ETV Bharat / bharat

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ସାମିଲ ହେବେନି ବରିଷ୍ଠ କଂଗ୍ରେସ ନେତା କରଣ ସିଂ

author img

By ETV Bharat Odisha Team

Published : Jan 12, 2024, 6:18 PM IST

Karan Singh declines invitation: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବରିଷ୍ଠ କଂଗ୍ରେସ ନେତା କରଣ ସିଂ । ଗତକାଲି ସମାରୋହକୁ ବର୍ଜନ କରିଥିଲା କଂଗ୍ରେସ । ଅଧିକ ପଢନ୍ତୁ

Karan Singh declines invitation
Karan Singh declines invitation

ନୂଆଦିଲ୍ଲୀ: ଆସନ୍ତା 22 ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବରିଷ୍ଠ କଂଗ୍ରେସ ନେତା କରଣ ସିଂ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସମାରୋହରେ ସାମିଲ ହୋଇପାରିବେ ନାହିଁ ବୋଲି ଆଜି (ଶୁକ୍ରବାର) କହିଛନ୍ତି । ତେବେ ଗତକାଲି କଂଗ୍ରେସ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ 'ବିଜେପି ଇଭେଣ୍ଟ' କହି ବର୍ଜନ କରିଥିଲା । ଯାହାକୁ କରଣ ପରୋକ୍ଷରେ ନାପସନ୍ଦ କରିଛନ୍ତି । ନିମନ୍ତ୍ରଣ ଆସିବା ପରେ ସମାରୋହରେ ସାମିଲ ହେବା ନେଇ କୁଣ୍ଠାବୋଧ କରିବା ଅନୁଚିତ ବୋଲି ସେ କହିଛନ୍ତି ।

Karan Singh declines invitation
ସାମିଲ ହେବେନି ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂ

ଏହା ବି ପଢନ୍ତୁ- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

ଏନେଇ ଏକ ଚିଠି ଜାରି କରିବା ପରେ ବରିଷ୍ଠ କଂଗ୍ରେସ ନେତା କରଣ ସିଂ କହିଛନ୍ତି, " 22 ଜାନୁଆରୀ 2024 ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଲାଗି ମୋତେ ନିମନ୍ତ୍ରଣ ମିଳିଛି । ଜଣେ ରଘୁବଂଶୀ ଭାବେ ମନ୍ଦିର ନିର୍ମାଣ ଲାଗି 11 ଲକ୍ଷ ଟଙ୍କା ମାମୁଲି ବ୍ୟକ୍ତିଗତ ଦାନ ପରେ ଏହି ସମାରୋହରେ ସାମିଲ ହେବା ଅତ୍ୟନ୍ତ ସୌଭାଗ୍ୟର କଥା । ମାତ୍ର 93 ବର୍ଷ ବୟସ ଯୋଗୁଁ ଏହି ସମାରୋହରେ ସାମିଲ ହେବା ମୋ ପାଇଁ ସମ୍ଭବ ନୁହେଁ । ଆମ ପରିବାର ଧର୍ମାର୍ଥ ଟ୍ରଷ୍ଟ (J&K) ଏହି ଅବସରରେ ଜମ୍ମୁ ରଘୁନାଥ ମନ୍ଦିରରେ ଏକ ବିଶେଷ ଉତ୍ସବର ଆୟୋଜନ କରିଛି ।"

'ସମାରୋହରେ ସାମିଲ ହେବା ଉଚିତ':- କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ଏହି ସମାରୋହରେ ସାମିଲ ହେବା ଲାଗି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ଗତକାଲି କଂଗ୍ରେସ ଏହି ସମାରୋହକୁ ବର୍ଜନ କରିଛି । ଏହି ନେତାମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀ ସାମିଲ । ଏନେଇ ବରିଷ୍ଠ ନେତା କରଣ ସିଂ କହିଛନ୍ତି, " ଯଦି ନିମନ୍ତ୍ରଣ କରାଯାଉଛି, ସମାରୋହରେ ଯୋଗ ଦେବା ଲାଗି କୁଣ୍ଠାବୋଧ ହେବା ଅନୁଚିତ ।"

ସୂଚନା ଥାଉ କି 22 ଜାନୁଆରୀ ଅଯୋଧ୍ୟାରେ ହେଉଥିବା କାର୍ଯ୍ୟକ୍ରମକୁ କଂଗ୍ରେସ 'ବିଜେପି ଓ ଆରଏସଏସ' କାର୍ଯ୍ୟକ୍ରମ କହି ବର୍ଜନ କରିଛି । ଏନେଇ ଦଳର ବରିଷ୍ଠ ନେତା ଜୟରାମ ରମେଶ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଥିଲେ । କଂଗ୍ରେସର ଏପରି ନିଷ୍ପତ୍ତି ପରେ ବିଜେପି ଦଳକୁ ହିନ୍ଦୁ ବିରୋଧୀ ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.