ETV Bharat / bharat

‘ରାମ ମନ୍ଦିର ଭାରତର ରାଷ୍ଟ୍ର ମନ୍ଦିର’: ସାଂସ୍କୃତିକ, ଆଧ୍ୟାତ୍ମିକତା ଓ ସାମାଜିକ ଏକତାର ପ୍ରତୀକ କହିଲେ ଯୋଗୀ - Yogi Adityanath

Ram Mandir: 14 ରୁ ଅଯୋଧ୍ୟାରେ ଆରମ୍ଭ ହେବ ଉତ୍ସବ ପାଳନ । ଯୋଗୀ କହିଲେ, ରାମ ମନ୍ଦିର ଭାରତର ରାଷ୍ଟ୍ର ମନ୍ଦିର । ଅଧିକ ପଢନ୍ତୁ

‘ରାମ ମନ୍ଦିର ଭାରତର ରାଷ୍ଟ୍ର ମନ୍ଦିର: ସାଂସ୍କୃତିକ, ଆଧ୍ୟାତ୍ମିକତା ଓ ସାମାଜିକ ଏକତାର ପ୍ରତୀକ’

author img

By ETV Bharat Odisha Team

Published : Jan 2, 2024, 5:08 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମାତ୍ର 3 ସପ୍ତାହ ବାକି ଥିବା ବେଳେ ସମଗ୍ର ଦେଶରେ ଉତ୍କଣ୍ଠା ବଢିବାରେ ଲାଗିଛି । ଗଣମାଧ୍ୟମରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ତେବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିରକୁ ଦେଶର ‘ରାଷ୍ଟ୍ର ମନ୍ଦିର’ ଭାବେ ବର୍ଣ୍ଣନା କରିଛନ୍ତି । କୋଟି କୋଟି ସନାତନ ଧର୍ମାବଲମ୍ବୀଙ୍କ ପାଇଁ ଏହା ଗର୍ବ, ସନ୍ତୋଷ ଓ ଆନନ୍ଦର ବିଷୟ । ଏହି ଭବ୍ୟ ମନ୍ଦିର ଦେଶର ସାଂସ୍କୃତିକ, ଆଧ୍ୟାତ୍ମିକତା ଓ ସାମାଜିକ ଏକତାର ପ୍ରତୀକ ବୋଲି ଯୋଗୀ କହିଛନ୍ତି ।

ହାତରେ ଆଉ କମ ସମୟ ଥିବା ବେଳେ ଏହି ଭବ୍ୟ ଆୟୋଜନର ପ୍ରସ୍ତୁତି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ନିୟମିତ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅତିଥି ଭାବେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରିତ ହୋଇଛନ୍ତି । ଅତିଥିମାନଙ୍କୁ ଏକ ଅବିସ୍ମରଣୀୟ ଅନୁଭବ ଦେବାକୁ ଉତ୍ତର ପ୍ରଦେଶ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସମଗ୍ର ଅଯୋଧ୍ୟା ସହରକୁ ରାମାୟଣ ବିଷୟବସ୍ତୁ ସହ ସଜା ଯାଉଛି । ଅନ୍ୟପଟେ ଏହି ବିଶାଳ ଆୟୋଜନକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି । ସହରରେ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଓ ଟ୍ରାଫିକ ବ୍ୟବସ୍ଥାରେ ପ୍ରଶାସନକୁ ଅଯୋଧ୍ୟାବାସୀ ସହଯୋଗ କରିବାକୁ ସରକାର ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତ୍ର ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ଅଯୋଧ୍ୟା ସହର ସମେତ ପୁରା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଅଯୋଧ୍ୟାର ପ୍ରମୁଖ ସ୍ଥାନଗୁଡିକୁ ସିସିଟିଭି ସର୍ଭିଲାନ୍ସରେ ରଖାଯିବ । ଭିଭିଆଇପିଙ୍କ ପାଇଁ ବିମାନ ବନ୍ଦରରେ ଭଲଭୋ ବସ ସେବା ସହ ଆବଶ୍ୟକ ସ୍ଥଳେ ହେଲିକପ୍ଟର ସେବା ମଧ୍ୟ ଉପଲବ୍ଧ କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବ 22 ତାରିଖରେ ହେବାକୁ ଥିବା ବେଳେ 14 ତାରିଖରୁ ଅଯୋଧ୍ୟାରେ ଉତ୍ସବ ପାଳନ ଆରମ୍ଭ ହେବ । 14 ରୁ 24 ତାରିଖ ପର୍ଯ୍ୟନ୍ତ 10 ଦିନ ବ୍ୟାପୀ ଅଯୋଧ୍ୟାରେ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ନାମକୀର୍ତ୍ତନ, ଭଜନ ସଂଧ୍ୟା, ପ୍ରଦୀପ ପ୍ରଜ୍ଜଳନ, ରାମକଥା, ରାମ ମନ୍ଦିର ରଥ ଓ କଳସ ଯାତ୍ରା ଆୟୋଜନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.