୀତିରେ ‘ଚକ୍ଷୁଦାନ’ ପ୍ରକ୍ରିୟା ବୋଲି କୁହାଯାଉଛି । ଏହା ପରେ ପ୍ରଥମ ଆଳତୀ ହେବା ସହ ଓ ଦର୍ଶନ ମଧ୍ୟ ହେବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଯଜମାନ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.