ETV Bharat / bharat

କୃଷକ ଆନ୍ଦୋଳନକୁ ନେଇ ଜେଲରୁ ଚିଠି ଲେଖିଲେ ରାମ ରହିମ - Ram Rahim wrote a letter from jail about the farmers movement and government

କୃଷକ ଆନ୍ଦୋଳନ ଓ ସରକାରଙ୍କୁ ନେଇ ପୁଣି ଜେଲରୁ ଚିଠି ଲେଖିଲେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ । ସେ ଏହି ଚିଠିରେ ଦେଶର ଅନ୍ନଦାତା ଓ ଦେଶ ରାଜାଙ୍କ ଭିତରେ ଯେଉଁ ବିବାଦ ଚାଲିଛି, ପ୍ରଭୁ ଆପଣ ଦୁହିଁଙ୍କୁ ରାସ୍ତା ଦେଖାନ୍ତୁ ବୋଲି ଉଲ୍ଲେଖ କରିଛନ୍ତି । ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନ ଓ ସରକାରଙ୍କୁ ନେଇ ପୁଣି ଜେଲରୁ ଚିଠି ଲେଖିଲେ ରାମ ରହିମ

author img

By

Published : Mar 1, 2021, 1:45 PM IST

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଓ ସରକାରଙ୍କୁ ନେଇ ପୁଣି ଜେଲରୁ ଚିଠି ଲେଖିଲେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ । ସେ ଏହି ଚିଠିରେ ଦେଶର ଅନ୍ନଦାତା ଓ ଦେଶ ରାଜାଙ୍କ ଭିତରେ ଯେଉଁ ବିବାଦ ଚାଲିଛି, ପ୍ରଭୁ ଆପଣ ଦୁହିଁଙ୍କୁ ରାସ୍ତା ଦେଖାନ୍ତୁ ବୋଲି ଉଲ୍ଲେଖ କରିଛନ୍ତି । ଯାହାଫଳରେ ଦେଶ ଯେଉଁ କୋରୋନା ଭଳି ମହାମାରୀ ସହିତ ଲଢୁଛି, ତାହା ଉନ୍ନତିରେ ରାସ୍ତାରେ ଏକଜୁଟ ହୋଇ ଆଗକୁ ବଢୁ । ଏହି ଚିଠିକୁ ରାମ ରହିମ ୨୩ଫେବୃଆରୀରେ ଜେଲରୁ ଲେଖିଥିଲେ। ସୋସିଆଲ ମିଡିଆରେ ଏବେ ଏହି ଚିଠି ଖୁବ୍ ଭାଇରାଲ ହେଉଛି।

ଡେରା ମୁଖ୍ୟଙ୍କ ଦ୍ବାରା ପଠାଯାଇଥିବା ଚିଠିରେ ଜେଲ ପ୍ରଶାସନର ୨୬ ଫେବୃଆରୀର ମୋହର ଲାଗିଛି । ଚିଠିରେ ଡେରା ମୁଖ୍ୟ ନିଜର ମା’ଙ୍କୁ ଠିକ ସମୟରେ ଔଷଧ ନେବାପାଇଁ ପରାମର୍ଶ ଦେଇଛନ୍ତି। ଏହା ସହିତ ଲେଖିଛନ୍ତି, ମୁଁ ଖୁବ୍ ଶୀଘ୍ର ଆସି ଆପଣଙ୍କର ସମ୍ପୂର୍ଣ୍ଣ ଚିକିତ୍ସା କରିବି। ସତଗୁରୁ ରାମ, ଯାହାବି କରନ୍ତି ୧୦୦ ପ୍ରତିଶତ ଠିକ କରନ୍ତି ଓ କରିବେ ମଧ୍ୟ।

ଏଥି ସହିତ ରାମ ରହୀମ ମଧ୍ୟ ଡେରା ଅନୁଗାମୀମାନଙ୍କୁ ଘରୁ ବାହାରିବା ସମୟରେ ମାସ୍କ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ, ଦେଶର ସୁଖ ଶାନ୍ତି ପାଇଁ ଗୋଟିଏ ଦିନର ଉପବାସ ରଖି ଅଭାବୀ ଲୋକଙ୍କୁ ରାସନ ଦେବା ପାଇଁ ଲେଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.