ETV Bharat / bharat

ରାମଲାଲାଙ୍କ ଉତ୍ସବ ପାଇଁ ସାରା ବିଶ୍ୱରେ ଉତ୍ସାହ; ୨୨ ତାରିଖରେ ମରିସସ୍‌ରେ ସ୍ବତନ୍ତ୍ର ଛୁଟି ଘୋଷଣା

Ram Mandir Pran Prathistha: ଆଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ବାରେ ଉତ୍ସାହ । ଜାନୁୟାରୀ 22ରେ ହିନ୍ଦୁଙ୍କ ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା କଲେ ମରିସସ୍ ସରକାର ।

author img

By ETV Bharat Odisha Team

Published : Jan 13, 2024, 11:33 AM IST

Updated : Jan 13, 2024, 11:52 AM IST

Ram Mandir ceremony
ରାମଲାଲାଙ୍କ ଉତ୍ସବ ପାଇଁ ସାରା ବିଶ୍ବରେ ଉତ୍ସାହ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ବରେ ଉତ୍ସାହ ପରିଲକ୍ଷିତ ହୋଇଛି । ସମସ୍ତେ ଜାନୁୟାରୀ 22ରେ ଅନୁଷ୍ଠିତ ହେବାକୁ ଥିବା ରାମଲାଲାଙ୍କ ଭବ୍ୟ ଉତ୍ସବକୁ ଅନାଇ ବସିଛନ୍ତି । ଏହାରି ମଧ୍ୟରେ ମରିସସ୍ ସରକାର ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଦିନ ନିଜ ଦେଶରେ 2 ଘଣ୍ଟିଆ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି । ମରିସସରେ ଥିବା ହିନ୍ଦୁମାନଙ୍କୁ ସେଦିନ ଅପରାହ୍ନ 2ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ଛୁଟି ମିଳିବ । ଯଦ୍ବାରା ସେଠାରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ହିନ୍ଦୁ କର୍ମଚାରୀମାନେ ସିଧା ପ୍ରସାରଣରେ ଅଯୋଧ୍ୟାରୁ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଦେଖିପାରିବେ ବୋଲି ମରିସସ୍ ସରକାର ଘୋଷଣା କରିଛନ୍ତି ।

ଏନେଇ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନାଥ କହିଛନ୍ତି, ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ସମ୍ମାନ ଦେବାର ଏହା ଏକ ଛୋଟ ପ୍ରୟାସ । ପ୍ରଧାନମନ୍ତ୍ରୀ ଜୁଗନାଥଙ୍କ ନେତୃତ୍ବାଧୀନ କ୍ୟାବିନେଟ ପକ୍ଷରୁ ଶୁକ୍ରବାର ଏକ ସରକାରୀ ବିବୃତ୍ତି ଜାରି କରାଯାଇ କୁହାଯାଇଛି, ଭାରତର ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଏକ ଐତିହାସିକ ଘଟଣା । କାରଣ ଏହି ଉତ୍ସବ ପ୍ରଭୁ ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ । ଏହି ପବିତ୍ର ଅବସରକୁ ଦୃଷ୍ଟିରେ ରଖି ଆସନ୍ତା 22 ତାରିଖ ଅପରାହ୍ନରେ ଦେଶରେ ଥିବା ହିନ୍ଦୁ କର୍ମଚାରୀଙ୍କ ପାଇଁ 2 ଘଣ୍ଟିଆ ସ୍ବତନ୍ତ୍ର ଛୁଟି ପ୍ରଦାନ ଲାଗି ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ବାଲ୍ୟ ଅବସ୍ଥାର ମୂର୍ତ୍ତିରେ ହେବ ପ୍ରାଣ ପ୍ରତିଷ୍ଠା, ପଦ୍ମ ଉପରେ ବିରାଜିବେ ପ୍ରଭୁ

ସେହିପରି ଆମେରିକା ନ୍ୟୁୟର୍କ ସିଟିର ମେୟର ଏରିକ ଆଦାମ ରାମ ମନ୍ଦିର ଉତ୍ସବକୁ ନେଇ କହିଛନ୍ତି ଯେ, ରାମ ମନ୍ଦିର ଉତ୍ସବ ହିନ୍ଦୁମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ନ୍ୟୁୟର୍କ ସିଟିରେ ସର୍ବାଧିକ ଭାରତୀୟ ନାଗରିକ ବସବାସ କରୁଛନ୍ତି ଏବଂ ଏହି ଉତ୍ସବ ପାଳନ କରିବାକୁ ସେମାନଙ୍କୁ ଅନୁମତି ଦିଆଯାଇଛି । ତେବେ ଆମେରିକାରେ ବାସ କରୁଥିବା ହିନ୍ଦୁ ଆମେରିକୀୟ ସମୁଦାୟ ମଧ୍ୟ ରାମଲାଲାଙ୍କ ଉତ୍ସବକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ସେମାନେ ଜୟ ଶ୍ରୀ ରାମ ନାରା ସହିତ ବିଶାଳ କାର୍ ରାଲି କରିଥିବା ଦେଖିବାକୁ ମିଳିଛି ।

ଏମିତିକି ଆମେରିକାର ରାସ୍ତାକଡରେ ବିଭିନ୍ନ ସ୍ଥାନରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହୋର୍ଡିଂ ଲଗାଯାଇଛି । ଏକାଧିର ରିପୋର୍ଟ ଅନୁଯାୟୀ, 22 ତାରିଖ ଦିନ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସ ସମେତ ଆମେରିକାର ଟାଇମ ସ୍କୋୟାରରେ ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 13, 2024, 11:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.